ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପ୍ରସଙ୍ଗ: ଆନ୍ଦୋଳନରୁ ଓହରିଲେ ଏମକେସିଜି ଛାତ୍ରଛାତ୍ରୀ, ବୁର୍ଲାରେ ଆନ୍ଦୋଳନ ଜାରି

ବ୍ରହ୍ମପୁର/ସମ୍ବଲପୁର: କଳାହାଣ୍ଡିର ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜର ଛାତ୍ରଛାତ୍ରୀମାନଙ୍କୁ ସରକାରୀ କଲେଜକୁ ସ୍ଥାନାନ୍ତର କରିବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିବା ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜର ଛାତ୍ରଛାତ୍ରୀମାନେ ଶୁକ୍ରବାର ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି। କଲେଜ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କଲା ପରେ ଛାତ୍ରଛାତ୍ରୀମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗତକାଲି ଏମକେସିଜିର ଛାତ୍ରଛାତ୍ରୀଙ୍କ ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ସହିତ ଆଲୋଚନା କରିଥିଲେ। ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତରକୁ ବିରୋଧ […]

medical

Rakesh Mallick
  • Published: Friday, 04 December 2015
  • , Updated: 04 December 2015, 08:49 AM IST

ବ୍ରହ୍ମପୁର/ସମ୍ବଲପୁର: କଳାହାଣ୍ଡିର ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜର ଛାତ୍ରଛାତ୍ରୀମାନଙ୍କୁ ସରକାରୀ କଲେଜକୁ ସ୍ଥାନାନ୍ତର କରିବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିବା ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜର ଛାତ୍ରଛାତ୍ରୀମାନେ ଶୁକ୍ରବାର ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି। କଲେଜ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କଲା ପରେ ଛାତ୍ରଛାତ୍ରୀମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗତକାଲି ଏମକେସିଜିର ଛାତ୍ରଛାତ୍ରୀଙ୍କ ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ସହିତ ଆଲୋଚନା କରିଥିଲେ।

ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତରକୁ ବିରୋଧ କରି ଗତ ମଙ୍ଗଳବାରଠାରୁ ଏମକେସଜି ମେଡିକାଲ୍ କଲେଜ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ସେମାନେ ଧାରଣେ ଦେବା ସହିତ କଲେଜରେ ତାଲା ମଧ୍ୟ ପକାଇ ଦେଇଥିଲେ। ଗତକାଲି ଭୁବନେଶ୍ୱରରେ ଅନୁଷ୍ଠିତ ମିଳିତ ରାଲିରେ ମଧ୍ୟ ସେମାନେ ସାମିଲ ହୋଇଥିଲେ। ବୁର୍ଲା ଭିଏସଏସ ମେଡିକାଲ୍ କଲେଜ ଓ ଘରୋଇ ମେଡିକାଲ୍ କଲେଜ୍ ହାଇଟେକର ଛାତ୍ରଛାତ୍ରୀଙ୍କ ସହିତ ରାଲିରେ ସାମିଲ ହୋଇଥିଲେ ସେମାନେ।

ଅନ୍ୟପକ୍ଷରେ ବୁର୍ଲା ଭିଏସଏସ୍ ମେଡିକାଲ୍ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବା ସହ ଧାରଣା ଜାରି ରଖିଛନ୍ତି। ସେମାନେ କଲେଜର ମୁଖ୍ୟ ଫ।ଟକରେ ସେମାନେ ତାଲା ପକାଇ ଧାରଣା ଦେଉଛନ୍ତି। ଆଜି ସମ୍ୱଲପୁର ଜିଲ୍ଲାପାଳ ଓ ଏସପି ଘଟଣା ସ୍ଥଳକୁ ଆସି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀ ଅନ୍ଦୋଳନ ଯୋଗୁ ଯୋଗୁଁ ରୋଗୀ ସେବା ବ୍ୟାହତ ହୋଇଛି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର, ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ୧୨୪ ପିଲାଙ୍କ ମଧ୍ୟରୁ ୫୫ଜଣଙ୍କୁ ଏମକେସିଜି, ୫୪ଜଣଙ୍କୁ ଭିଏସ୍ଏସ୍ ଓ ବାକି ୧୫ ଜଣଙ୍କୁ ତିନିଟି ଘରୋଇ ମେଡିକାଲ କଲେଜରେ ଆଡମିସନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଚାଲିଛି ବିବାଦ।

Related story