‘ଆମେ ସ୍କୁଲ ରୋଷେଇ ଘରେ ଓ ବାରଣ୍ଡାରେ ବସି ପଢ଼ୁଛୁ, ସରକାର ଦୃଷ୍ଟି ଦେବେ କି ?’

ଭଦ୍ରକ(ପାର୍ଥ ସାରଥୀ ନାୟକ): ‘ସରକାର ଆମ ପାଇଁ ଅଧିକ ୩ଟି ଶ୍ରେଣୀ ଗୃହ କରିଦେବେ କି ? ମାତ୍ର ଗୋଟିଏ ଶ୍ରେଣୀ ଗୃହରେ ୫ଟି କ୍ଲାସର ପିଲା ବସି ପଢ଼ି ପାରୁନୁ। ଆମେ ସ୍କୁଲର ଦଦରା ରୋଷେଇ ଘରେ ଓ ବାରଣ୍ଡାରେ ବସି ପଢ଼ୁଛୁ। ବର୍ଷା ହେଲେ ଆମ ବହି, ଖାତା ଓଦା ହୋଇଯାଉଛି।’ ଭଦ୍ରକ ଉପକଣ୍ଠ ନନ୍ଦୋର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ରଞ୍ଜିତା ମିଶ୍ର ସରକାରଙ୍କୁ ଏଭଳି ନିବେଦନ କରିଛନ୍ତି। ଖାଲି ସେ ନୁହେଁ ସ୍କୁଲର […]

school-2

school-2

Niranjan Mishra
  • Published: Wednesday, 07 December 2022
  • Updated: 07 December 2022, 01:16 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ‘ସରକାର ଆମ ପାଇଁ ଅଧିକ ୩ଟି ଶ୍ରେଣୀ ଗୃହ କରିଦେବେ କି ? ମାତ୍ର ଗୋଟିଏ ଶ୍ରେଣୀ ଗୃହରେ ୫ଟି କ୍ଲାସର ପିଲା ବସି ପଢ଼ି ପାରୁନୁ। ଆମେ ସ୍କୁଲର ଦଦରା ରୋଷେଇ ଘରେ ଓ ବାରଣ୍ଡାରେ ବସି ପଢ଼ୁଛୁ। ବର୍ଷା ହେଲେ ଆମ ବହି, ଖାତା ଓଦା ହୋଇଯାଉଛି।’ ଭଦ୍ରକ ଉପକଣ୍ଠ ନନ୍ଦୋର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ରଞ୍ଜିତା ମିଶ୍ର ସରକାରଙ୍କୁ ଏଭଳି ନିବେଦନ କରିଛନ୍ତି। ଖାଲି ସେ ନୁହେଁ ସ୍କୁଲର ସମସ୍ତ ପିଲାମାନେ ସମାନ ନିବେଦନ କରିଛନ୍ତି।

ବାରମ୍ବାର ଜିଲ୍ଲାପାଳ, ବିଡିଓ, ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇ ନିରାଶ ହେବା ପରେ ଏବେ ଶେଷ ଆଶା ନେଇ ସରକାରଙ୍କୁ ଗୁହାରି କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକମାନେ। ସେପଟେ ନନ୍ଦୋର ପ୍ରାଥମିକ ବିଦ୍ୟାଳୟର ଏଭଳି ବିଚିତ୍ର ଭିତ୍ତିଭୂମି ଦେଖି ଚିନ୍ତା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀମାନେ। ଏହା ରାଜ୍ୟରେ ସରକାରୀ ପ୍ରାଥମିକ ସ୍କୁଲର ଦୁର୍ବଳ ଭିତ୍ତିଭୂମୀ ଉପରେ ଆଙ୍ଗୁଳି ଉଠାଇଛି।

୧୯୪୬ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଯାହା ସ୍ୱାଧୀନତାର ମୁକସାକ୍ଷୀ। ଏଠାରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୬୬ ଜଣ ପିଲା ପଢୁଛନ୍ତି। ଏହି ସ୍କୁଲ ପରିସରରେ ଥିବା ପୁରୁଣା ଶ୍ରେଣୀ ଗୃହଟି ଭାଙ୍ଗି ଯିବା ପରେ ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ଅଫିସ ଓ ପାଠପଢା। କିଏ ମଧ୍ୟାହ୍ନ ଭୋଜନ ପାଇଁ ରହିଥିବା ଚାଉଳ ବସ୍ତା କନ୍ଦିରେ ବସିଛି ତ, କିଏ ଅଫିସ୍ ଆଲମିରା ସନ୍ଧିରେ ବସିଛି। ଶିଶୁମାନଙ୍କ ବସିବା ନିମନ୍ତେ ଚେୟାର ଟେବୁଲ ମଧ୍ୟ ନାହିଁ। ସମସ୍ତେ ତଳେ ବସୁଛନ୍ତି। ସମସ୍ତ ଶ୍ରେଣୀ ନିମନ୍ତେ ବ୍ଲାକ୍‌ ବୋର୍ଡ ମଧ୍ୟ ନାହିଁ। ଶିକ୍ଷକ ମୁହେଁ ମୁହେଁ ବୁଝାଉଛନ୍ତି। ପିଲା ଯେତିକି ବୁଝିଲେ ବାସ୍‌ ସେତିକି। ଗୋଟିଏ ଶ୍ରେଣୀର ପିଲାଙ୍କୁ ପାଠ ପଢା ଗଲେ, ଅନ୍ୟ ଶ୍ରେଣୀର ପିଲାମାନଙ୍କ ପାଠପଢ଼ା ବନ୍ଦ। ଖରା ଦିନେ ଯେନତେନ ଏଠାରେ ପାଠ ପଢା ହେଉଥିବା ବେଳେ ଅନ୍ୟ ସମୟରେ ପାଠ ପଢା ବନ୍ଦ। ଦୁର୍ବଳ ଭିତ୍ତିଭୂମି ଯୋଗୁ ସ୍କୁଲରେ ଧିରେ ଧିରେ ଉପସ୍ଥାପନ ମଧ୍ୟ କମିବାରେ ଲାଗିଛି।

[caption id="attachment_787352" align="aligncenter" width="650"] ସ୍ଥାନ ଅଭାବରୁ ଚାଉଳ ଅଖା ସନ୍ଧିରେ ବସି ପଢ଼ୁଛନ୍ତି ପିଲା।[/caption]

ଏଠାରେ ୫ଟି ଶ୍ରେଣୀ ପାଇଁ ୩ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି। ତେଣୁ ଏଠାରେ କିପରି ପାଠ ପଢା ହେଉଥିବ ଓ ପିଲାଙ୍କ ଭବିଷ୍ୟତ କିପରି ଗଢ଼ା ହେଉଥିବ ତାହା ସହଜରେ ଅନୁମେୟ। ନା ସ୍କୁଲର ହତା ଅଛି, ନା ଶୌଚ ପାଇଁ ବ୍ୟବସ୍ଥା। ନା ପିଲାଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ଅଛି, ନା ଶୈଖିକ ବାତାବରଣ। ଏ ସଂକ୍ରାନ୍ତରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଅଭିଭାବକ ଓ ବିଦ୍ୟାଳୟ କମିଟି ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ ବିଡ଼ିଓଙ୍କୁ ଜଣାଇଛନ୍ତି। ହେଲ ଫଳ ଶୂନ। କେବଳ ପ୍ରତିଶ୍ରୁତି ମିଳିଛି, ହଁ ଦେଖିବା।

ଛାତ୍ରୀ ରଞ୍ଜିତା କହିଛନ୍ତି, ଆମେ ପାଠପଢ଼ିବାରେ ବହୁତ ହଇରାଣ ହେଉଛୁ। ସରକାର ତୁରନ୍ତ ଏଠାରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନିମନ୍ତେ ସ୍କୁଲ ଘର, ରୋଷେଇ ଘର ତିଆରି କରନ୍ତୁ।

ଅଭିଭାବକ ଅନନ୍ତ ତ୍ରୀପାଠୀ କହିଛନ୍ତି, ଏଠାରେ ପିଲାମାନଙ୍କ ଭବିଷ୍ୟତ ସହ ସରକାର ଖେଳ ଖେଳୁଛନ୍ତି। ଶିକ୍ଷାର ବ୍ୟବସ୍ଥା ନିମନ୍ତେ ସରକାର ଯେପରି ଭିତ୍ତିଭୂମି ନିର୍ମାଣ କରିବା କଥା କରୁନାହାନ୍ତି। ଏହା ପିଲାମାନଙ୍କ ନିମନ୍ତେ ବଡ ବିପଦ। ତୁରନ୍ତ ସରକାର ଏଠାରେ ଆବଶ୍ୟକ ସ୍କୁଲ ଘର ଓ ରୋଷେଇ ଘର ନିର୍ମାଣ କରନ୍ତୁ।

ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ଶଙ୍ଖୁଆ କହିଛନ୍ତି, ବିଦ୍ୟାଳୟର ଅବ୍ୟବସ୍ଥା ନେଇ ସେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି। ହେଲେ ସ୍କୁଲରେ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ କିମ୍ବା ପୁରୁଣା ଶ୍ରେଣୀଗୃହର ମରାମତି ହେଉନି। ଆବଶ୍ୟକ ଶ୍ରେଣୀଗୃହ ହୋଇପାରିଲେ, ପିଲାମାନେ ସୁବିଧାରେ ପାଠ ପଢ଼ିପାରନ୍ତେ।

[caption id="attachment_787353" align="alignnone" width="650"] ଏକମାତ୍ର ଶ୍ରେଣୀ ଗୃହ ଓ ରୋଷେଇ ଘର।[/caption]

ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର କହିଛନ୍ତି, ସେ ସମସ୍ୟା ସଂପର୍କରେ ଅବଗତ ଅଛନ୍ତି। ଯେହେତୁ ପଞ୍ଚାୟତିରାଜ ବିଭାଗକୁ ବିଦ୍ୟାଳୟ ଉନ୍ନତିକରଣ କାମ ଯାଇଛି। ତେଣୁ ଏ ସଂକ୍ରାନ୍ତରେ ସେ ବିଡିଓଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos