ସାରଥୀ ବାବା ବିବାଦକୁ ନେଇ ଉତ୍ତେଜନା: ବାରିମୂଳ ଆଶ୍ରମ ନିକଟରେ ପୋଲିସର ଲାଠିଚାର୍ଜ, ୩ ଗିରଫ

କେନ୍ଦ୍ରାପଡା: ଫଟୋ ବିବାଦରେ ଫସିଥିବା ସାରଥୀଙ୍କୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ତେଜନା ଲାଗି ରହିଛି । ବିଶେଷ କରି କେନ୍ଦ୍ରାପଡା ଜିଲ୍ଲା ବାରିମୂଳ ସ୍ଥିତ ବାବାଙ୍କ ଆଶ୍ରମ ନିକଟରେ ଉତ୍ତେଜନା ଉଗ୍ରରୂପ ନେଇଛି । ଗତକାଲି ଶତାଧିକ ବିକ୍ଷୋଭକାରୀ ଜୋରଜବରଦସ୍ତ ଆଶ୍ରମ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଏହାକୁ ନେଇ ସେଠାରେ ମୁତୟନ ପୋଲିସ କର୍ମଚାରୀ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଯାଇଥିଲେ । ଶେଷରେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ମୃଦୁ ଲାଠିଚାଳନା କରିଥିଲା […]

barimula

barimula

Rakesh Mallick
  • Published: Friday, 07 August 2015
  • Updated: 07 August 2015, 04:30 AM IST

Sports

Latest News

କେନ୍ଦ୍ରାପଡା: ଫଟୋ ବିବାଦରେ ଫସିଥିବା ସାରଥୀଙ୍କୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ତେଜନା ଲାଗି ରହିଛି । ବିଶେଷ କରି କେନ୍ଦ୍ରାପଡା ଜିଲ୍ଲା ବାରିମୂଳ ସ୍ଥିତ ବାବାଙ୍କ ଆଶ୍ରମ ନିକଟରେ ଉତ୍ତେଜନା ଉଗ୍ରରୂପ ନେଇଛି । ଗତକାଲି ଶତାଧିକ ବିକ୍ଷୋଭକାରୀ ଜୋରଜବରଦସ୍ତ ଆଶ୍ରମ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଏହାକୁ ନେଇ ସେଠାରେ ମୁତୟନ ପୋଲିସ କର୍ମଚାରୀ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଯାଇଥିଲେ । ଶେଷରେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ମୃଦୁ ଲାଠିଚାଳନା କରିଥିଲା । ଏହି ଘଟଣାରେ ୪ରୁ ୫ ଜଣ ବିକ୍ଷୋଭକାରୀ ଆହତ ହୋଇଛନ୍ତି । ସେହିପରି ଗଣ୍ଡଗୋଳ ଘଟଣାରେ ପୋଲିସ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ଘଟଣା ପରେ ଆଶ୍ରମର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଡାଇ ଦିଆଯାଇଛି । ବର୍ତ୍ତମାନ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଶ୍ରମ ବାହାର ଓ ମନ୍ଦିରକୁ ପୋଲିସ ଜଗି ରହିଛି । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଛକ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ ଓ ତିନି ମୁହାଣୀ ଛକ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଘଟଣା ଉପରେ ନଜର ରଖାଯାଇଛି । ଯେକୌଣସି ଅପ୍ରିତିକର ଘଟଣାକୁ ଏଡାବାକୁ ପ୍ରସ୍ତୁତ ଅଛୁ ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos