ଚତୁର୍ଦ୍ଧା ମୂର୍ତ୍ତିଙ୍କ ପଇତା ତିଆରି ଫଟୋ ଭାଇରାଲ୍

ପୁରୀ(ଓଡ଼ିଶା ରିପୋର୍ଟର):ଶ୍ରୀମନ୍ଦିର ଜଗମୋହନର ଭିତର ଦୃଶ୍ୟ ପୁଣିଥରେ ଭାଇରାଲ୍ ହୋଇଛି। ଏଥର ଜଗମୋହନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ପଇତା ତିଆରି ହେଉଥିବାର ଦୃଶ୍ୟ ଭାଇରାଲ ହୋଇଥିବା ଜଣାପଡ଼ିଛି। ସୋଶାଲ୍ ମିଡିଆରେ ଜଣେ ପାଟରା ସେବାୟତ ଏହି ଦୃଶ୍ୟକୁ ଭାଇରାଲ୍ କରିଥିଲେ। ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସଂପୃକ୍ତ ପାଟରା ସେବାୟତଙ୍କୁ ପାଟରା ନିଯୋଗ ପକ୍ଷରୁ ନିଲମ୍ବନ କରାଯାଇଛି। ତା’ଛଡ଼ା ଏହି ଦୃଶ୍ୟ ଭାଇରାଲ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ୱର […]

900

900

Tapas Behera
  • Published: Thursday, 20 June 2019
  • Updated: 20 June 2019, 12:34 PM IST

ପୁରୀ(ଓଡ଼ିଶା ରିପୋର୍ଟର):ଶ୍ରୀମନ୍ଦିର ଜଗମୋହନର ଭିତର ଦୃଶ୍ୟ ପୁଣିଥରେ ଭାଇରାଲ୍ ହୋଇଛି। ଏଥର ଜଗମୋହନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ପଇତା ତିଆରି ହେଉଥିବାର ଦୃଶ୍ୟ ଭାଇରାଲ ହୋଇଥିବା ଜଣାପଡ଼ିଛି। ସୋଶାଲ୍ ମିଡିଆରେ ଜଣେ ପାଟରା ସେବାୟତ ଏହି ଦୃଶ୍ୟକୁ ଭାଇରାଲ୍ କରିଥିଲେ। ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସଂପୃକ୍ତ ପାଟରା ସେବାୟତଙ୍କୁ ପାଟରା ନିଯୋଗ ପକ୍ଷରୁ ନିଲମ୍ବନ କରାଯାଇଛି। ତା’ଛଡ଼ା ଏହି ଦୃଶ୍ୟ ଭାଇରାଲ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ୱର ୪ ତାରିଖରେ ଶ୍ରୀମନ୍ଦିରର ଭିତର ଅଂଶର ଫଟୋ ଭାଇରାଲ୍ ହୋଇଥିଲା। ବେଙ୍ଗାଲୁରୁର ଜଣେ ମହିଳା ପର୍ଯ୍ୟଟକ ଶ୍ରୀମନ୍ଦିର ଫଟୋ ଉଠାଇ ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos