ରାତି ଅଧରେ ପ୍ରେମୀଯୁଗଳଙ୍କୁ ଲଣ୍ଡା କରି ଭିଡିଓ ଭାଇରାଲ

କରଞ୍ଜିଆ(ଓଡ଼ିଶା ରିପୋର୍ଟର):ସଭ୍ୟ ସମାଜକୁ ଦୋହଲାଇ ଦେଲା ଭଳି ଘଟଣା। ରାତି ଅଧରେ ଗାଁ ଲୋକେ ପ୍ରେମୀ ଯୁଗଳକୁ ଜୋର ଜବରଦସ୍ତ ଲଣ୍ଡା କଲେ ଓ ଲଣ୍ଡା କରାଯିବା ବେଳର ଭିଡିଓ ଭାଇରାଲ୍ ବି କଲେ । ଅଟକ ପ୍ରେମୀ ଯୁଗଳଙ୍କୁ ମଝି ରାତିରେ ଉଦ୍ଧାର କଲା ପୁଲିସ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ମଣ୍ଡୁଆ ଗାଁରେ। ମିଳିଥିବା ସୂଚନା ଅନୁସାରେ ମଣ୍ଡୁଆ ଗାଁର ଜଣେ ଯୁବତୀଙ୍କ ସହ କରଞ୍ଜିଆ ଏନଏସି ଅଞ୍ଚଳର […]

p-11

p-11

Tapas Behera
  • Published: Monday, 24 June 2019
  • Updated: 24 June 2019, 04:41 PM IST

Sports

Latest News

କରଞ୍ଜିଆ(ଓଡ଼ିଶା ରିପୋର୍ଟର):ସଭ୍ୟ ସମାଜକୁ ଦୋହଲାଇ ଦେଲା ଭଳି ଘଟଣା। ରାତି ଅଧରେ ଗାଁ ଲୋକେ ପ୍ରେମୀ ଯୁଗଳକୁ ଜୋର ଜବରଦସ୍ତ ଲଣ୍ଡା କଲେ ଓ ଲଣ୍ଡା କରାଯିବା ବେଳର ଭିଡିଓ ଭାଇରାଲ୍ ବି କଲେ । ଅଟକ ପ୍ରେମୀ ଯୁଗଳଙ୍କୁ ମଝି ରାତିରେ ଉଦ୍ଧାର କଲା ପୁଲିସ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ମଣ୍ଡୁଆ ଗାଁରେ।

ମିଳିଥିବା ସୂଚନା ଅନୁସାରେ ମଣ୍ଡୁଆ ଗାଁର ଜଣେ ଯୁବତୀଙ୍କ ସହ କରଞ୍ଜିଆ ଏନଏସି ଅଞ୍ଚଳର ଜଣେ ଯୁବକଙ୍କର ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା । ଗତ ୨୨ ତାରିଖ ରାତିରେ ପ୍ରମିକାକୁ ଦେଖା କରିବାକୁ ଯୁବକ ଜଣକ ମାଣ୍ଡୁଆ ଗାଁକୁ ଯାଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଗାଁ ଲୋକେ ଉଭୟଙ୍କୁ ଘେରି ଯାଇଥିଲେ । ଏହାପରେ ଉଭୟ ପ୍ରେମୀଯୁଗଳଙ୍କୁ ଜୋର ଜବରଦସ୍ତ ଲଣ୍ଡା କରିଥିଲେ ଓ ସେ ସମୟର ଭିଡିଓ ମଧ୍ୟ ରେକର୍ଡିଂ କରି ସୋଶାଲ୍ ମିଡିଆରେ ଛାଡ଼ି ଦେଇଥିଲେ ।

କୌଣସି ସୂତ୍ରରୁ ଖବର ପାଇ ପୁଲିସ ରାତି ୨ଟାବେଳେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା। ଗତକାଲି ପୀଡ଼ିତା ଯୁବତୀ କରଞ୍ଜିଆ ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ୨୧ଜଣଙ୍କ ନାଁରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପାଇଁ ସଜବାଜ ହେଉଛି। ହଟ୍ଟହଟ୍ଟାର ଶିକାର ପ୍ରେମୀଯୁଗଳ ଭିନ୍ନ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ପୁଲିସ ମଧ୍ୟ ମାପିଚୁପି ପ୍ରତିକ୍ରିୟା ରଖୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos