ସାରଥୀ ବାବା ବିବାଦ: ତଦନ୍ତ ଲାଗି ଆଜି କେନ୍ଦ୍ରାପଡ଼ା ଯିବ କ୍ରାଇମବ୍ରାଞ୍ଚ ଟିମ୍

କେନ୍ଦ୍ରାପଡା: ସାରଥୀ ବାବାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଲାଗି ଆଜି କେନ୍ଦ୍ରାପଡ଼ା ଯିବ କ୍ରାଇମ ବ୍ରାଞ୍ଚ ଟିମ୍। ପୁରା ଘଟଣାର ପୁଙ୍ଗାନୁପୁଙ୍ଖ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ବିଜୟ କୁମାର ଶର୍ମା କହିଛନ୍ତି। ମିଳିଥିବା ବିଭିନ୍ନ ଅଭିଯୋଗ ଅନୁଯାୟୀ ତଦନ୍ତ କରାଯିବ। କେଉଁମାନେ ତଦନ୍ତ ପରିସରଭୁକ୍ତ ହେବେ ସେ ନେଇ ନିଷ୍ପତ୍ତି ନିଆଯିବ। ତଦନ୍ତର ଫଳାଫଳ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସାରଥୀ ବାବାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ […]

sarathi

Rakesh Mallick
  • Published: Friday, 07 August 2015
  • , Updated: 07 August 2015, 03:00 AM IST

କେନ୍ଦ୍ରାପଡା: ସାରଥୀ ବାବାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଲାଗି ଆଜି କେନ୍ଦ୍ରାପଡ଼ା ଯିବ କ୍ରାଇମ ବ୍ରାଞ୍ଚ ଟିମ୍। ପୁରା ଘଟଣାର ପୁଙ୍ଗାନୁପୁଙ୍ଖ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ବିଜୟ କୁମାର ଶର୍ମା କହିଛନ୍ତି। ମିଳିଥିବା ବିଭିନ୍ନ ଅଭିଯୋଗ ଅନୁଯାୟୀ ତଦନ୍ତ କରାଯିବ। କେଉଁମାନେ ତଦନ୍ତ ପରିସରଭୁକ୍ତ ହେବେ ସେ ନେଇ ନିଷ୍ପତ୍ତି ନିଆଯିବ। ତଦନ୍ତର ଫଳାଫଳ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସାରଥୀ ବାବାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କ୍ରାଇମବ୍ରାଞ୍ଚକୁ ତଦନ୍ତ କରିବାକୁ  ନିର୍ଦ୍ଦେଶ ଦେଇଥିଲେ।

Related story