ଭାଗଚାଷୀ ଅଧିକାରକୁ ନେଇ ଚିନ୍ତା: ପ୍ରସ୍ତୁତ ଡ୍ରାଫ୍ଟ ଉପରେ ଆଜି ମତ ରଖିବ ଆଇନ ବିଭାଗ

ଭୁବନେଶ୍ୱର: ଭାଗଚାଷୀଙ୍କ ଅଧିକାରକୁ ନେଇ ମନ୍ତ୍ରୀ ସ୍ତରୀୟ ବୈଠକରେ ପ୍ରସ୍ତୁତ ଡ୍ରାଫ୍ଟ ଉପରେ ଆଜି ମତ ରଖିବେ ଆଇନ ବିଭାଗ।  ଆଇନ ବିଭାଗ ପ୍ରସ୍ତାବ ଦେବା ପରେ ସରକାର ଏ ଦିଗରେ ଆଗକୁ ବଢିବେ।  ଗତ ସୋମବାର ଦିନ ଭାଗଚାଷୀଙ୍କ ଅଧିକାରକୁ ନେଇ ବସିଥିଲା ମନ୍ତ୍ରୀ ସ୍ତରୀୟ ବୈଠକ।  ଏହାକୁ ଓଡିଶା ଲ୍ୟାଣ୍ଡ ଲିଜିଂ ଆକଟ ବୋଲି କୁହାଯାଉଛି। ଏଥିରେ ଭାଗଚାଷୀଙ୍କ ଅଧିକାରକୁ ନେଇ ଡ୍ରାଫ୍ଟ ପ୍ରସ୍ତୁତି ହୋଇଥିଲା।  ଭାଗଚାଷୀ ଓ ଜମି ମାଲିକଙ୍କ ମଧ୍ୟରେ ହେବାକୁ […]

bjd

Rakesh Mallick
  • Published: Thursday, 01 June 2017
  • , Updated: 01 June 2017, 10:58 AM IST

ଭୁବନେଶ୍ୱର: ଭାଗଚାଷୀଙ୍କ ଅଧିକାରକୁ ନେଇ ମନ୍ତ୍ରୀ ସ୍ତରୀୟ ବୈଠକରେ ପ୍ରସ୍ତୁତ ଡ୍ରାଫ୍ଟ ଉପରେ ଆଜି ମତ ରଖିବେ ଆଇନ ବିଭାଗ।  ଆଇନ ବିଭାଗ ପ୍ରସ୍ତାବ ଦେବା ପରେ ସରକାର ଏ ଦିଗରେ ଆଗକୁ ବଢିବେ।  ଗତ ସୋମବାର ଦିନ ଭାଗଚାଷୀଙ୍କ ଅଧିକାରକୁ ନେଇ ବସିଥିଲା ମନ୍ତ୍ରୀ ସ୍ତରୀୟ ବୈଠକ।  ଏହାକୁ ଓଡିଶା ଲ୍ୟାଣ୍ଡ ଲିଜିଂ ଆକଟ ବୋଲି କୁହାଯାଉଛି।

ଏଥିରେ ଭାଗଚାଷୀଙ୍କ ଅଧିକାରକୁ ନେଇ ଡ୍ରାଫ୍ଟ ପ୍ରସ୍ତୁତି ହୋଇଥିଲା।  ଭାଗଚାଷୀ ଓ ଜମି ମାଲିକଙ୍କ ମଧ୍ୟରେ ହେବାକୁ ଥିବା ଚୁକ୍ତିର ରୂପରେଖ କଣ ରହିବ, ଭାଗଚାଷୀଙ୍କୁ ସହାୟତା କେମିତି ମିଳିବ ନୂଆ ଆଇନରେ ଜମିମାଲିକ ଓ ଭାଗଚାଷୀଙ୍କ ଅଧିକାର ଓ ଦାୟିତ୍ୱ କଣ ହେବ।  ଜମିର ଜଳକର ଓ ଖଜଣା ପଇଠ ନେଇ କଣ ରହିବ ଆଇନ  ଏ ସମସ୍ତ ପ୍ରସଙ୍ଗ ନେଇ ବିଷଦ ଆଲୋଚନା ପରେ, ପ୍ରସ୍ତୁତି ଡ୍ରାଫ୍ଟ ଏଥିରେ ରହିଛି।

Related story