ଘର ଭିତରେ ଚାଲିଥିଲା ଦେହ ବେପାର, ଧରିଲେ ପଡ଼ୋଶୀ ମହିଳା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପଡ଼ା ଭିତରେ ଏକ ଘରେ ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ଜାଣିପାରି ମହିଳମାନେ ଉକ୍ତ ଘରେ ଚଢ଼ଉ କରି ଦେହବେପାର କାମର କିଙ୍ଗପିନ୍‌ କୁହାଯାଉଥିବା ମାଆ-ପୁଅଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ବଲାଙ୍ଗିର ଟାଉନ୍‌ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉତରା କରୁଛି। ଟାଉନ ଥାନା ଲାଲ୍‌ଟିକ୍ରା ନିକଟସ୍ଥ ଗୋପବନ୍ଧୁନଗର ପଡ଼ାରେ ଏକ ଘରେ ଦୀର୍ଘ ଦିନ ଧରି ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ସାହି ପଡ଼ିଶା ଥାନାରେ ଅଭିଯୋଗ କରିଥିଲେ। […]

sex-racket

Manoranjan Sial
  • Published: Tuesday, 26 November 2019
  • , Updated: 26 November 2019, 08:38 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପଡ଼ା ଭିତରେ ଏକ ଘରେ ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ଜାଣିପାରି ମହିଳମାନେ ଉକ୍ତ ଘରେ ଚଢ଼ଉ କରି ଦେହବେପାର କାମର କିଙ୍ଗପିନ୍‌ କୁହାଯାଉଥିବା ମାଆ-ପୁଅଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ବଲାଙ୍ଗିର ଟାଉନ୍‌ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉତରା କରୁଛି।

ଟାଉନ ଥାନା ଲାଲ୍‌ଟିକ୍ରା ନିକଟସ୍ଥ ଗୋପବନ୍ଧୁନଗର ପଡ଼ାରେ ଏକ ଘରେ ଦୀର୍ଘ ଦିନ ଧରି ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ସାହି ପଡ଼ିଶା ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପ୍ରମାଣ ଅଭାବରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଆଜି ଉକ୍ତ ଘରେ ଦେହବେପାର ଚାଲିଥିବା ଜାଣିପାରି ସାହିର ଶତାଧିକ ମହିଳା ଚଢ଼ଉ କରିଥିଲେ। ଏ ସମ୍ପର୍କରେ ଜାଣିପାରି ଦେହଜୀବୀ ଓ ଜଣେ ଗ୍ରାହକମାନେ ଫେରାର ହୋଇଯାଇଥିଲା। ମହିଳାମାନେ କୁହାଯାଉଥିବା କିଙ୍ଗପିନ୍‌(ମହିଳା), ତାଙ୍କ ପୁଅ ଓ ଜଣେ ଗ୍ରାହକକୁ କାବୁ କରିନେଇଥିଲେ। ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଆ-ପୁଅ ଓ ଗ୍ରାହକକୁ ଥାନାକୁ ନେଇ ପଚରାଉଚରା କରୁଛି। ଏପରିକି ସେକ୍ସରାକେଟ ଚାଲିଥିବା ଘର ଭିତରୁ ଅନେକ ଆପତ୍ତିଜନକ ଜିନିଷ ପୁଲିସ ଜବତ କରିଛି।

Related story