ଶକୁନ୍ତଳା ବଳିଆର ସିଂହ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ଶକୁନ୍ତଳା ବଳିଆର ସିଂହ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୨୦୧୫ ବର୍ଷ ଲାଗି ଅନୁବାଦ ସାହିତ୍ୟରେ ସେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ‘କାବେରୀ ଭଳି ଝିଅଟିଏ’ ଉପନ୍ୟାସ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ତ୍ରିପୁରା ସୁନ୍ଦରୀ ଲକ୍ଷ୍ମୀଙ୍କ ମୂଳ ତାମିଲ ଉପନ୍ୟାସ ‘ଓରୁ କେବେରୀ ୟାଇ ପୋଲାର’ର ଓଡ଼ିଆ ଅନୁବାଦ ପାଇଁ ଶକୁନ୍ତଳା ବଳିଆର ସିଂହଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଗି ମନୋନୀତ କରାଯାଇଛି। ଓଡ଼ିଆ ସାହିତ୍ୟର […]

sakuntanala baliarshing

Rakesh Mallick
  • Published: Monday, 15 February 2016
  • , Updated: 15 February 2016, 05:41 PM IST

ଭୁବନେଶ୍ୱର: ଶକୁନ୍ତଳା ବଳିଆର ସିଂହ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୨୦୧୫ ବର୍ଷ ଲାଗି ଅନୁବାଦ ସାହିତ୍ୟରେ ସେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ‘କାବେରୀ ଭଳି ଝିଅଟିଏ’ ଉପନ୍ୟାସ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ତ୍ରିପୁରା ସୁନ୍ଦରୀ ଲକ୍ଷ୍ମୀଙ୍କ ମୂଳ ତାମିଲ ଉପନ୍ୟାସ ‘ଓରୁ କେବେରୀ ୟାଇ ପୋଲାର’ର ଓଡ଼ିଆ ଅନୁବାଦ ପାଇଁ ଶକୁନ୍ତଳା ବଳିଆର ସିଂହଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଗି ମନୋନୀତ କରାଯାଇଛି। ଓଡ଼ିଆ ସାହିତ୍ୟର ଜଣେ ଅତି ପରିଚିତ ଶ୍ରଷ୍ଠା ତଥା ଗାଳ୍ପିକା ଏବଂ ଉପନ୍ୟାସିକା ଭାବେ ଜଣାଶୁଣା ଶକୁନ୍ତଳା ବଳିଆର ସିଂହ ‘ଅଜ୍ଞାତବାସର ଇତିକଥା’, ‘କଳଙ୍କିତ ଜ୍ୟୋତ୍ସ୍ନା’ ଓ ‘ସ୍ୱୟଂସିଦ୍ଧା’ ପ୍ରଭୃତି ଉପନ୍ୟାସ ପାଇଁ ବେଶ୍ ପାଠକୀୟ ଆଦୃତି ହାସଲ କରିଛନ୍ତି। ପୁରସ୍କାର ପାଇବା ନେଇ ଘୋଷଣା ହେବା ପରେ ଶକୁନ୍ତଳା କହିଛନ୍ତି ଯେ ସେ ଖୁବ ଖୁସି।

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ଶଙ୍କୁନ୍ତଳା ବଳିଆର ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Related story