ସରିଲା ପ୍ରତୀକ୍ଷା, କାଲିଠୁ ଖୋଲିବ ସ୍କୁଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ଦେଢ଼ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଆସନ୍ତାକାଲିଠୁ ଅର୍ଥାତ୍ ଜୁଲାଇ ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ଏ ନେଇ ସରକାରଙ୍କ ତରଫରୁ ସବୁ ପ୍ରସ୍ତୁତି ସରିଛି। ଦେଢ଼ ବର୍ଷ ପରେ ରାଜ୍ୟରେ ଆସନ୍ତାକାଲିଠୁ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ୍ ଖୋଲୁଥିବାରୁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସ୍କୁଲ୍ ଯିବା ପାଇଁ ଛାତ୍ରଛାତ୍ରୀମାନଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ତେବେ ସ୍କୁଲ […]

school

school

Ranjit Kumar Jena
  • Published: Sunday, 25 July 2021
  • Updated: 25 July 2021, 08:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ଦେଢ଼ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଆସନ୍ତାକାଲିଠୁ ଅର୍ଥାତ୍ ଜୁଲାଇ ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ଏ ନେଇ ସରକାରଙ୍କ ତରଫରୁ ସବୁ ପ୍ରସ୍ତୁତି ସରିଛି। ଦେଢ଼ ବର୍ଷ ପରେ ରାଜ୍ୟରେ ଆସନ୍ତାକାଲିଠୁ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ୍ ଖୋଲୁଥିବାରୁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସ୍କୁଲ୍ ଯିବା ପାଇଁ ଛାତ୍ରଛାତ୍ରୀମାନଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।

ତେବେ ସ୍କୁଲ ଖୋଲିବାକୁ ନେଇ ସବୁଠୁ ଅଧିକ ଉତ୍ସାହିତ ଅନ୍ ଲାଇନ୍ ଶିକ୍ଷାରୁ ବଞ୍ଚିତ ପଛୁଆ ଅଞ୍ଚଳର ପିଲା। ଏପଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଘର ଘର ବୁଲି ପିଲାଙ୍କୁ ସ୍କୁଲ୍ ଆସିବାକୁ ଶିକ୍ଷକ ସଚେତନ କରୁଛନ୍ତି। ଶିକ୍ଷକମାନେ ଅଭିଭାବକଙ୍କୁ ବି କୋଭିଡ୍ ଗାଇଡ ଲାଇନ୍ ସମ୍ପର୍କରେ ବି ବୁଝାଉଛନ୍ତି। ଯେହେତୁ କାଲିଠାରୁ ସ୍କୁଲ୍ ଖୋଲିବ, ତେଣୁ ସବୁ ସ୍କୁଲର କ୍ୟାମ୍ପସକୁ ସାନିଟାଇଜ୍ କରାଯାଇଛି। ଆଇସୋଲେସନ୍ ରୁମ୍ ସହ ପିଲାଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜର ଓ ହ୍ୟାଣ୍ଡ ୱାଶ ମହଜୁଦ ରଖାଯାଇଛି। ଛାତ୍ରଛାତ୍ରୀମାନଙ୍କ ପାଇଁ ସାମାଜିକ ଦୂରତା ରଖି ସିଟିଂ ଆରେଞ୍ଜମେଣ୍ଟ କରାଯାଇଛି।

କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ସୋମବାର ସକାଳ ୧୦ଟାରୁ ଦିନ ସାଢେ ଗୋଟାଏ ଯାଏ କ୍ଲାସ ଚାଲିବ। ସ୍କୁଲକୁ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ କରି ପିଲାଙ୍କୁ ଛଡାଯିବ। ଛାତ୍ରଛାତ୍ରୀମାନେ ସାଙ୍ଗରେ ଖାଦ୍ୟ ପଦାର୍ଥ ନେଇପାରିବେ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀଙ୍କ ଭିତରେ କରୋନାର ଲକ୍ଷଣ ଦେଖାଦେଲା, ତାହେଲେ ତୁରନ୍ତ ସେମାନଙ୍କୁ ଆଇସୋଲେସନ୍ ରୁମକୁ ସ୍ଥାନାନ୍ତର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୂଚିତ କରାଯିବ।

ସ୍କୁଲକୁ ଆସିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଅଭିଭାବକଙ୍କର ସହମତି ନେବାକୁ ପଡ଼ିବ। ତେବେ ଯେଉଁମାନେ ସ୍କୁଲ୍ ନଆସିବେ, ସେମାନଙ୍କ ପାଇଁ ଅନଲାଇନ୍ ବ୍ୟବସ୍ଥା ଜାରି ରହିବ। SOP ଅନୁସାରେ ସ୍କୁଲ ଓ ହଷ୍ଟେଲ୍ ଖୋଲିବ। ତେବେ SOP ପାଳନର ତଦାରଖ କରିବାକୁ ନୋଡାଲ୍ ଅଧିକାରୀ ମାନେ ଜିଲ୍ଲା ଗସ୍ତରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ସୂଚନାଯୋଗ୍ୟ, ଜୁଲାଇ ୨୬ ସୋମବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଗତ ୨୭ ତାରିଖରେ ସୂଚନା ଦେଇଥିଲେ। ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଖୋଲିବ। ତେବେ ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ସେଣ୍ଟର ହେଉଛି, ପରୀକ୍ଷା ପରେ ଖୋଲିବ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story