ଓଡ଼ିଶାର ସୋଏବ ଅଫତାବ ହେଲେ NEET ଟପ୍ପର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି NEET ପ୍ରବେଶିକା ପରୀକ୍ଷା ରେଜଲ୍ଟ। ରାଉରକେଲାର ସୋଏବ ଅଫତାବ ହୋଇଛନ୍ତି NEET ଟପ୍ପର। ୭୨୦ରୁ ୭୨୦ ମାର୍କ ରଖି ସେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସରେ ଟପ୍ପର ହେବାରେ ସୋଏବ ହେଉଛନ୍ତି ଓଡ଼ିଶାର ପ୍ରଥମ ଛାତ୍ର। ସୋଏବ ଓଡ଼ିଆ ନ ହେଲେ ମଧ୍ୟ ଓଡ଼ିଶାର ରାଉରକେଲାର। ସେ ପାଠ ପଢ଼ିବା ପାଇଁ ମା’ଙ୍କ ସହ ରାଜସ୍ଥାନ କୋଟାରେ ରହୁଛନ୍ତି। ରାଉରକେଲା ଆଜାଦ ମୋହଲାରେ ରହୁଥିବା […]

aptab

aptab

Manoranjan Sial
  • Published: Friday, 16 October 2020
  • Updated: 16 October 2020, 07:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି NEET ପ୍ରବେଶିକା ପରୀକ୍ଷା ରେଜଲ୍ଟ। ରାଉରକେଲାର ସୋଏବ ଅଫତାବ ହୋଇଛନ୍ତି NEET ଟପ୍ପର। ୭୨୦ରୁ ୭୨୦ ମାର୍କ ରଖି ସେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସରେ ଟପ୍ପର ହେବାରେ ସୋଏବ ହେଉଛନ୍ତି ଓଡ଼ିଶାର ପ୍ରଥମ ଛାତ୍ର।

ସୋଏବ ଓଡ଼ିଆ ନ ହେଲେ ମଧ୍ୟ ଓଡ଼ିଶାର ରାଉରକେଲାର। ସେ ପାଠ ପଢ଼ିବା ପାଇଁ ମା’ଙ୍କ ସହ ରାଜସ୍ଥାନ କୋଟାରେ ରହୁଛନ୍ତି। ରାଉରକେଲା ଆଜାଦ ମୋହଲାରେ ରହୁଥିବା ମହମ୍ମଦ ଆବାସଙ୍କ ପୁଅ ସୋହେବ ରାଉରକେଲା ଡିସୁଜା ସ୍କୁଲରେ ପାଠ ପଢୁଥିଲେ।

ଡିସୁଜାରୁ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ରାଜସ୍ଥାନର କୋଟାରେ +୨ ଅଧ୍ୟୟନ କରୁଥିଲେ। ଏହି ସମୟରେ ସୋହେବ ଏକ କୋଚିଂ ସେଣ୍ଟରରେ ନାମ ଲେଖାଇ ମେଡିକାଲ ପ୍ରବେଶିକା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ। ସୋହେବଙ୍କ ସଫଳତାରେ ରାଉରକେଲାରେ ଖୁସିର ମାହୋଲ୍ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos