ଡ୍ୟୁଟିରୁ ଫେରିଲା ବେଳେ ଯୁବକଙ୍କ ମୁଣ୍ଡକୁ ଗୁଳିମାଡ଼

ଢେଙ୍କନାଳ(ଓଡ଼ିଶା ରିପୋର୍ଟର): ଡ୍ୟୁଟି ସାରି ଫେରିବା ବାଟରେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଫାୟାରିଂ କଲେ ଦୁର୍ବୃତ୍ତ। ଗୁଳିଟି ତାଙ୍କ ମୁଣ୍ଡରେ ବାଜିଛି।  ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟା ଷ୍ଟିଲ ମେରାମଣ୍ଡଳୀ ନିକଟସ୍ଥ ତାଳବାହାଳୀ ରାସ୍ତାରେ। ଗୁରୁତା ଯୁବକଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ରବି କୁମାର। ରବି କୁମାର ଟାଟାଷ୍ଟିଲ ମେରାମଣ୍ଡଳୀ କମ୍ପାନୀରେ କ୍ରେନ ଅପରେଟର ଭାବେ କାମ କରନ୍ତି। ଆଜି ଦିନ ପ୍ରାୟ […]

gun

  • Published: Monday, 14 November 2022
  • , Updated: 14 November 2022, 01:55 PM IST

ଢେଙ୍କନାଳ(ଓଡ଼ିଶା ରିପୋର୍ଟର): ଡ୍ୟୁଟି ସାରି ଫେରିବା ବାଟରେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଫାୟାରିଂ କଲେ ଦୁର୍ବୃତ୍ତ। ଗୁଳିଟି ତାଙ୍କ ମୁଣ୍ଡରେ ବାଜିଛି।  ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟା ଷ୍ଟିଲ ମେରାମଣ୍ଡଳୀ ନିକଟସ୍ଥ ତାଳବାହାଳୀ ରାସ୍ତାରେ। ଗୁରୁତା ଯୁବକଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ରବି କୁମାର। ରବି କୁମାର ଟାଟାଷ୍ଟିଲ ମେରାମଣ୍ଡଳୀ କମ୍ପାନୀରେ କ୍ରେନ ଅପରେଟର ଭାବେ କାମ କରନ୍ତି।

ଆଜି ଦିନ ପ୍ରାୟ ୧୨ଟା ସମୟରେ ରବି କୁମାର କମ୍ପାନୀରୁ କାମ ସାରି କମ୍ପାନୀ ମୁଖ୍ୟ ଫାଟକକୁ ଲାଗି ରହିଥିବା ତାଳବାହାଳୀ ରାସ୍ତାରେ ଚାଲି ଚାଲି ଘରକୁ ଯାଉଥିଲେ। ଏହି ସମୟରେ କେହି ଦୁବୃର୍ତ୍ତ ରବି କୁମାରଙ୍କ ମୁଣ୍ଡକୁ ଗୁଳି ଚଳାଇ ଚମ୍ପଟ ମାରିଥିଲେ।  ଗୁଳିମାଡ଼ ପରେ ସେ  ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ କିଏ ଓ କାହିଁକି ରବି କୁମାରଙ୍କୁ ଦିନ ଦ୍ୱିପ୍ରହରରେ ଗୁଳିମାଡ଼ କଲା ତାହା ସ୍ପଷ୍ଟ ହୋଇନାହିଁ । କଣ୍ଟାବଣିଆ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

 

Related story