କଟକ (ଓଡ଼ିଶା ରିପୋର୍ଟର): କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ନିକଟରେ ଆଜି ସକାଳେ ଗୋଟିଏ ବସ୍ ଆଉ ଗୋଟିଏ ବସ୍କୁ ପଛରୁ ପିଟି ଦେବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ମହିଳା ଅଛନ୍ତି। ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦୁଇଟି ଯାକ ବସ୍ ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପଛ ବସ୍ଟି ଦ୍ରୁତ ଗତିରେ ଆସି ଆଗ ବସ୍ଟିକୁ ପଛରୁ ପିଟି ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନି।
କଟକ ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୨ଟି ଯାକ ବସ୍କୁ ଜବତ କରିଛି। ତେବେ ବସ୍ର ଡ୍ରାଇଭର ଓ ହେଲପର୍ଙ୍କ ସମ୍ପର୍କରେ କିଛି ଖବର ମିଳିପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଲିସ ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
ମୃତ ମହିଳା କନଷ୍ଟେବଲ କଟକ ସାଇବର ଥାନାରେ କାର୍ଯ୍ୟ କରୁଥିଲେ।
Crime
ଡିଡିଟାଲ ଆରେଷ୍ଟର ମିଛ ଫାଶରେ ପଡ଼ିଗଲେ ପୂର୍ବତନ ସେନା ଅଧିକାରୀ, ଭୟରେ ଦେଇଦେଲେ ୧ କୋଟି
ଡିଜିଟାଲ ଆରେଷ୍ଟ ନେଇ ଲୋକଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଅନେକ ସମୟରେ ସେମାନେ ଭୟଭୀତ ହୋଇ ନିଜ ଟଙ୍କା ହରାଉଛନ୍ତି।
Crime
ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ
ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ, ସେନେଇ ରାଜ୍ୟ ସରକାର ଜାରି କରିଥିବା ଏସଓପିକୁ କଡ଼ାକଡ଼ି ପାଳନ କରିବାକୁ ହାଇକୋର୍ଟ କହିଛନ୍ତି।
Crime
ପାଢ଼ୀ ଟ୍ୟୁଟୋରିଆଲ ମାଲିକଙ୍କ ଆତ୍ମହତ୍ୟା ଘଟଣା: ଆଉ ଥରେ ଏତଲା ଦେବାକୁ ହାଇକୋର୍ଟଙ୍କ ଅନୁମତି
ଏହି ମାମଲାର ଶୁଣାଣି ସମୟରେ ସରକାରୀ ଓକିଲ କୋର୍ଟଙ୍କୁ କହିଥିଲେ ଯେ ପୁଲିସ୍ ଜବତ କରିଥିବା ସୁଇସାଇଡ୍ ନୋଟରେ ଜେ.ବି ପାଢ଼ୀଙ୍କ ସହ ଅର୍ଥ କାରବାର କରୁଥିବା ୩୦ ଜଣଙ୍କ ନାମ ରହିଛି। କିନ୍ତୁ ସେହି ସନ୍ଦିଗ୍ଧମାନଙ୍କ ବିରୋଧରେ ତଦନ୍ତ ଶେଷ ହୋଇନାହିଁ।
Crime
ଦାଦନ ସର୍ଦ୍ଦାରର ଦବଙ୍ଗଗିରି; ଶ୍ରମିକଙ୍କୁ କିଡ୍ନାପ କରି ନେଇ ନିର୍ଧୂମ ଛେଚିଲେ
ଦାଦନ ଯିବା ପାଇଁ ୪୦ ହଜାର ଟଙ୍କା ବଇନା ଆଣିଥିଲେ ଅଜିତ। ସେହି ଟଙ୍କା ଲେଣଦେଣକୁ ନେଇ ଅଜିତଙ୍କୁ ସର୍ଦ୍ଦାର ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ।