କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ଶିକ୍ଷାର ମନ୍ଦିରରେ କଳଙ୍କର ଛିଟା ପଡ଼ିଛି। ଯେଉଁ ସାର୍ ପିଲାଙ୍କୁ ପାଠ ପଢ଼ାଇ ସେମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖାଉଥିଲେ, ସିଏ ସାଜିଲେ ଶଇତାନ। କ୍ଲାସ୍ ରୁମ୍ରେ ଏକୁଟିଆ ପାଇ ଜଣେ ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିବା ଅଭିଯୋଗ ହୋଇଛି। ନଟି ସାର୍ଙ୍କ ଏପରି ଡାର୍ଟି କାମର ଖବର କୋରାପୁଟ ଜିଲ୍ଲାରୁ ଆସିଛି।
୮ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଜଣକ ସବୁଦିନ ପରି ଶନିବାର ସ୍କୁଲ ଯାଇଥିଲେ। ସାର୍ଙ୍କ କ୍ଲାସ ସରିବା ପରେ ସେ ଛାତ୍ରୀଙ୍କୁ ଏକୁଟିଆ ଡାକିଥିଲେ। ଆଉ ସୁନା ପିଲାଟି ପରି ଛାତ୍ରୀ ଜଣଙ୍କ ସାର୍ଙ୍କ ପାଖକୁ ଯାଇଥିଲେ। ଏହାର ସୁଯୋଗ ନେଇ ସାର୍ ଛାତ୍ରୀଙ୍କ ସମ୍ୱେଦନଶୀଳ ଅଙ୍ଗରେ ହାତ ଲଗାଇଥିଲେ। ଶିକ୍ଷକଙ୍କ ଏପରି ଆଚରଣ ଦେଖି ଛାତ୍ରୀ ଜଣକ କାନ୍ଦି ପକାଇଥିଲେ। ପରେ ଘରକୁ ଆସି ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କ ପାଖରେ ଏ ବିଷୟରେ ଅଭିଯୋଗ କରିଥିଲେ।
ଆଜି ସନ୍ଧ୍ୟାରେ ଛାତ୍ରୀଙ୍କ ଜେଜେ ଏନେଇ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସମ୍ପୃକ୍ତ ଶିକ୍ଷକ ଅନ୍ୟ ଛାତ୍ରୀମାନଙ୍କ ସହ ଏପରି ଆଗରୁ କରୁଥିବା କଥା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଲୁଟ୍ରେ ଯାଇଥିଲା ମହିଳାଙ୍କ ଜୀବନ; ୧୨ ଦିନ ପରେ ଝାରଖଣ୍ଡରୁ ଧରାପଡ଼ିଲା ଲୁଟେରା
ଏୟାଫିଲ୍ଡ ଥାନା ଲବଣଗିରି ଛକରେ ରାସ୍ତା ଶୂନ୍ଶାନ ଦେଖି ୟୁ.ବିଷ୍ଣୁ ପାତ୍ରଙ୍କ ବେକରେ ପଡ଼ିଥିବା ସୁନା ଚେନ୍ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ ରାଜା। ହେଲେ ୟୁ.ବିଷ୍ଣୁ ପାତ୍ର ବାଇକ୍ରୁ ପଡ଼ି ଯାଇଥିଲେ।
Crime
ଶ୍ୱଶୁର ଘର ଆଗରେ ଯୌତୁକ ସାମଗ୍ରୀ ପୋଡ଼ିଦେଲେ ଜ୍ୱାଇଁ
ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନାନା ନିର୍ଯାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ।
Accident
ଗଛରେ ପିଟିହେଲା ପିକ୍ଅପ୍; ୨ ଜଣଙ୍କ ମୃତ୍ୟୁ
ଆଜି ଅପରାହ୍ନ ପ୍ରାୟ ସାଢ଼େ୨ଟା ହେବ। ପାଟଣାଗଡ଼ରୁ ପଦ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ପିକ୍ଅପ୍ ଭ୍ୟାନ୍ଟି ପଢେଲ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇଯାଇଥିଲା।
Guest Column
ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଭୂମି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବନ୍ଧୁଗଣ! ଓଡ଼ିଶାର ସନ୍ଥ କବି ଭୀମ ଭୋଇ କହିଥିଲେ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ଏହାର ଭାବାର୍ଥ ହେଉଛି ଯେ ମୋତେ ଯେତେ ଯନ୍ତ୍ରଣା ସହିବାକୁ ପଡ଼ୁ ପଛେ...କିନ୍ତୁ ଦୁନିଆକୁ ରକ୍ଷା କରାଯାଉ। ଏହା ମଧ୍ୟ ଓଡ଼ିଶାର ସଂସ୍କୃତି। ଓଡ଼ିଶା ସମଗ୍ର ଦେଶ ତଥା ସମଗ୍ର ମାନବ ସମାଜର ସେବା କରୁଛି।