ସାରଥି ବିବାଦ: ବିବାଦୀୟ ଯୁବତୀଙ୍କ ସାଙ୍ଗ, ହଷ୍ଟେଲ କର୍ତ୍ତୃପକ୍ଷଙ୍କ ପଚରାଉଚରା, ବ୍ଲାକମିଲିଂ କରୁଥିବା ଅଭିଯୋଗରେ ୩ଜଣଙ୍କୁ ଜେରା

ଭୁବନେଶ୍ୱର: ସାରଥି ବିବାଦରେ ଚର୍ଚ୍ଚାକୁ ଆସିଥିବା ଯୁବତୀଙ୍କ ସାଙ୍ଗ ଓ ସେ ରହୁଥିବା ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ସେହିପରି ଆଉ ଗୋଟିଏ ଟିମ୍ କେନ୍ଦ୍ରାପଡା ସବରେଜିଷ୍ଟ୍ରାର ଅଫିସରେ ସାରଥିଙ୍କ ଜମିଜମା ସମ୍ପର୍କରେ କାଗଜପତ୍ରର ଯାଞ୍ଚ କରିଛି। କ୍ରାଇମବ୍ରାଞ୍ଚ ଏଡିଜି ବିଜୟ କୁମାର ଶର୍ମା କହିଛନ୍ତି, ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି। ଆସନ୍ତାକାଲି ସାରଥିଙ୍କୁ କୋର୍ଟରେ ହାଜର କରାଯିବା ପରେ ଆଉ ୫ ଦିନ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି […]

baba1

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 02:43 PM IST

ଭୁବନେଶ୍ୱର: ସାରଥି ବିବାଦରେ ଚର୍ଚ୍ଚାକୁ ଆସିଥିବା ଯୁବତୀଙ୍କ ସାଙ୍ଗ ଓ ସେ ରହୁଥିବା ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ସେହିପରି ଆଉ ଗୋଟିଏ ଟିମ୍ କେନ୍ଦ୍ରାପଡା ସବରେଜିଷ୍ଟ୍ରାର ଅଫିସରେ ସାରଥିଙ୍କ ଜମିଜମା ସମ୍ପର୍କରେ କାଗଜପତ୍ରର ଯାଞ୍ଚ କରିଛି। କ୍ରାଇମବ୍ରାଞ୍ଚ ଏଡିଜି ବିଜୟ କୁମାର ଶର୍ମା କହିଛନ୍ତି, ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି। ଆସନ୍ତାକାଲି ସାରଥିଙ୍କୁ କୋର୍ଟରେ ହାଜର କରାଯିବା ପରେ ଆଉ ୫ ଦିନ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ଏଡିଜି ଶର୍ମା କହିଛନ୍ତି । ସେପଟେ ବିବାଦୀୟ ଯୁବତୀ ୪ ଜଣଙ୍କ ନାଁରେ ବ୍ଲାକମେଲିଂ ଓ ଧମକଚମକ ଅଭିଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ କିଶୋର ମଲ୍ଲିକ, କୈଳାସ ମଲ୍ଲିକ ଓ ଖଗେଶ୍ୱର ରାଉତଙ୍କୁ କ୍ରାଇମବ୍ରାଞ୍ଚ ଜେରା ଚଳାଇଛି ।

Related story