ଭୁବନେଶ୍ୱର: ସାରଥୀଙ୍କ ଭୁବନେଶ୍ୱର ଆପାର୍ଟମେଣ୍ଟର ଏକ ଫ୍ଲ।ଟ ଓ ସାରଥୀଙ୍କ ପୁଅ କୁହାଯାଉଥିବା ସତ୍ୟମ ଶେଖର ରାଉଳଙ୍କ ନାଁରେ ଥିବା ଏକ ଡ୍ୟୁପ୍ଲେକ୍ସରେ ଉପରେ କ୍ରାଇମବ୍ରାଞ୍ଚ ଚଢାଉ କରିଛି। ଫ୍ଲ।ଟଟି ପଟିଆ ଶ୍ରୀବିହାର ଅଞ୍ଚଳରେ ହୋଇଥିବାବେଳେ ଅନ୍ୟ ଘରଟି ମଧ୍ୟ ପଟିଆ ଅଞ୍ଚଳରେ ଅଛି। ମାଜିଷ୍ଟେଟ୍ ଉପସ୍ଥିତିରେ କ୍ରାଇମବ୍ରାଞ୍ଚ ଟିମ୍ ରେଡ କରିବାକୁ ଆସିବାବେଳେ ଉଭୟ ଘରେ ତାଲା ପଡିଥିଲା। ଶେଷରେ ତାଲା ଭାଙ୍ଗି କ୍ରାଇମବ୍ରାଞ୍ଚ ଟିମ୍ ଘର ଭିତରକୁ ଯାଇ ଯାଞ୍ଚ କରିଥିଲା। ଫ୍ଲ।ଟଟି ବର୍ଷେ ଧରି ବନ୍ଦ ରହିଥିବାବେଳେ ସତ୍ୟମ ରହୁଥିବା ଡ୍ୟୁପ୍ଲେକ୍ସ ଘରଟି ଗତ ଶନିବାର ଠାରୁ ବନ୍ଦ ରହିଛି। ଡୁପ୍ଲେକ୍ସରୁ କ୍ରାଇମବ୍ରାଞ୍ଚକୁ କିଛି ଗୁରୁତ୍ୱପୂଣ୍ୟ ଡକ୍ୟୁମେଣ୍ଟ ମିଳିଥିବା ସୂଚନା ମିଳିଛି।