ସରିଲା ଡେଡ୍‌ ଲାଇନ୍‌, ଆଜିଠୁ ଲାଇନ୍‌ କାଟିବ ସେସୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ସରିଲା ଡେଡ୍‌ ଲାଇନ୍‌। ଆଉ ନିସ୍ତାର ନାହିଁ। ଆଜିଠୁ ଖିଲାପି ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସଂଯୋଗ କାଟିବ ସେସୁ। ବର୍ଷ ବର୍ଷ ଧରି ବିଦ୍ୟୁତ୍ ବ୍ୟବହାର କରି ବିଲ୍ ଦେଇନଥିବା ଉପଭୋକ୍ତାଙ୍କ ପାଇଁ ଥିବା ଡେଡ୍ ଲାଇନ୍ ଗତକାଲି ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଖିଲାପି ବ୍ୟବସାୟିକ ପ୍ରତିଷ୍ଠାନ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ପରିମାଣର ବିଲ୍ ପୈଠ କରିନଥିବା ବିତ୍ତଶାଳୀ, ଏସି ଓ ଚାରିଚକିଆ ଯାନ ବ୍ୟବହାର କରୁଥିବା ଖିଲାପି ଗ୍ରାହକଙ୍କୁ […]

susu-1...

Niharika Rout
  • Published: Thursday, 16 January 2020
  • , Updated: 16 January 2020, 08:30 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ସରିଲା ଡେଡ୍‌ ଲାଇନ୍‌। ଆଉ ନିସ୍ତାର ନାହିଁ। ଆଜିଠୁ ଖିଲାପି ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସଂଯୋଗ କାଟିବ ସେସୁ। ବର୍ଷ ବର୍ଷ ଧରି ବିଦ୍ୟୁତ୍ ବ୍ୟବହାର କରି ବିଲ୍ ଦେଇନଥିବା ଉପଭୋକ୍ତାଙ୍କ ପାଇଁ ଥିବା ଡେଡ୍ ଲାଇନ୍ ଗତକାଲି ଶେଷ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ଖିଲାପି ବ୍ୟବସାୟିକ ପ୍ରତିଷ୍ଠାନ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ପରିମାଣର ବିଲ୍ ପୈଠ କରିନଥିବା ବିତ୍ତଶାଳୀ, ଏସି ଓ ଚାରିଚକିଆ ଯାନ ବ୍ୟବହାର କରୁଥିବା ଖିଲାପି ଗ୍ରାହକଙ୍କୁ ଟାର୍ଟେଟ୍ କରାଯିବ। ଶେଷରେ ବିଜୁଳି ବିଲ୍ ବାକି ରଖିଥିବା ସାଧାରଣ ଗ୍ରାହକଙ୍କ ସଂଯୋଗ କଟାଯିବ । ଏଥିନିମନ୍ତେ ୯ଟି ଜିଲ୍ଲାର ୧୧ ହଜାର ୩୯୭ ଗାଁ ବୁଲିବେ ୪୧୩ ସ୍ୱତନ୍ତ୍ର ସ୍କ୍ୱାର୍ଡ ।

ସେସୁର ସୂଚନା ଅନୁସାରେ, ୮ଲକ୍ଷ ୯୫ ହଜାରରୁ ଅଧିକ ଖିଲାପି ଗ୍ରାହକଙ୍କ ଉପରେ ୧୪ଶହ ୯୪ କୋଟି ଟଙ୍କା ବକେୟା ଅଛି । ଗତକାଲି ବିଦ୍ୟୁତ୍‌ ବିଲ୍ ପଇଠର ଶେଷ ଦିନ ଥିବାକୁ ସେସୁ କାର୍ଯ୍ୟାଳୟରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

କଂଗ୍ରେସ ନେତା ସୁରେଶ ରାଉତ ରାୟ କହିଛନ୍ତି, ସରକାର ଆମ ଦାବି ମାନି ପ୍ରଥମେ ସାଧାରଣ ଗ୍ରାହକଙ୍କୁ ଛାଡ଼ି ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଛନ୍ତି ।

Related story