୧୫ ଦଫା ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ସଂଘ ଏବଂ ଅମଲା ସଂଘ

ଭୁବନେଶ୍ୱର: ତୁରନ୍ତ ୧୫ ଦଫା ଦାବି ପୂରଣ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଓଡ଼ିଶା ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ସଂଘ ଏବଂ ଅମଲା ସଂଘ। କନିଷ୍ଠ ଓ ବରିଷ୍ଠ ସହାୟକ ପଦବୀକୁ ମିଶ୍ରଣ କରି କାର୍ଯ୍ୟନିର୍ବାହୀ ସହାୟକ ପଦବୀ ସୃଷ୍ଟି, କାର୍ଯ୍ୟନିର୍ବାହୀ ସହାୟକ ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କରିବା, ଦରମା ବୃଦ୍ଧି, ଗ୍ରେଡ୍ ପେ ସମସ୍ୟାର ସମାଧାନ ଓ ପଦୋନ୍ନତି ଭଳି ୧୫ଟି ଦାବି ରଖିଛି ସଂଘ। ଏହି ସବୁ […]

section-officer

Rakesh Mallick
  • Published: Thursday, 26 May 2016
  • , Updated: 26 May 2016, 07:09 AM IST

ଭୁବନେଶ୍ୱର: ତୁରନ୍ତ ୧୫ ଦଫା ଦାବି ପୂରଣ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଓଡ଼ିଶା ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ସଂଘ ଏବଂ ଅମଲା ସଂଘ। କନିଷ୍ଠ ଓ ବରିଷ୍ଠ ସହାୟକ ପଦବୀକୁ ମିଶ୍ରଣ କରି କାର୍ଯ୍ୟନିର୍ବାହୀ ସହାୟକ ପଦବୀ ସୃଷ୍ଟି, କାର୍ଯ୍ୟନିର୍ବାହୀ ସହାୟକ ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କରିବା, ଦରମା ବୃଦ୍ଧି, ଗ୍ରେଡ୍ ପେ ସମସ୍ୟାର ସମାଧାନ ଓ ପଦୋନ୍ନତି ଭଳି ୧୫ଟି ଦାବି ରଖିଛି ସଂଘ। ଏହି ସବୁ ଦାବି ପୂରଣ ନେଇ ୧୮ ବର୍ଷ ହେଲାଣି ପ୍ରଶାସନ କେବଳ ଆଶ୍ୱାସନା ଦେଇ ଚାଲିଛି। ତେବେ ଏବେ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନିଆ ନ ଗଲେ ଅଗଷ୍ଟ ୯ ତାରିଖରେ ସମାବେଶ କରାଯାଇ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ବିଚାର କରାଯିବ ବୋଲି ଓଡ଼ିଶା ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ସଂଘ ଓ ଅମଲା ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ନିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଉଭୟ ସଂଘର ସଭାପତି, ଉପସଭାପତି ଓ ସଂପାଦକ ପ୍ରମୁଖ ଉପସ୍ଥିତ ଥିଲେ।

Related story