ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲା ସାରୁଅ ମହିଳା ସମିତି

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ସାରୁଅରେ ମହିଳା ସମିତି ପାଚେରି ଭଙ୍ଗାଯିବା ଘଟଣାରେ ଆଜି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ମହିଳା ସମିତି ସଭ୍ୟା। ବିନା ନୋଟିସରେ ପାଚେରି ଭଙ୍ଗା ଯାଇଥିବା ନେଇ ମହିଳା ସମିତି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛି। ପାଚେରି ଭଙ୍ଗାଯିବା ଦ୍ୱାରା ଏବେ ସେଠାରେ ଅସାମାଜିକଙ୍କ ଆଡ୍ଡା ଜମିବ। ତା’ ଛଡ଼ା ପାଚେରିକୁ କିଏ ଭାଙ୍ଗିଲା ଓ କାହିଁକି ଭାଙ୍ଗିଲା, ସେ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲେ ମହିଳା ସମିତି ସଭ୍ୟା। ସୂଚନାଯୋଗ୍ୟ, ଗୁରୁବାର […]

8976

Ranjit Kumar Jena
  • Published: Friday, 16 October 2020
  • , Updated: 16 October 2020, 05:57 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ସାରୁଅରେ ମହିଳା ସମିତି ପାଚେରି ଭଙ୍ଗାଯିବା ଘଟଣାରେ ଆଜି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ମହିଳା ସମିତି ସଭ୍ୟା। ବିନା ନୋଟିସରେ ପାଚେରି ଭଙ୍ଗା ଯାଇଥିବା ନେଇ ମହିଳା ସମିତି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛି। ପାଚେରି ଭଙ୍ଗାଯିବା ଦ୍ୱାରା ଏବେ ସେଠାରେ ଅସାମାଜିକଙ୍କ ଆଡ୍ଡା ଜମିବ। ତା' ଛଡ଼ା ପାଚେରିକୁ କିଏ ଭାଙ୍ଗିଲା ଓ କାହିଁକି ଭାଙ୍ଗିଲା, ସେ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲେ ମହିଳା ସମିତି ସଭ୍ୟା।

ସୂଚନାଯୋଗ୍ୟ, ଗୁରୁବାର ହଠାତ୍ ସକାଳୁ ସକାଳୁ ଜେସିବି ମେସିନ୍ ସହ ଦଳବଳ ଧରି ଖୋର୍ଦ୍ଧା ସାରୁଅରେ ଥିବା ମହିଳା ସମିତିର ପାଚେରିକୁ ଆଜି ଏମିତି ତରବରିଆ ଭାବେ ଭାଙ୍ଗିଥିଲା ପ୍ରଶାସନ। ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ବେଗୁନିଆ ତହସିଲଦାର ଉଭୟେ ସେଠାରେ ଉପସ୍ଥିତ ଥିଲେ, ହେଲେ ଜମି ଜବରଦଖଲ ଅଭିଯୋଗ ନେଇ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ପରେ ବି ବିନା ନୋଟିସ୍‌ରେ ଅକସ୍ମାତ କାର୍ଯ୍ୟାନୁଷ୍ଠାନ କାହିଁକି ବୋଲି ଜାଣିବାକୁ ଚାହିଁବାରୁ କେହି କିନ୍ତୁ ସିଧା ଉତ୍ତର ଦେଇନଥିଲେ।

ଜବରଦଖଲ କିଏ କରିଛି ସେ ସମ୍ପର୍କରେ କିନ୍ତୁ ଉପଜିଲ୍ଲାପାଳ କି ତହସିଲଦାର ସମସ୍ତେ ଖାଲି ତଥ୍ୟ ଖୋଜୁଛନ୍ତି ବୋଲି କହିଥିଲେ। ଆଉ ଉଭୟଙ୍କ ମୁହଁରେ ଥିଲା କେବଳ ସେହି ଗୋଟିଏ ଘୋଷା ପ୍ରାକୃତିକ ଜଳସ୍ରୋତ ପାଇଁ ରାସ୍ତା ନଥିବାରୁ ଉଚ୍ଛେଦ କରାଯାଉଛି କାହା ଜମିରେ ଏ ପାଚେରି ହୋଇଛି ସେ ନେଇ ପରେ ଜଣାପଡ଼ିବ।

Related story