ସ୍କୁଲ, କଲେଜରେ ବ୍ୟାନ୍‌ ହେବ ମୋବାଇଲ୍‌ ଫୋନ୍; ସରକାର ଲଗାଇ ପାରନ୍ତି କଟକଣା

ଭୁବନେଶ୍ୱର: ଏବେ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀ ନେଇ ପାରିବେ ନାହିଁ ମୋବାଇଲ୍‌ ଫୋନ୍‌।  ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ମୋବାଇଲ ଫୋନ୍ ବ୍ୟାନ୍ ହୋଇପାରେ।  ବିଶେଷତଃ କ୍ଲାସ୍‌ ରୁମ୍‌ ଭିତରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୋବାଇଲ ଫୋନ ବ୍ୟବହାର ଉପରେ ଖୁବଶୀଘ୍ର କଟକଣା ଲାଗିପାରେ।  ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ‌ଆରମ୍ଭ ହୋଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ସୂଚନା ଦେଇଛନ୍ତି। କ୍ଲାସ୍‌ରୁମ୍‌ ପରିସରରେ ମୋବାଇଲ ବ୍ୟବହାର କରାଯାଉଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ସହ […]

mobile

Rakesh Mallick
  • Published: Sunday, 21 May 2017
  • , Updated: 21 May 2017, 09:59 PM IST

ଭୁବନେଶ୍ୱର: ଏବେ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀ ନେଇ ପାରିବେ ନାହିଁ ମୋବାଇଲ୍‌ ଫୋନ୍‌।  ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ମୋବାଇଲ ଫୋନ୍ ବ୍ୟାନ୍ ହୋଇପାରେ।  ବିଶେଷତଃ କ୍ଲାସ୍‌ ରୁମ୍‌ ଭିତରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୋବାଇଲ ଫୋନ ବ୍ୟବହାର ଉପରେ ଖୁବଶୀଘ୍ର କଟକଣା ଲାଗିପାରେ।  ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ‌ଆରମ୍ଭ ହୋଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ସୂଚନା ଦେଇଛନ୍ତି।

କ୍ଲାସ୍‌ରୁମ୍‌ ପରିସରରେ ମୋବାଇଲ ବ୍ୟବହାର କରାଯାଉଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ସହ ବିଶୃଙ୍ଖଳା ସୃଷ୍ଟି ହେଉଛି।  ଏଣିକି ଶିକ୍ଷାନୁଷ୍ଠାନରେ ମୋବାଇଲ ବ୍ୟାନ୍ କରିବା ନେଇ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛ।  ସେହିପରି ପରୀକ୍ଷା ସମୟରେ ଏବଂ ଖାତା ମୂଲ୍ୟାୟନ ବେଳେ କୌଣସି ଶିକ୍ଷକ ଓ ଅଧ୍ୟାପକ ମୋବାଇଲ ଯେମିତି ବ୍ୟବହାର ନକରିବେ ସେଥିପାଇଁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Related story