ଶ୍ରୀଜୀଉଙ୍କ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗ: ଆଇନମନ୍ତ୍ରୀଙ୍କ ସହ ଆଲୋଚନା କଲେ ମନ୍ଦିର ପ୍ରଶାସକ

ପୁରୀ: ଚତୁର୍ଦ୍ଧାମୂର୍ତ୍ତିଙ୍କ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗରେ ଶନିବାର ଆଇନମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟି ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର। ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ମତ ରଖିବା ପାଇଁ ପୂର୍ବରୁ ନୋଟିସ୍ ହୋଇଥିବା ଚାରି ବାଡ଼ଗ୍ରାହୀ, ଦେଉଳ କରଣ ଓ ଚଢ଼ଉ କରଣଙ୍କୁ ଛାଡ଼ି ଅନ୍ୟ ଦଇତାପତି ସେବାୟତଙ୍କୁ ମଧ୍ୟ ଆହ୍ୱାନ କରାଯାଇଛି। ସେଦିନ ପ୍ରକୃତରେ କଣ ଘଟିଥିଲା ସେ […]

srimandira-prashasaka-suresh mahapatra

Rakesh Mallick
  • Published: Saturday, 20 June 2015
  • , Updated: 20 June 2015, 08:49 AM IST

ପୁରୀ: ଚତୁର୍ଦ୍ଧାମୂର୍ତ୍ତିଙ୍କ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗରେ ଶନିବାର ଆଇନମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟି ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର। ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ମତ ରଖିବା ପାଇଁ ପୂର୍ବରୁ ନୋଟିସ୍ ହୋଇଥିବା ଚାରି ବାଡ଼ଗ୍ରାହୀ, ଦେଉଳ କରଣ ଓ ଚଢ଼ଉ କରଣଙ୍କୁ ଛାଡ଼ି ଅନ୍ୟ ଦଇତାପତି ସେବାୟତଙ୍କୁ ମଧ୍ୟ ଆହ୍ୱାନ କରାଯାଇଛି। ସେଦିନ ପ୍ରକୃତରେ କଣ ଘଟିଥିଲା ସେ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ଲାଗି ପ୍ରତ୍ୟେକ ଦଇତାପତି ସେମାନଙ୍କ ମତ ରଖିପାରିବେ। ଯେଉଁମାନେ ମତ ରଖିବେ ସେମାନଙ୍କ ନାମ ଗୋପନ ରଖାଯିବ। ନିଜେ ମୁଖ୍ୟ ପ୍ରଶାସକ ତଥ୍ୟ ସଂଗ୍ରହ କରିବେ।

 

Related story