କଟକ(ଓଡ଼ିଶା ରିପୋର୍ଟ): ରାଜ୍ୟ ଖାଉଟି କମିଶନରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦଣ୍ଡିତ। ଆକାଉଣ୍ଟରେ ଟଙ୍କା ଥିବା ସତ୍ତ୍ୱେ insufficient funds ଦର୍ଶାଇ ଚେକ୍ ଫେରାଇଦେବା କାରଣରୁ SBIକୁ ଦଣ୍ଡିତ ହେବାକୁ ପଡିଛି। ଜରିମାନା ବାବଦରେ ଅଭିଯୋଗକାରୀଣିଙ୍କୁ ୨ ହଜାର ଟଙ୍କା ଦେବାକୁ ଅଦାଲତ ଏସ୍ବିଆଇ କଟକ ମୁଖ୍ୟ ଶାଖା ପରିଚାଳକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ନିର୍ଦ୍ଦିଷ୍ଟ ଭାବେ ଦାୟିତ୍ୱରେ ଅବହେଳା କରିଥିବା କର୍ମଚାରୀଙ୍କଠାରୁ ଏହି ଜରିମାନା ଅର୍ଥ ଆଦାୟ କରିବାକୁ ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି।
୨୦୦୭ ମସିହାରେ କଟକ ଟାଉନ୍ର ନିତା ଦାସଙ୍କ ମୋବାଇଲ୍ ନେଟ୍ୱର୍କ ଡିସ୍କନେକ୍ସନକୁ ନେଇ ଏକ ମାମଲା ଦାୟର ହୋଇଥିଲା। ୨୦୦୭ ଅକ୍ଟୋବର ୨୩ରୁ ନଭେମ୍ୱର ୨୨ତାରିଖ ପର୍ଯ୍ୟନ୍ତ ମୋବାଇଲ୍ ବିଲ୍ ବାବଦରେ ନିତା ଦାସ ୮୫୪ ଟଙ୍କାର ଚେକ୍ ଦେଇଥିଲେ। ଯାହାକୁ insufficient fund ଦର୍ଶାଇ ଏସ୍ବିଆଇ ଫେରାଇ ଦେଇଥିଲା। ସେତେବେଳେ ଆକାଉଣ୍ଟରେ ଟଙ୍କା ଥିବା ସତ୍ତ୍ୱେ ଏସ୍ବିଆଇ ଚେକ୍ ଦୁଇଥର ଫେରାଇ ଦେବାରୁ ନିତା ଖାଉଟି କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।
ମାମଲାର ବିଚାର କରି ସେହି ସମୟରେ ଆକାଉଣ୍ଟରେ ଟଙ୍କା ଥିବା ସତ୍ତ୍ୱେ SBI ଚେକ୍ ଫେରାଇବା ଦାୟିତ୍ୱରେ ଅବହେଳା ବୋଲି କମିଶନ କହିଛନ୍ତି। ଏଥିପାଇଁ ଅଭିଯୋଗକାରିଣୀ ନିତା ଦାସଙ୍କୁ ୨ ହଜାର ଟଙ୍କା ଜରିମାନା ଦେବାକୁ ଖାଉଟି କମିଶନ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।