ପର୍ଯ୍ୟଟନ ସ୍ଥଳୀରେ ମିଳୁଛି ରୂପଜୀବୀଙ୍କ ସେବା! ଯେତେ ସୁନ୍ଦରୀ ସେତେ ଦାମ!

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଦିଆଯାଉଛି ରୂପଜୀବୀଙ୍କ ସେବା। ବଙ୍ଗୀୟ ସୁନ୍ଦରୀ ଲଳନାମାନେ ପର୍ଯ୍ୟଟକଙ୍କ ମନ ଖୁସି କରାଯାଉଛନ୍ତି। ଯେଉଁ ଲଳନା ଯେତେ ସୁନ୍ଦରୀ, ତାହାର ଦାମ ସେତେ ଅଧିକ। ସେହି ହିସାବରେ ଗ୍ରାହକଙ୍କୁ ଦେବାକୁ ପଡ଼ିବ ଟଙ୍କା। ଏପରି ସେବା ଆଉ କେଉଁଠି ନୁହେଁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହର ସହିତ ଭୋଗରାଇର ତାଳସାରୀ, ସାହାବାଜିପୁର, ଉଦୟପୁର ଆଦି ସ୍ଥାନରେ ଥିବା ବିଭିନ୍ନ ହୋଟେଲ୍‌ ଓ ଲଜରେ ଦିଆଯାଉଥିବା ଅଭିଯୋଗ ହେଉଛି। ଏହାର ଏକ […]

sex-racket

Manoranjan Sial
  • Published: Friday, 13 December 2019
  • , Updated: 13 December 2019, 07:08 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଦିଆଯାଉଛି ରୂପଜୀବୀଙ୍କ ସେବା। ବଙ୍ଗୀୟ ସୁନ୍ଦରୀ ଲଳନାମାନେ ପର୍ଯ୍ୟଟକଙ୍କ ମନ ଖୁସି କରାଯାଉଛନ୍ତି। ଯେଉଁ ଲଳନା ଯେତେ ସୁନ୍ଦରୀ, ତାହାର ଦାମ ସେତେ ଅଧିକ। ସେହି ହିସାବରେ ଗ୍ରାହକଙ୍କୁ ଦେବାକୁ ପଡ଼ିବ ଟଙ୍କା। ଏପରି ସେବା ଆଉ କେଉଁଠି ନୁହେଁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହର ସହିତ ଭୋଗରାଇର ତାଳସାରୀ, ସାହାବାଜିପୁର, ଉଦୟପୁର ଆଦି ସ୍ଥାନରେ ଥିବା ବିଭିନ୍ନ ହୋଟେଲ୍‌ ଓ ଲଜରେ ଦିଆଯାଉଥିବା ଅଭିଯୋଗ ହେଉଛି। ଏହାର ଏକ ଭିଡିଓ ଏବେ ଓଡ଼ିଶା ରିପୋର୍ଟର ହାତରେ ଲାଗିଛି। ଏହା ପରେ ଜିଲ୍ଲା ପୁଲିସର ତନାଘନା ଆରମ୍ଭ ହୋଇଛି।

ଜଳେଶ୍ୱର ଷ୍ଟେସନ୍‌ ବଜାରରେ ରହିଛି ଏକ ହୋଟଲ। ତାହା ଭିତରେ ଦେହବେପାର ପାଇଁ ଚାଲିଛି ମୂଲ୍‌ଚାଲ୍‌। ଦେହଜୀବୀ ଓ ହୋଟେଲର ମ୍ୟାନେଜରଙ୍କ ମଧ୍ୟରେ ଚାଲିଥିବା ଡିଲ୍‌ରେ ଜଣେ ଗ୍ରାହକ କିଛି ସମୟ ପାଇଁ ୧୦୦୦ ଟଙ୍କା ଦେବାକୁ ପ୍ରସ୍ତାବ ଦେଉଛି। ମାତ୍ର ଏଥିରେ ହୋଟେଲ୍‌ ମ୍ୟାନେଜର ରାଜି ହେଉନାହାନ୍ତି। ପରେ ମ୍ୟାନେଜର ଆଉ ଜଣେ ଦେହଜୀବୀଙ୍କୁ ଡାକି ଗ୍ରାହକଙ୍କୁ ଦେଖାଉଛନ୍ତି। ତା’ପରେ ରେଟ୍‌ ଫିକ୍ସ ହେଉଛି। ଦଲାଲଙ୍କ କହିବା ଅନୁସାରେ ଅଧିକ ସୁନ୍ଦର ଦେହଜୀବୀ ହୋଇଥିଲେ ସେହି ହିସାବରେ ଅଧିକ ଟଙ୍କ। ଦେବାକୁ ପଡ଼ିବ। ପର୍ଯ୍ୟଟନ ଋତୁରେ ଏହି ଗୋଟିଏ ହୋଟେଲ୍‌ରେ ଦେହବେପାର ଚାଲିଛି, ତାହା ନୁହେଁ। ପୂର୍ବରୁ ମଧ୍ୟ ଅନେକ ହୋଟେଲ୍‌ ଓ ଲଜ୍‌ରେ ଦେହ ବେପାର ଚାଲିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ପୁଲିସ ଜାଣିପାରି  ପୁଲିସ ଚଢ଼ଉ କରି ଦେହଜୀବୀଙ୍କୁ ଧରିବାରେ ସଫଳ ହୋଇଥିଲା।

କିଛି ଦିନ ତଳେ ଭୋଗରାଇ ତାଳସାରୀ ଓ ଉଦୟପୁର ନିକଟରେ ଥିବା ଏକ ଗେଷ୍ଟ ହାଉସରେ ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିପାରି ଗେଷ୍ଟହାଉସ୍‌ରୁ ୩ ବଙ୍ଗୀୟ ରୂପଜୀବୀଙ୍କୁ ଧରି ପୁଲିସ ଜିମା ଦେଇଥିଲେ। ତେବେ ଗେଷ୍ଟ ହାଉସ୍‌ ମାଲିକ ଫେରାର୍ ଥିଲେ।

ସେହିଭଳି ୮ ଦିନ ତଳେ ଜଳେଶ୍ୱରରେ ଏକ ହୋଟେଲରେ ଦେହବେପାର ଚାଲୁଥିଲା। ଏ ସମ୍ପର୍କରେ ପୁଲିସ ଜାଣିପାରି ଚଢ଼ଉ କରିଥିଲା। ହେଲେ ରୂପଜୀବୀ ଓ ଦଲାଲମାନେ ଜାଣିପାରି ହୋଟେଲ୍‌ରୁ ଚମ୍ପଟ ମାରିଥିଲେ। ପୁଲିସ ନିରାଶ ହୋଇ ଫେରିଥିଲା।

https://youtu.be/f_ZVql2Rhn0

Related story