ଏବେ ଯଶୋଦାଙ୍କ କୋଳରେ ବଢ଼ିବ କୁନି ଝିଅ ଶ୍ରେୟା

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର) ଦେବକୀ ନ ହେଲା ନାହିଁ ଏବେ ଯଶୋଦା କୋଳରେ ବଢ଼ିବ କୁନି ଝିଅ ଶ୍ରେୟା। ପାଇବ ସୁଖ ଆଉ ସରାଗ। ସେ ବି ବଢ଼ିବ ଆଉ ପଢ଼ିବ। ଏବେ ଏମିତି କିଛି ଆଶା ଉଙ୍କି ମାରିଛି ସେହି ଚର୍ଚ୍ଚିତ ଝିଅ ଶ୍ରେୟା ପାଇଁ। ଯିଏ ଦେଖିଛି ମାଆର ହତ୍ୟାକାଣ୍ଡକୁ। ଆଉ ଜଙ୍ଗଲ ଭିତରେ ମାଆର ମୃତଦେହ ଆଗରେ ବସି କଇଁ କଇଁ ହୋଇ କାନ୍ଦିଛି। ସେହି ଝିଅର ଏବେ ବଦଳିବାକୁ ଯାଉଛି ନୂଆ ଠିକଣା। ନୂଆ ବର୍ଷରୁ ସେ ଯିବ ପାଳିତା ମାଆ ଆଉ ବାପାଙ୍କ କୋଳକୁ।

ସୂଚନାଯୋଗ୍ୟ,ଜୁଲାଇ ୧୦, ୨୦୧୭ରେ କୋରାପୁଟର କେବିଡି ଗାଁର ନୀଳଗିରି ଜଙ୍ଗଲରେ ଜଣେ ମହିଳାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିଲା। ମାଆର ମୃତଦେହ ନିକଟରୁ ଉଦ୍ଧାର ହୋଇଥିଲା ଏହି କଅଁଳ ଶିଶୁଟି। ଆଉ ତା ନାଁ ରଖାଯାଇଥିଲା ଶ୍ରେୟା। ସ୍ପର୍ଷକାତର ମାମଲା ହୋଇଥିବାରୁ ପ୍ରଥମେ ମୃତ ମହିଳାଙ୍କ ପରିଚୟ ଖୋଜିବାକୁ ପ୍ରୟାସ କରିଥିଲା ପ୍ରଶାସନ।  ସେଣ୍ଟ୍ରାଲ ଆଡପସନ୍ ରିସୋର୍ସ ଅଥରିଟି (CARA)କୁ ଚିଠି ଲେଖିଥିଲା ଜିଲ୍ଲା ଶିଶୁ ସୁରକ୍ଷା ସମିତି।  ଆଉ ଶେଷରେ ପୋଷ୍ୟ ପ୍ରକ୍ରିୟା ପାଇଁ ଅନୁମତି ଦେଇଥିଲା କାରା।  ଏହାପରେ ନିୟମ ଅନୁଯାୟୀ ଶ୍ରେୟାର ଦାବିଦାରଙ୍କୁ ଆହ୍ୱାନ କରାଯାଇଥିଲା। ହେଲେ କେହି ଆସିଲେନି। ଶେଷରେ ପ୍ରକ୍ରିୟା ଅନୁସାରେ ଶ୍ରେୟାର ଫଟୋ ସହିତ ଅନ୍ୟ ସମସ୍ତ ତଥ୍ୟ CARA  ୱେବସାଇଟରେ ଅପଲୋଡ୍ କରାଯାଇଥିଲା।

ବର୍ତ୍ତମାନ ଆଦର୍ଶ ଗିରିଜନ ପ୍ରଗତି ବିଦ୍ୟାଳୟରେ ଶ୍ରେୟା ରହୁଥିବା ବେଳେ ତାହାର ବିଦାୟୀ ପାଇଁ ପ୍ରସ୍ତୁତି ଜାରି ରହିଛି। କିନ୍ତୁ ଶ୍ରେୟା ଛାଡିକି ଗଲେ ଅନେକ କଷ୍ଟ ହେବ ବୋଲି କହିଛନ୍ତି ବିଦ୍ୟାଳୟର କର୍ମଚାରୀ। ନୂଆବର୍ଷରୁ ନୂଆ ଜୀବନ ଆରମ୍ଭ କରୁ ଶ୍ରେୟା ଆମର ବି ଏତିକି କାମନା।

Ordigital Desk
• Published: Friday, 29 December 2017
• Updated: 29 December 2017, 08:43 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos