ସେବାୟତଙ୍କ ଉପରେ ଲକ୍‌ଡାଉନ୍ ମାଡ଼

ପୁରୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋଦ୍ ଶ୍ରୀମନ୍ଦିର ହେଉ କି ରାଜ୍ୟର ଅନ୍ୟ ଛୋଟବଡ଼ ମନ୍ଦିର । ସବୁଠି  ଲକ୍‌ଡାଉନ୍ ମାଡ଼ । ଦେବଦେବୀଙ୍କ ନୀତିକାନ୍ତି ସିନା ଚାଲୁଛି। ହେଲେ କରୋନା ସଂକ୍ରମଣ ଆଶଙ୍କାରେ ଭକ୍ତ ଆସୁନଥିବାରୁ ଦାନ ଦକ୍ଷିଣା ସାଙ୍ଗକୁ ବନ୍ଦ ହୋଇଯାଇଛି। ଆୟର ପ୍ରମୁଖ ବାଟ ଦୋହଲି ଗଲାଣି । ପୂଜକ ଓ ସେବାୟତଙ୍କ ଆର୍ଥିକ ଅବସ୍ଥା ଗାଁ ଗହଳିର ଛୋଟ ଛୋଟ ମନ୍ଦିର କଥା ଛାଡନ୍ତୁ ଖୋଦ୍ ଶ୍ରୀମନ୍ଦିରରେ ସେବାୟତଙ୍କୁ ତୁରନ୍ତ ଆର୍ଥିକ ସହାୟତା ଦେବାକୁ […]

98765

Tapas Behera
  • Published: Thursday, 16 April 2020
  • , Updated: 16 April 2020, 09:08 PM IST

ପୁରୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋଦ୍ ଶ୍ରୀମନ୍ଦିର ହେଉ କି ରାଜ୍ୟର ଅନ୍ୟ ଛୋଟବଡ଼ ମନ୍ଦିର । ସବୁଠି  ଲକ୍‌ଡାଉନ୍ ମାଡ଼ । ଦେବଦେବୀଙ୍କ ନୀତିକାନ୍ତି ସିନା ଚାଲୁଛି। ହେଲେ କରୋନା ସଂକ୍ରମଣ ଆଶଙ୍କାରେ ଭକ୍ତ ଆସୁନଥିବାରୁ ଦାନ ଦକ୍ଷିଣା ସାଙ୍ଗକୁ ବନ୍ଦ ହୋଇଯାଇଛି। ଆୟର ପ୍ରମୁଖ ବାଟ ଦୋହଲି ଗଲାଣି । ପୂଜକ ଓ ସେବାୟତଙ୍କ ଆର୍ଥିକ ଅବସ୍ଥା ଗାଁ ଗହଳିର ଛୋଟ ଛୋଟ ମନ୍ଦିର କଥା ଛାଡନ୍ତୁ ଖୋଦ୍ ଶ୍ରୀମନ୍ଦିରରେ ସେବାୟତଙ୍କୁ ତୁରନ୍ତ ଆର୍ଥିକ ସହାୟତା ଦେବାକୁ ଉଠିଲାଣି ଦାବି। ୟା ଭିତରେ ବିତିଗଲାଣି ୨୩ ଦିନ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଏକା ଏକା ବସିଛନ୍ତି ଭାବର ଠାକୁର। ଏଣେ ଚକା ଆଖିକୁ ଟିକେ ଦର୍ଶନ ନପାଇ ଅଧିର ହେଲେଣି ଭକ୍ତ । ସେପଟେ କେବଳ ଦାନ ଦକ୍ଷିଣାକୁ ଆଶ୍ରା କରି ପେଟ ପୋଷୁଥିବା ସେବାୟତଙ୍କର ଦୋହଲି ଗଲାଣି ଆର୍ଥିକ ଅବସ୍ଥା । ଯାତ୍ରୀ କି ଭକ୍ତ ଆସୁନଥିବାରୁ ସେମାନଙ୍କ ପାଇଁ ରୋଜଗାରର ସବୁ ବାଟ ବନ୍ଦ। ଭାବିଥିଲେ ଏପ୍ରିଲ୍ ୧୪ ପରେ ଲକଡାଉନ୍ ଉଠିଲେ ପୁଣି ସ୍ୱାଭାବିକ ହୋଇଯିବ ରୋଜଗାରର ପନ୍ଥା।

ହେଲେ ଦ୍ୱିତୀୟ ପର୍ଯ୍ୟାୟ କଟକଣା ଯେମିତି ସେମାନଙ୍କ ପାଇଁ ଆଣିଛି ଅସରନ୍ତି ଦୁର୍ଦ୍ଦିନ। ଲକଡାଉନ୍ ମାଡ଼ରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଯାତ୍ରୀ ପଣ୍ଡା ଓ ଆନନ୍ଦ ବଜାର ସହ ସଂପୃକ୍ତ ସେବକ । ରୋଷଶାଳାରେ ଏବେ ଯେଉଁସବୁ ପ୍ରସାଦ ପ୍ରସ୍ତୁତ ହେଉଛି ତାହା କେବଳ ଠାକୁରଙ୍କ ନୀତିକାନ୍ତିରେ ଲାଗୁଛି । ତେଣୁ ଏଭଳି ସ୍ଥିତିରେ ତୁରନ୍ତ ସେମାନଙ୍କ ପାଇଁ ରାଜ୍ୟ ସରକାର ହୁଅନ୍ତୁ ବା ଶ୍ରୀମନ୍ଦିର ପ୍ରଶାସନ । ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ଉଠିଲାଣି।

ତେବେ ପୂଜକ କି ସେବାୟତଙ୍କର ଏ ଆର୍ଥିକ ଦୁର୍ଦ୍ଦଶାର ଚିତ୍ର କେବଳ ଶ୍ରୀମନ୍ଦିରରେ ସୀମିତ ନୁହେଁ ରାଜ୍ୟର ସମସ୍ତ ଶକ୍ତି ପୀଠ ସାଙ୍ଗକୁ ଅନ୍ୟ ଛୋଟବଡ଼ ଦେବଦେବୀ ମନ୍ଦିରରେ ବି ଉଣା ଅଧିକେ ସମାନ । ସବୁଠି ନିୟମିତ ପୂଜାର୍ଚ୍ଚନା ଚାଲିଛି, ହେଲେ ଭକ୍ତଙ୍କୁ ପ୍ରବେଶ ଓ ଦର୍ଶନ ବାରଣ।

ରାଜ୍ୟର ଅନ୍ୟତମ ପ୍ରମୁଖ ଶକ୍ତିପୀ ହେଉଛି ବାଙ୍କୀର ମା’ ଚର୍ଚ୍ଚିକାଙ୍କ ପୀଠ । ଦୈନିକ ଏଠି ମା’ଙ୍କ ନୀତିକାନ୍ତି ପାଇଁ ୪ରୁ ୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଯାହାକି ମୁଖ୍ୟତଃ ଭକ୍ତଙ୍କ ଦାନ ଓ ଦକ୍ଷିଣାରୁ ଆୟ ହୋଇଥାଏ । ହେଲେ ସ୍ଥିତି ଏଭଳି, ୟାକୁ ଚାଲୁ ରଖିବାକୁ ଅସମର୍ଥତା ପ୍ରକାଶ କଲେଣି ସେବାୟତ । ସେହିପରି କଟକଚଣ୍ଡି ମନ୍ଦିର, ବାଲେଶ୍ୱର ଫାଣ୍ଡିଛକରେ ଥିବା ହନୁମାନ ମନ୍ଦିର, ବ୍ରହ୍ମପୁର ବଡ଼ବଜାରର ସାନ ଜଗନ୍ନାଥ ମନ୍ଦିର ସବୁଠି ଏବେ ସମାନ ଅବସ୍ଥା ସୃଷ୍ଟି ହୋଇଛି।

Related story