ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବଳ ଗ୍ରୀଷ୍ମପ୍ରବାହର ସମ୍ଭାବନାକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ ହେବ। ମାର୍ଚ୍ଚ ୩୦ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ଏପ୍ରିଲ ୨ ତାରିଖରୁ ସ୍କୁଲ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ। କୌଣସି ପରିସ୍ଥିତିରେ ବି ଦିନ ୧୧ଟା ପରେ […]

sc

Hemant Lenka
  • Published: Saturday, 23 March 2019
  • , Updated: 23 March 2019, 05:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବଳ ଗ୍ରୀଷ୍ମପ୍ରବାହର ସମ୍ଭାବନାକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ ହେବ। ମାର୍ଚ୍ଚ ୩୦ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ଏପ୍ରିଲ ୨ ତାରିଖରୁ ସ୍କୁଲ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ। କୌଣସି ପରିସ୍ଥିତିରେ ବି ଦିନ ୧୧ଟା ପରେ ସ୍କୁଲଗୁଡ଼ିକ ଖୋଲା ରହିବ ନାହିଁ। ଚଳିତମାସ ୩୦ତାରିଖ ସୁଦ୍ଧା ସ୍କୁଲଗୁଡ଼ିକରେ ପରୀକ୍ଷା ଶେଷ କରିବାକୁ କୁହାଯାଇଛି ।

ସେହିପରି ୨୦୧୯-୨୦ ଶିକ୍ଷାବର୍ଷ ଏପ୍ରିଲ ୩ତାରିଖରୁ ଆରମ୍ଭ ହେବ। ଏପ୍ରିଲ ୨ରେ ସ୍କୁଲଗୁଡ଼ିକରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ।  ମେ’ ୬ତାରିଖରେ ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ଏହି ନିୟମ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଲାଗୁ ହେବ। ସେହିପରି ସ୍କୁଲରେ ୧୦ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ଦିଆଯିବ।

Related story