ହସ୍ପିଟାଲ ଜଗିବେ ସୁରକ୍ଷାକର୍ମୀ, ପଶି ପାରିବେନି ଅବାଞ୍ଝିତ ବ୍ୟକ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପରି ପଶ୍ଚିମବଙ୍ଗରେ କିଛି ଦିନ ତଳେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହାକୁ ନେଇ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଯାହାଫଳରେ ରୋଗୀ ସେବା ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଏହା ପରେ କେନ୍ଦ୍ର ସରକାରଙ୍କ ଚେତା ପଶିଥିଲା। ହସ୍ପିଟାଲ୍‌ରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ନେଇ କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିଥିଲେ। କେନ୍ଦ୍ରମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏନେଇ ସଂସଦରେ ସୂଚନା ଦେଇଛନ୍ତି। ନିର୍ଦ୍ଦେଶାବଳୀ ଅନୁଯାୟୀ, ସମ୍ବେଦନଶୀଳ […]

security-in-odisha-hospitals-to-be-tightened-to-protect-doctors-from-attacks

Manoranjan Sial
  • Published: Sunday, 14 July 2019
  • , Updated: 14 July 2019, 08:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପରି ପଶ୍ଚିମବଙ୍ଗରେ କିଛି ଦିନ ତଳେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହାକୁ ନେଇ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଯାହାଫଳରେ ରୋଗୀ ସେବା ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଏହା ପରେ କେନ୍ଦ୍ର ସରକାରଙ୍କ ଚେତା ପଶିଥିଲା। ହସ୍ପିଟାଲ୍‌ରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ନେଇ କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିଥିଲେ। କେନ୍ଦ୍ରମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏନେଇ ସଂସଦରେ ସୂଚନା ଦେଇଛନ୍ତି।

ନିର୍ଦ୍ଦେଶାବଳୀ ଅନୁଯାୟୀ, ସମ୍ବେଦନଶୀଳ ହସ୍‌ପିଟାଲରେ ପ୍ରଶିକ୍ଷଣପ୍ରାପ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ। ହସ୍ପିଟାଲ୍‌ରେ ସିସିଟିଭି ଲାଗିବ। କାଜୁଆଲ୍‌ଟି ଓ ଏମର୍‌ଜେନ୍ସି ଓ୍ୱାର୍ଡରେ କୁଇକ୍‌ ରିଆକସନ୍‌ ଟିମ୍‌ ମୁତୟନ ରହିବେ। ସୁରକ୍ଷା ପରିଚାଳନା ଲାଗି ସେଣ୍ଟ୍ରାଲାଇଜଡ କଣ୍ଟ୍ରୋଲ ରୁମ୍ ରହିବ। ହସ୍‌ପିଟାଲ୍ ପରିସରକୁ ଅବାଞ୍ଛିତ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ। ଆକ୍ରମଣକାରୀଙ୍କ ବିରୋଧରେ ସମ୍ପୃକ୍ତ ହସ୍ପିଟାଲ ତରଫରୁ ଏତଲା ଦିଆଯିବ। ଡାକ୍ତରମାନଙ୍କ ସୁରକ୍ଷା ନେଇ ନିୟମାବଳୀ ପ୍ରଦର୍ଶିତ ହେବ। ସେହିପରି ଚିକିତ୍ସାରେ ଅବହେଳା ଅଭିଯୋଗର ଅନୁଧ୍ୟାନ ପାଇଁ ନୋଡାଲ ଅଫିସର ନିଯୁକ୍ତ ହେବେ।

ରାଜ୍ୟ ସରକାର ଏହି ନିର୍ଦ୍ଦେଶନାମାକୁ ଅନୁଧ୍ୟାନ କରି କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଡାକ୍ତରଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଦାବି କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ପୂରା ଓଲଟା। ଚିକିତ୍ସା ଅବହେଳା ଅଭିଯୋଗରେ ପୂର୍ବରୁ ବାରିପଦା, ଭଦ୍ରକ ଓ ପୁରୀ ମେଡିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ମେଡିକାଲ୍‌ରେ କାର୍ଯ୍ୟରତ ଡାକ୍ତରମାନେ ଆକ୍ରମଣ ଓ ଦୁର୍ବ୍ୟବହାରର ଶିକାର ହୋଇଥିଲେ।

କେମିତି ଅଛି ସୁରକ୍ଷା ବ୍ୟବସ୍ଥା?

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନରେ ସୁରକ୍ଷା କର୍ମୀ ନାହାନ୍ତି। ଏଠାରେ ଲାଗିଥିବା ସିସିଟିଭି ଅଚଳ ହୋଇପଡ଼ିଛି। ଏଠାରେ ଅନେକ ସମୟରେ ଡାକ୍ତର ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ରୋଗୀଙ୍କ ମୃତ୍ୟୁ ହୋଇଗଲେ ତାଙ୍କ ସଂପର୍କୀୟଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡ଼ୁଥିବା ବାରମ୍ବାର ଅଭିଯୋଗ ଆସୁଛି।

ସେହିପରି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ୍ ଓ ହସ୍ପିଟାଲ କାଁଭାଁ କିଛି ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ହସପିଟାଲ୍‌ ପରିସରରେ ପୁଲିସ୍ ଫାଣ୍ଡି ରହିଛି। ହେଲେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଏଠି ମଧ୍ୟ ସିସିଟିଭି କାମ କରୁନି।

Related story