ଆଇନ୍‌ଜୀବୀଙ୍କ ଧର୍ମଘଟକୁ ନେଇ କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇନ୍‌ଜୀବୀଙ୍କ ଧର୍ମଘଟ ଯୋଗୁଁ ହାଇକୋର୍ଟ ଅଚଳ ହୋଇଛି। ଏହାକୁ ନେଇ ଆଜି ସୁପ୍ରିମକୋର୍ଟ କଠୋର ହୋଇଛନ୍ତି। ଏପରିକି ସୁପ୍ରିମକୋର୍ଟ ପଚାରିଛନ୍ତି, ସ୍ଥିତି ସ୍ୱାଭାବିକ ପାଇଁ କଣ କରିବାକୁ ପଡ଼ିବ? ସ୍ଥାନୀୟ ପୁଲିସ ସକ୍ଷମ ହୋଇପାରିବ ନା ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରିବାକୁ ପଡ଼ିବ? ଆଇନ୍‌ଜୀବୀଙ୍କ ଧର୍ମଘଟକୁ ନିନ୍ଦା କରିବା ସହିତ ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏମିତି ହେଲେ କୋର୍ଟ କେମିତି ଚାଲି […]

supreme-court

supreme-court

Manoranjan Sial
  • Published: Tuesday, 22 October 2019
  • Updated: 22 October 2019, 07:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇନ୍‌ଜୀବୀଙ୍କ ଧର୍ମଘଟ ଯୋଗୁଁ ହାଇକୋର୍ଟ ଅଚଳ ହୋଇଛି। ଏହାକୁ ନେଇ ଆଜି ସୁପ୍ରିମକୋର୍ଟ କଠୋର ହୋଇଛନ୍ତି। ଏପରିକି ସୁପ୍ରିମକୋର୍ଟ ପଚାରିଛନ୍ତି, ସ୍ଥିତି ସ୍ୱାଭାବିକ ପାଇଁ କଣ କରିବାକୁ ପଡ଼ିବ? ସ୍ଥାନୀୟ ପୁଲିସ ସକ୍ଷମ ହୋଇପାରିବ ନା ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରିବାକୁ ପଡ଼ିବ? ଆଇନ୍‌ଜୀବୀଙ୍କ ଧର୍ମଘଟକୁ ନିନ୍ଦା କରିବା ସହିତ ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏମିତି ହେଲେ କୋର୍ଟ କେମିତି ଚାଲି ପାରିବ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି। ଏ ପ୍ରସଙ୍ଗରେ ୨ ଦିନ ଭିତରେ ଜବାବ ଦେବାକୁ କହିବା ସହିତ କେନ୍ଦ୍ର ସରକାରକୁ ମଧ୍ୟ ନୋଟିସ ଜାରି କରାଯାଇଛି।

MCL ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି। ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଯୋଗୁଁ ଓଡ଼ିଶା ହାଇକୋର୍ଟରେ MCL ର ଏକ ମାମଲାର ଶୁଣାଣି ହୋଇପାରିନଥିଲା। ତେଣୁ ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବାକୁ ଏମ୍‌ସିଏଲ୍ ଅପିଲ କରିଥିଲା। ଏହାର ଶୁଣାଣି ବେଳେ ଆଇନ୍‌ଜୀବୀଙ୍କ ଆନ୍ଦୋଳନକୁ ନେଇ ଏଭଳି କ୍ଷୋଭ ପ୍ରକାଶ କରିନ୍ତି ସୁପ୍ରିମକୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos