ଏସ୍‌ସିବିକୁ ଡେଡବଡ଼ି ଚିନ୍ତା: ୮ ମୃତଦେହ ଉପରେ ନିର୍ଭର କରୁଛନ୍ତି ୨୫୦ ଡାକ୍ତରୀ ଛାତ୍ରଛାତ୍ରୀ

କଟକ (ଓଡ଼ିଶା ରିପୋର୍ଟର): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ (ଏସ୍‌ସିବି)ରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି ଡେଡ୍‌ବଡି। ଏଠାରେ ନା ଆବଶ୍ୟକ ସଂଖ୍ୟକ ମୃତଦେହ ଅଛି, ନା ଶରୀର ଦାନ ପାଇଁ ଲୋକେ ଆଗ୍ରହ ଦେଖାଉଛନ୍ତି। ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ ଭାବେ ଭର୍ଚୁଆଲ୍‌ ଆନାଟୋମୀ ବ୍ୟବସ୍ଥା କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି। ତେବେ ଏହାର ଉପଯୋଗିତାକୁ ନେଇ ଆଶଙ୍କାରେ ରହିଛନ୍ତି ଛାତ୍ରଛାତ୍ରୀ। ଏସ୍‌ସିବି ଆନାଟୋମି ବିଭାଗରେ ପଢ଼ୁଛନ୍ତି ୨୫୦ […]

scb1

scb1

Manoranjan Sial
  • Published: Sunday, 02 February 2020
  • Updated: 02 February 2020, 08:50 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ (ଏସ୍‌ସିବି)ରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି ଡେଡ୍‌ବଡି। ଏଠାରେ ନା ଆବଶ୍ୟକ ସଂଖ୍ୟକ ମୃତଦେହ ଅଛି, ନା ଶରୀର ଦାନ ପାଇଁ ଲୋକେ ଆଗ୍ରହ ଦେଖାଉଛନ୍ତି। ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ ଭାବେ ଭର୍ଚୁଆଲ୍‌ ଆନାଟୋମୀ ବ୍ୟବସ୍ଥା କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି। ତେବେ ଏହାର ଉପଯୋଗିତାକୁ ନେଇ ଆଶଙ୍କାରେ ରହିଛନ୍ତି ଛାତ୍ରଛାତ୍ରୀ।

ଏସ୍‌ସିବି ଆନାଟୋମି ବିଭାଗରେ ପଢ଼ୁଛନ୍ତି ୨୫୦ ଛାତ୍ରଛାତ୍ରୀ। ସେମାନଙ୍କ ପାଇଁ ବର୍ତ୍ତମାନ ରହିଛି ମାତ୍ର ୮ଟି ମୃତଦେହ। ୫ଟି ପୁରୁଷ ଓ ୩ଟି ମହିଳାଙ୍କ କଙ୍କାଳ ରହିଛି। ମେଡ଼ିକାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ନିୟମ କହୁଛି, ଗୋଟିଏ ମୃତଦେହକୁ ନେଇ ୮ ଜଣ ଛାତ୍ରଛାତ୍ରୀ ପାଠପଢ଼ି ପାରିବେ। କିନ୍ତୁ ଏସ୍‌ସିବିରେ ୩୦ ଜଣ ଡାକ୍ତରୀ ଛାତ୍ରଙ୍କ ଭାଗରେ ପଡୁଛି ମାତ୍ର ଗୋଟିଏ ମୃତଦେହ। ଏଭଳି ସ୍ଥିତିରେ କେମିତି ପିଲାମାନେ ପାଠ ପଢ଼ୁଥିବେ, ତାହା ସାଧାରଣରେ ଅନୁମେୟ।

ଶବ ସଙ୍କଟର ସମାଧାନ ଲାଗି ଥ୍ରୀ-ଡ଼ି ଭର୍ଚୁଆଲ୍‌ ଆନାଟୋମି ବ୍ୟବହାର କରିବାକୁ ଯୋଜନା ରଖିଛନ୍ତି ଏସ୍‌ସିବି କର୍ତ୍ତୃପକ୍ଷ। ଭର୍ଚୁଆଲ୍‌ ଆନାଟୋମି ତଥା ଡ୍ରାଏ ଲ୍ୟାବରେ ଦେଖାଯାଉଛି ମଣିଷର ଅଙ୍ଗପ୍ରତ୍ୟଙ୍ଗ, ଶୀରା ପ୍ରଶିରା। ସମ୍ପୂର୍ଣ୍ଣ ଟଚ୍‌ ସ୍କ୍ରିନ୍ ବ୍ୟବସ୍ଥା ରହିଛି। ଶରୀରର ପ୍ରତ୍ୟେକ ଅଂଶକୁ ଜୁମ୍ କରି ଦେଖିହେବ। ଏମ୍‌ଆର୍‌ଆଇ, ସିଟି ସ୍କାନ୍ ସହ ମାଇକ୍ରୋସ୍କୋପିକ ଭିୟୁ ବ୍ୟବସ୍ଥା ମଧ୍ୟ ରହିଛି। ଏହି ଭର୍ଚୁଆଲ୍‌ ଆନାଟୋମି ଦ୍ୱାରା ସର୍ଜରୀ, ନ୍ୟୁରୋସର୍ଜରୀ ଓ କାର୍ଡ଼ିଓଭାସ୍କୁଲାର ସର୍ଜରୀ ବିଭାଗର ଛାତ୍ରଛାତ୍ରୀ ବେଶ୍ ଉପକୃତ ହେବେ ବୋଲି କହିଛନ୍ତି ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଜୟଶ୍ରୀ ମହାନ୍ତି। କିନ୍ତୁ ଅସଲି ମୃତଦେହ ବ୍ୟବଚ୍ଛେଦର ଅନୁଭୂତି ମିଳିପାରିବନି ବୋଲି କହିଛନ୍ତି ଛାତ୍ରଛାତ୍ରୀ।

ମୃତ୍ୟୁ ପରେ ଯେକୌଣସି ବ୍ୟକ୍ତି ଶରୀର ଦାନ କରିପାରିବେ। ଏ ସମ୍ପର୍କରେ ୨୦୧୩ରେ ଓଡ଼ିଶା ଆନାଟୋମି ସଂଶୋଧନ ବିଲ୍‌ ପାରିତ ହୋଇଥିଲା। ତଥାପି ରାଜ୍ୟରେ ଶରୀର ଦାନ ପ୍ରକ୍ରିୟା ଆଦୌ ଉତ୍ସାହଜନକ ନୁହେଁ। ଏଭଳି ସ୍ଥିତିରେ ଜନସଚେତନତାର ଆବଶ୍ୟକତା ଉପରେ ମତ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story