ଆୟ ନଥାଇ ବଜେଟରେ ଅଧିକ ବ୍ୟୟ ବରାଦକୁ ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବଜେଟରେ ହୋଇଥିବା ବ୍ୟୟ ବରାଦର ଅଧା ଟଙ୍କା ଦେବ କେନ୍ଦ୍ର। ନିଜସ୍ୱ ଆୟ ଆଖିଦୃଶିଆ ବଢୁନଥିବାରୁ କେନ୍ଦ୍ର ସରକାରଙ୍କ ଅନୁଦାନ ଓ ଋଣ ଉପରେ ଭରସା କରିବେ ସରକାର। ଚଳିତ ବର୍ଷ ପାଇଁ ଆଗତ ହୋଇଥିବା ବଜେଟର ଆୟବ୍ୟୟକୁ ଦେଖି ଏପରି ନିଷ୍କର୍ସ ବାହାର କରିଛନ୍ତି ଅର୍ଥନୈତିକ ବିଷେଷଜ୍ଞ।  ବଡ଼କଥା ହେଉଛି ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ ମୁଣ୍ଡପିଛା ଋଣ ଭାର ୨୫ ହଜାର ଟଙ୍କାରେ ପହଞ୍ଚିବ। ଗୋଟିଏ ପଟେ ସରକାର […]

bud

bud

Tapas Behera
  • Published: Saturday, 29 June 2019
  • Updated: 29 June 2019, 07:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବଜେଟରେ ହୋଇଥିବା ବ୍ୟୟ ବରାଦର ଅଧା ଟଙ୍କା ଦେବ କେନ୍ଦ୍ର। ନିଜସ୍ୱ ଆୟ ଆଖିଦୃଶିଆ ବଢୁନଥିବାରୁ କେନ୍ଦ୍ର ସରକାରଙ୍କ ଅନୁଦାନ ଓ ଋଣ ଉପରେ ଭରସା କରିବେ ସରକାର। ଚଳିତ ବର୍ଷ ପାଇଁ ଆଗତ ହୋଇଥିବା ବଜେଟର ଆୟବ୍ୟୟକୁ ଦେଖି ଏପରି ନିଷ୍କର୍ସ ବାହାର କରିଛନ୍ତି ଅର୍ଥନୈତିକ ବିଷେଷଜ୍ଞ।  ବଡ଼କଥା ହେଉଛି ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ ମୁଣ୍ଡପିଛା ଋଣ ଭାର ୨୫ ହଜାର ଟଙ୍କାରେ ପହଞ୍ଚିବ। ଗୋଟିଏ ପଟେ ସରକାର ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଲକ୍ଷ୍ୟ ରଖିଥିବା ବେଳେ ନିଯୁକ୍ତି ବଢାଇବାପାଇଁ ଅଧିକ ଯୋଗଦାନ ଥିବା MSME ବିଭାଗରେ ମାତ୍ର ୧୯୨ କୋଟିର ବ୍ୟୟ ବରାଦ ହୋଇଛି। ଆସନ୍ତୁ ଦେଖିବା ଏଥର ବଜେଟକୁ କେତେ ସନ୍ତୁଳିତ କରିଛନ୍ତି ସରକାର।

ପ୍ରଥମେ ଆୟ ଉପରେ ନଜର ପକାନ୍ତୁ । ନିଜସ୍ୱ ଟିକସରରୁ ଆସିବ ୨୩. ୭୪ ପ୍ରତିଶତ ଅର୍ଥ । ଅର୍ଥାତ ୩୩ ହଜାର କୋଟି ଟଙ୍କା  ଆସିବ ନିଜସ୍ୱ ଟିକସରୁ। ନିଜସ୍ୱ ଅଣ ଟିକସରୁ ଆସିବ ୮.୯୯ ପ୍ରତିଶତ। ମାନେ ୧୨ ହଜାର ୫ କୋଟି ଦୁଇ ଟିକସକୁ ମିଶାଇଲେ ରାଜ୍ୟର ମୋଟ ଆୟ ହେବ ୪୫ ହଜାର ୫ଶହ କୋଟି । କେନ୍ଦ୍ରୀୟ ଟିକସର ଅଂଶଧନ ବାବଦରେ ଆସିବ ୨୮.୨୧ ପ୍ରତିଶତ ବା ୩୯ ହଜାର  ୨୦୭ କୋଟି ଟଙ୍କା । କେନ୍ଦ୍ରୀୟ ଅନୁଦାନ ବାବଦକୁ ଆସିବ ୨୧. ୯୯ ପ୍ରତିଶତ। ଅର୍ଥାତ ୩୦ ହଜାର ୫୫୯ କୋଟି । ମୋଟ ବଜେଟ୍ ଅଟକଳର ଅଧା ଟଙ୍କା ପାଇଁ ରାଜ୍ୟ କେନ୍ଦ୍ର ଉପରେ ନିର୍ଭର କରିବ। ଗୋଟିଏ ପଟେ ନିଜସ୍ୱ ଆୟ ବଢୁନଥିବା ବେଲେ ଋଣଭାର ବଢିବା ବି ଚିନ୍ତା ବଢାଇଛି। ଏବେ ରାଜ୍ୟର ଋଣଭାର ୮୭ ହଜାର କୋଟି ଥିବା ବେଳେ ଚଳିତ ଆର୍ଥିକ ବର୍ଷର ଶେଷ ବେଳକୁ ଏହା ୧ ଲକ୍ଷ ୬ ହାଜର କୋଟି ହେବ ବୋଲି ଆକଳନ କରାଯାଉଛି । ଋଣବୋଝର ଏ ଚିତ୍ରକୁ ନେଇ ସରକାରଙ୍କୁ  ଟାର୍ଗେଟ କରିଛନ୍ତି ବିରୋଧୀ।

ବଜେଟରେ ହୋଇଥିବା ବ୍ୟୟ ବରାଦ ଉପରେ ବି ନଜର ପକାନ୍ତୁ। ଯୋଜନା ବାବଦକୁ ସବୁଠୁ ଅଧିକ ୫୦.୮ ପ୍ରତିଶତ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ପ୍ରଶାସନିକ ବ୍ୟୟ ରହିଛି ୪୧. ୨ ପ୍ରତିଶତ। ବିପର୍ଯ୍ୟୟ ପ୍ରଶମନ ପାଇଁ ଏଥର ବ୍ୟୟକୁ ବଢାଇ ୪. ୭ ପ୍ରତିଶତ ଅର୍ଥାତ ୪ ହଜାର ୬ଶହ କୋଟି କରାଯାଇଛି । ତେବେ ନିଯୁକ୍ତି ସୁଯୋଗ ପାଇଁ ଆଖିଦୃଶିଆ ବ୍ୟୟ ବରାଦ ହୋଇ ନଥିବାରୁ ଉଦବେଗ୍ ପ୍ରକାଶ କରିଛନ୍ତି ବିଶେଷଜ୍ଞ । ଅର୍ଥନୈତିକ ସର୍ଭେ ଅନୁସାରେ ରାଜ୍ୟର ବେକାରୀ ହାର ଜାତୀୟ ହାରଠାରୁ ଉପରେ ଅଛି । ଜାତୀୟ ହାର ୬.୧ ଥିବା ବେଳେ ରାଜ୍ୟର ଅଛି ୭.୧ ପ୍ରତିଶତ । ସରକାର ବି ୬ଟି କ୍ଷେତ୍ରରେ ୩୦ ଲକ୍ଷ ନିଯୁକ୍ତି ସୃଷ୍ଟିକରିବେ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି । ଏପରି ସ୍ଥିତିରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସମ୍ଭାବନା ଥିବା ଏମଏସଏମଇ କ୍ଷେତ୍ର ପାଇଁ ମାତ୍ର ୧୯୨ କୋଟିର ବ୍ୟୟ ବରାଦ ହୋଇଛି ।

ଗତବର୍ଷ ତୁଳନାରେ ଏଥର ବଜେଟର ଆକାର ୧୫.୮ ପ୍ରତିଶତ ବଢିଛି । ତେବେ ସେହି ଅନୁପାତରେ ସରକାର ଖୋଲା ବଜାରରୁ ବି ଅଧିକ ଋଣ କରିବାକୁ ଯୋଜନା କରିଛନ୍ତି । ଯାହା ଆର୍ଥିକ ପରିଚାଳନାକୁ କେତେ ସନ୍ତୁଳିତ କରିବ ସେ ନେଇ ପ୍ରଶ୍ନ ଠିଆ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story