ଚାକିରି ଛାଡ଼ିଲେ ବରିଷ୍ଠ ଆଇଏଏସ୍‌ ଗଗନ ଧଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ଆଇଏଏସ୍ ଅଫିସର୍‌ ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ୧୯୮୫ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର୍‌ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟ କରୁଥିଲେ।  ସେ ଇସ୍ତଫା ଦେବା ପରେ ତାଙ୍କ ଜାଗାରେ ଅନ୍ୟତମ ବରିଷ୍ଠ ଆଇଏଏସ୍‌ ଅଫିସର୍ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଶ୍ରୀ ଧଳ ୨୦୨୦ ମସିହା ଜାନୁଆରୀ ମାସରେ ଚାକିରିରୁ ଅବସର ନେଇଥା’ନ୍ତେ। ତା’ପୂର୍ବରୁ ସେ କାହିଁକି ଅବସର ନେଲେ, ତାହା ଜଣାପଡ଼ିନି। ସୂଚନାଯୋଗ୍ୟ, ଆଦିତ୍ୟ […]

gagan-dhala..11

gagan-dhala..11

Jyoshna Pradhan
  • Published: Friday, 16 August 2019
  • Updated: 16 August 2019, 02:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ଆଇଏଏସ୍ ଅଫିସର୍‌ ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ୧୯୮୫ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର୍‌ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟ କରୁଥିଲେ।  ସେ ଇସ୍ତଫା ଦେବା ପରେ ତାଙ୍କ ଜାଗାରେ ଅନ୍ୟତମ ବରିଷ୍ଠ ଆଇଏଏସ୍‌ ଅଫିସର୍ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି।

ଶ୍ରୀ ଧଳ ୨୦୨୦ ମସିହା ଜାନୁଆରୀ ମାସରେ ଚାକିରିରୁ ଅବସର ନେଇଥା’ନ୍ତେ। ତା’ପୂର୍ବରୁ ସେ କାହିଁକି ଅବସର ନେଲେ, ତାହା ଜଣାପଡ଼ିନି।

ସୂଚନାଯୋଗ୍ୟ, ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ୱେଚ୍ଛାକୃତ ଅବସର ଘୋଷଣା କରିବା ପରେ ୧୯୮୬ ବ୍ୟାଚ୍‌ର ଆଇଏଏସ୍ ଅଫିସର୍ ଅସିତ୍ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ସରକାର ନିଯୁକ୍ତି ଦେଇଛନ୍ତି। ଅଗଷ୍ଟ ୧୯ ତାରିଖରୁ ସେ ତାଙ୍କର ଏହି ନୂଆ ଦାୟିତ୍ୱ ଗ୍ରହଣ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos