ବର୍ଷା ଯୋଗୁ ସ୍ଥିତି ବେହାଲ: ଜିଲ୍ଲାର ସବୁ ସ୍କୁଲ ଛୁଟି

ମାଲକାନଗିରି(ଜିତେନ୍ଦ୍ର ବେଉରା) ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ବେଶ ପ୍ରଭାବିତ ହୋଇଛି । ପୋଲ ଉପରେ ପାଣି ଚାଲୁଥିବାରୁ ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଅବିଶ୍ରାନ୍ତ ବର୍ଷା ଯୋଗୁଁ ଜିଲ୍ଲାର ସବୁ ଛୋଟ ବଡ଼ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି  । କୋରକୋଣ୍ଡା, କାଙ୍କରକୋଣ୍ଡା ଓ ଏମ୍‌ଭି ୩୭ଠାରେ ପୋଲ ଉପରେ ୫ ଫୁଟ ଉଚ୍ଚର ପାଣି ଚାଲୁଛି ।ରାସ୍ତା ଉପରେ ପାଣି ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ପାଙ୍ଗାମ, […]

malkn-1-1..1

Niharika Rout
  • Published: Wednesday, 07 August 2019
  • , Updated: 07 August 2019, 11:49 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା) ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ବେଶ ପ୍ରଭାବିତ ହୋଇଛି । ପୋଲ ଉପରେ ପାଣି ଚାଲୁଥିବାରୁ ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଅବିଶ୍ରାନ୍ତ ବର୍ଷା ଯୋଗୁଁ ଜିଲ୍ଲାର ସବୁ ଛୋଟ ବଡ଼ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି  ।

କୋରକୋଣ୍ଡା, କାଙ୍କରକୋଣ୍ଡା ଓ ଏମ୍‌ଭି ୩୭ଠାରେ ପୋଲ ଉପରେ ୫ ଫୁଟ ଉଚ୍ଚର ପାଣି ଚାଲୁଛି ।ରାସ୍ତା ଉପରେ ପାଣି ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ପାଙ୍ଗାମ, ଏମ୍‌ଭି -୯୦, କନ୍ୟାଶ୍ରମ, ପଟେରୁ ପୋଲ ଉପରେ ପାଣି ଚାଲୁଛି । ମାଲକାନଗିରିରୁ ଆନ୍ଧ୍ର, ଛତିଶଗଡ଼ ଓ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ।

ଜିଲ୍ଲାର ଶତାଧିକ ଗାଁ ପାଣିଘେରରେ ରହିଛି। ଲୋକମାନେ ଘରୁ ବାହାରି ପାରୁନାହାନ୍ତି। ପ୍ରବଳ ବର୍ଷା ଦୃଷ୍ଟିରୁ ଆଜି ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ୧୦ ଦିନ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୩ଥର ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି।

Related story