/odisha-reporter/media/post_attachments/uploads/2018/09/rain-water-reserve-in-puri.jpg)
rain-water-reserve-in-puri
ପୁରୀ/ପାରାଦୀପ (ମଧୁସୂଦନ ମିଶ୍ର ଓ ଏନ୍.ଏମ୍.ବୈଶାଖ): ବର୍ଷା ହେଲା ଛାଡ଼ିଗଲା। ହେଲେ ଲୋକଙ୍କୁ ଦେଇଗଲା ଦୁଃଖ ଓ ଯନ୍ତ୍ରଣା। ଦିନେ ନୁହେଁ କି ଦୁଇ ଦିନ ନୁହେଁ, ମାସ ମାସ ଧରି ଜଳବନ୍ଦୀ ଜୀବନ ଜୀଉଛନ୍ତି ସହରୀ ମଣିଷ।
Advertisment
ଘର ଦାଣ୍ଡରେ ଲହଡ଼ି ଭାଙ୍ଗୁଛି କୃତ୍ରିମ ବନ୍ୟା ପାଣି। ଭରସା ସାଜିଛି ମୋଟର ଟ୍ୟୁବ୍। ଏଥିରେ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲା। ଏପରି ସ୍ଥିତି ଦେଖିବାକୁ ମିଳିଛି ଶ୍ରୀକ୍ଷେତ୍ର ପୁରୀ ଓ ପାରାଦୀପ ଅଞ୍ଚଳରେ।
/odisha-reporter/media/post_attachments/wp-content/uploads/2018/09/rain.jpg)
ପ୍ରଥମେ ଶ୍ରୀକ୍ଷେତ୍ର କଥା
ଜୋତା, ମୋଜା ଓ ଟାଇ ସାଙ୍ଗକୁ ଚକାଚକ୍ ଡ୍ରେସ୍। ମନ ଭିତରେ ସ୍କୁଲ୍ ଯାଇ ପାଠପଢ଼ିବାର ଆଶା ଓ ଆକାକ୍ଷା। ହେଲେ ପ୍ରତିବନ୍ଧକ ସାଜୁଛି କୃତ୍ରିମ ବନ୍ୟା ପାଣି। ତେଣୁ ଟ୍ୟୁବ୍ ଭେଳା କରି ପିଲାମାନଙ୍କୁ ପାର କରାଉଛନ୍ତି ସମ୍ପର୍କୀୟ। ମାସେ ହେଲାଣି ଏଭଳି ଅବସ୍ଥା ଭୋଗୁଛନ୍ତି ମାଟିତୋଟା ଅଞ୍ଚଳବାସୀ।
Advertisment
ରଥଯାତ୍ରା ସମୟରେ ଲଗାଣ ବର୍ଷା ଯୋଗୁ ଜଳାର୍ଣ୍ଣବ ହୋଇଥିଲା ଏହି ଅଞ୍ଚଳ। ସେହିଦିନଠାରୁ ଜଳନିଷ୍କାସନ ହୋଇନପାରିବାରୁ ଜଳବନ୍ଦୀ ଜୀବନ ଜୀଉଁଛନ୍ତି ମାଟିତୋଟା ଲୋକେ। ଜାତୀୟ ରାଜପଥ ହେବା ଦିନଠାରୁ ମାଟିତୋଟା ଅଞ୍ଚଳରେ ଏଭଳି ସମସ୍ୟା ଦେଖାଦେଇଥିବା ଅଭିଯୋଗ ହୋଇଛି।
ପାଣି ବାହାର କରିବା ପାଇଁ ୨ଟି ପମ୍ପ ଲଗାଯାଇଥିଲେ ମଧ୍ୟ ସମାଧାନ ହୋଇପାରୁନି। ତେବେ ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରାଧିକରଣକୁ ଚିଠିକୁ ଲେଖାଯାଇଛି ବୋଲି କହିଛନ୍ତି ପୁରୀ ପୌର କର୍ତ୍ତୃପକ୍ଷ।
ପାରାଦୀପରେ ସମଦଶା
ପୁରୀ ପରି ପାରାଦୀପ ଗଡ଼ ପଞ୍ଚାୟତରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଘର ଭିତରେ ଓ ବାହାରେ ପାଣି। ତେଣୁ କିଏ ଇଟା ପଥର ପକାଇ ଯା'ଆସ କରୁଛନ୍ତି ତ, ଆଉ କିଏ ଘରର ଆସବାବପତ୍ରକୁ ସମ୍ଭାଳିବାରେ ବ୍ୟସ୍ତ ରହିଛି। ଏଭଳି ଅବସ୍ଥା ଯୋଗୁ ଅଧିକାଂଶଙ୍କ ଘରେ ଚୁଳି ଜଳୁନି। ପିଲାଙ୍କ ସ୍କୁଲ ଯିବାବି ସମ୍ଭବ ହୋଇପାରୁନି।
/odisha-reporter/media/post_attachments/wp-content/uploads/2018/09/rainnnnnnn.jpg)
ନୂଆଗଡ଼ ପଞ୍ଚାୟତର ମୂଷାଢ଼ିହା ଗାଁରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏସାର କମ୍ପାନୀର ଡ୍ରେନେଜ ପାଣି ପଶି ଏଭଳି ଦୁର୍ଦ୍ଦଶା ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ଏନେଇ ଏସାର୍ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
