ତୃତୀୟ ଦିନରେ ଏସ୍‌ସିବି ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନ: ସାମିଲ ହୋଇପାରନ୍ତି ଅନ୍ୟ ମେଡିକାଲ କଲେଜ ଛାତ୍ର

<p>କଟକ: କଟକ ବଡ଼ ଡାକ୍ତରଖାନାରେ (ଏସସିବି) ଡାକ୍ତରୀ ଛାତ୍ରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିବା ପ୍ରତିବାଦରେ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଆଜି ଆନ୍ଦୋଳନରେ ସାମିଲ ହୋଇପାରନ୍ତି ପିଜି ଡାକ୍ତରୀ ଛାତ୍ର ଓ ରାଜ୍ୟର ଅନ୍ୟ ମେଡିକାଲ କଲେଜର ଛାତ୍ରଛାତ୍ରୀ।</p> <p>ଗତକାଲି ଏ ପ୍ରସଙ୍ଗରେ ଅଲ୍ ଓଡ଼ିଶା ହାଉସ୍ ସର୍ଜନ ସଂଘର ତିନି ଜଣିଆ ଟିମ୍&zwnj; ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟି ଆଲୋଚନା କରିଥିଲେ। ଏହାପରେ ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସନ୍ତୋଷଜନକ ନ ହେବାରୁ &zwnj;ଆନ୍ଦୋଳନ ଚାଲୁ ରଖିବାକୁ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଡାକ୍ତରଙ୍କ ସୁରକ୍ଷା ଓ ସିସିଟିଭି ବ୍ୟବସ୍ଥା ସହ ଷ୍ଟାଇପେଣ୍ଡ୍ ବୃଦ୍ଧି ଆଦି ଦାବି ପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ହାଉସ ସର୍ଜନ ସଂଘ ନିଷ୍ପତ୍ତି ନେଇଛି। ତିନି ଦିନ ଧରି ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।</p>

Ordigital Desk
  • Published: Friday, 27 October 2017
  • Updated: 27 October 2017, 10:28 AM IST

Sports

Latest News

<p>କଟକ: କଟକ ବଡ଼ ଡାକ୍ତରଖାନାରେ (ଏସସିବି) ଡାକ୍ତରୀ ଛାତ୍ରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିବା ପ୍ରତିବାଦରେ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଆଜି ଆନ୍ଦୋଳନରେ ସାମିଲ ହୋଇପାରନ୍ତି ପିଜି ଡାକ୍ତରୀ ଛାତ୍ର ଓ ରାଜ୍ୟର ଅନ୍ୟ ମେଡିକାଲ କଲେଜର ଛାତ୍ରଛାତ୍ରୀ।</p><p>ଗତକାଲି ଏ ପ୍ରସଙ୍ଗରେ ଅଲ୍ ଓଡ଼ିଶା ହାଉସ୍ ସର୍ଜନ ସଂଘର ତିନି ଜଣିଆ ଟିମ୍&zwnj; ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟି ଆଲୋଚନା କରିଥିଲେ। ଏହାପରେ ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସନ୍ତୋଷଜନକ ନ ହେବାରୁ &zwnj;ଆନ୍ଦୋଳନ ଚାଲୁ ରଖିବାକୁ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଡାକ୍ତରଙ୍କ ସୁରକ୍ଷା ଓ ସିସିଟିଭି ବ୍ୟବସ୍ଥା ସହ ଷ୍ଟାଇପେଣ୍ଡ୍ ବୃଦ୍ଧି ଆଦି ଦାବି ପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ହାଉସ ସର୍ଜନ ସଂଘ ନିଷ୍ପତ୍ତି ନେଇଛି। ତିନି ଦିନ ଧରି ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos