‘ମୋ ସରକାର’ ସତ୍ତ୍ୱେ ଏସ୍‌ସିବିର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିନି, ସବୁଠି ଅବ୍ୟବସ୍ଥା!

କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର ଆରମ୍ଭ କରିଛନ୍ତି ‘ମୋ ସରକାର’। ଏହି ଯୋଜନା ଲାଗୁ ହେବାକୁ ୧୫ ଦିନ ବିତି ଗଲାଣି। ହେଲେ ଆଜିପର୍ଯ୍ୟନ୍ତ ସୁଧୁରିନି ସ୍ୱାସ୍ଥ୍ୟ ସେବାର ଚିତ୍ର। ରୋଗ ଯନ୍ତ୍ରଣା ଧରି ମେଡିକାଲ୍‌ ଆସିଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଧର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇଥିଲେ ମଧ୍ୟ ସୁବିଧା ପାଉ ନାହାନ୍ତି। ଏପରି ଅଭିଯୋଗ ଆସିଛି ଓଡ଼ିଶା […]

scb-medical-health-condication-is-not-develop

scb-medical-health-condication-is-not-develop

Manoranjan Sial
  • Published: Saturday, 19 October 2019
  • Updated: 19 October 2019, 08:02 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର ଆରମ୍ଭ କରିଛନ୍ତି ‘ମୋ ସରକାର’। ଏହି ଯୋଜନା ଲାଗୁ ହେବାକୁ ୧୫ ଦିନ ବିତି ଗଲାଣି। ହେଲେ ଆଜିପର୍ଯ୍ୟନ୍ତ ସୁଧୁରିନି ସ୍ୱାସ୍ଥ୍ୟ ସେବାର ଚିତ୍ର। ରୋଗ ଯନ୍ତ୍ରଣା ଧରି ମେଡିକାଲ୍‌ ଆସିଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଧର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇଥିଲେ ମଧ୍ୟ ସୁବିଧା ପାଉ ନାହାନ୍ତି। ଏପରି ଅଭିଯୋଗ ଆସିଛି ଓଡ଼ିଶା ପ୍ରତିଷ୍ଠିତ ଓ ସର୍ବ ପୁରାତନ ମେଡିକାଲ୍‌ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ରୁ।

ଯାଜପୁର ଜିଲ୍ଲା ସୌଦାମିନୀ ମିଶ୍ର। ମାସକ ତଳେ ତାଙ୍କ ମୁଣ୍ଡରେ ହୋଇଥିବା ଆବୁର ଅପରେସନ ହୋଇଥିଲା। ଆଜି ସେ ପୁଣି ଥରେ କଟକ ବଡ଼ ମେଡିକାଲ ଆସିଥିଲେ। ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବିଭିନ୍ନ ପରୀକ୍ଷା ଲାଗି କହିଥିଲେ। ଆଉ ତା’ପରେ ପରୀକ୍ଷା ପାଇଁ ଲାଇନରେ ଛିଡ଼ା ହେଲେ। ଅନେକ ସମୟ ଧରି ଲାଇନ୍‌ରେ ଅପେକ୍ଷା କରିବା ପରେ ସହାୟତା ଲାଗି ମେଡିକାଲ କର୍ତ୍ତୃପକ୍ଷକଙ୍କୁ ନିବେଦନ କରିଥିଲେ। ହେଲେ ତାଙ୍କୁ ସହାୟତା କରିବା ପରିବର୍ତ୍ତେ ଲାଇନରେ ଠିଆ ହୁଅ ନ ହେଲେ ବାହାରିଯିବାକୁ କୁହାଯାଇଥିଲା। ଭାତହାଣ୍ଡିରୁ ଇଏ ଗୋଟିଏ ଅଭିଯୋଗ। ଏମିତି ବହୁ ରୋଗୀ ମେଡିକାଲ୍‌ ଆସି ନାନା ଅସୁବିଧାରେ ସମ୍ମୁଖୀନ ହୋଇ ଫେରି ଯାଉଛନ୍ତି। ଯାହାର ହୁଏତ କାହାରି ହିସାବ ନାହିଁ।

ରେକର୍ଡ ଅନୂସାରେ ପ୍ରତିଦିନ ଆଉଟଡ଼ୋରକୁ ପାଖାପାଖି ୨୦୦୦ରୁ ୩୦୦୦ ରୋଗୀ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ୬୦୦ ରୁ ୭୦୦ ରୋଗୀ ବିଭିନ୍ନ ଓ୍ୱାର୍ଡରେ ଆଡ୍‌ମିସନ ହୋଇଥାନ୍ତିା ତେବେ ଆଉଟ୍‌ଡୋର୍‌ ଅବସ୍ଥା ଶୋଚନୀୟ। ଟିକଟ କରିବା ପାଇଁ ଘଣ୍ଟାଘଣ୍ଟା ଲାଇନରେ ଠିଆ ହେଲେ ମଧ୍ୟ ରୋଗୀ ସଂପର୍କୀୟଙ୍କୁ ସୁବିଧା ମଳୁନଥିବା ଅଭିଯୋଗ ହୋଇଛି।

ଆଉଟଡ଼ୋର ପରେ ରକ୍ତ ପରୀକ୍ଷା ନମୂନା ସଂଗ୍ରହ କେନ୍ଦ୍ର କଥା ନକହିବା ଭଲ। ଏଠି ରୋଗୀ ରକ୍ତ ନମୂନା ହାତରେ ଧରି ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେଉଛନ୍ତି। ଅନେକ ନିରାଶ ହୋଇ ଫେରି ମଧ୍ୟ ଯାଉଛନ୍ତି।   ଏଣେ ବାହାର ପାଥୋଲୋଜିରେ ପରୀକ୍ଷା କଲେ ଏସ୍‌ସିବି ଡ଼ାକ୍ତର ତାକୁ ଗ୍ରହଣ କରିବାକୁ ରୋକ ଠୋକ ମନା କରୁଛନ୍ତି। ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ ମଧ୍ୟ ଏକଥାକୁ ସ୍ୱାକାର କରିଛନ୍ତି। ଆଉଟ୍‌ଡୋର୍‌ ସମସ୍ୟାର ସମାଧାନ ପାଇଁ ୬ ଟି ବିଭାଗରେ ସ୍ୱତନ୍ତ୍ର ଟିକଟ କାଉଣ୍ଟର ଖୋଲିବା ପାଇଁ ଜାଗା ଚିହ୍ନଟ ସରିଛି। ଖୁବ ଶୀଘ୍ର ତାହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ମେଡ଼ିକାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନ ମହାରଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos