ନାରାୟଣଙ୍କ ପରେ ବରଗଡ଼ ବିଜେପିରୁ ଆଉ ୭ ସଦସ୍ୟଙ୍କ ଇସ୍ତଫା

ବରଗଡ଼: ବରଗଡ ଜିଲ୍ଲା ବିଜେପି ପାଇଁ ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି।  ଗତକାଲି ଦଳର ୭ ସଦସ୍ୟ ଇସ୍ତଫା ଦେଇଛନ୍ତି।  ସେମାନେ ହେଲେ ଦଳର ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି କଂଗ୍ରେସ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମୀନକେତନ ସାହୁ,  ଗାଇସିଲଟ ମଣ୍ଡଳର ସାଧାରଣ ସଂପାଦକ ଯଦୁମଣି ସାହୁ, ଶରଧାପାଲି ପଞ୍ଚାୟତ ପ୍ରମୁଖ ଅଭିମନ୍ୟୁ ସାହୁ, ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମନ୍ତ ସାହୁ, ଶରଧାପାଲି ବୁଥ୍ ପ୍ରମୁଖ ଆଲୋକ ସାହୁ ଓ ଶରଧାପାଲି ବୁଥ୍ ସଂପାଦକ ରମଣୀ ରଂଜନ ଭୋଇ  ଏମାନେ ଗତକାଲି ନିଜନିଜ ପଦବୀ ତଥା ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା ନେଇ ବିଜେପି ରାଜ୍ୟ ସଭାପତିଙ୍କୁ ଏକ ପତ୍ର ମାଧ୍ୟମରେ ଲେଖି ପଠାଇଛନ୍ତି।

ଏହି ୭ଜଣ ନିକଟରେ ବରଗଡ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିବା ନାରାୟଣ ସାହୁଙ୍କ ସମର୍ଥକ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ୪ ଦିନ ତଳେ ବରଗଡ଼ ବିଜେପିର ଟାଣୁଆ ନେତା ତଥା ଜିଲ୍ଲା ସଭାପତି ଥିବା ନାରାୟଣ ସାହୁ ଦଳର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଆସନ୍ତା ୩ ତାରିଖରେ ବିଜେପୁରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନାରାୟଣ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି।

Ordigital Desk
• Published: Saturday, 25 November 2017
• Updated: 25 November 2017, 08:28 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos