ଅଭିଯୋଗ କରିବାକୁ ଆସିଥିଲେ ମହିଳା, ରୁମ୍‌ ଡାକି ନେଇ ରେପ୍‌ କରିଦେଲେ ଏଏସ୍‌ଆଇ!

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ଚର୍ଚ୍ଚାରେ ପୁରୀ। ଏଥର ଥାନା ବାବୁ ଜଣେ ମହିଳାଙ୍କୁ କ୍ୱାର୍ଟର୍ସକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବଳଙ୍ଗା ଥାନାର ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶଙ୍କ ବିରୋଧରେ। ପୀଡିତା ଜଣକ ଆଜି ଏନେଇ ଆଜି ପିପିଲି ଏସ୍‌ଡିପିଓଙ୍କ ପାଖରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ, ବଳଙ୍ଗା ଥାନା ଅଞ୍ଚଳର ଜଣେ ମହିଳା କ୍ଷେତି (ଛଦ୍ମନାମ)ଙ୍କ ସ୍ୱାମୀ ଏକ ଅଟୋ ଭଡ଼ାରେ ଆଣି ଚଳାଉଥିଲେ। ସେହି ଅଟୋଟିକୁ ନିଆଁ ଲଗାଇ […]

gangrape

Manoranjan Sial
  • Published: Thursday, 02 January 2020
  • , Updated: 02 January 2020, 09:27 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ଚର୍ଚ୍ଚାରେ ପୁରୀ। ଏଥର ଥାନା ବାବୁ ଜଣେ ମହିଳାଙ୍କୁ କ୍ୱାର୍ଟର୍ସକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବଳଙ୍ଗା ଥାନାର ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶଙ୍କ ବିରୋଧରେ। ପୀଡିତା ଜଣକ ଆଜି ଏନେଇ ଆଜି ପିପିଲି ଏସ୍‌ଡିପିଓଙ୍କ ପାଖରେ ଅଭିଯୋଗ କରିଛନ୍ତି।

ଅଭିଯୋଗରୁ ପ୍ରକାଶ, ବଳଙ୍ଗା ଥାନା ଅଞ୍ଚଳର ଜଣେ ମହିଳା କ୍ଷେତି (ଛଦ୍ମନାମ)ଙ୍କ ସ୍ୱାମୀ ଏକ ଅଟୋ ଭଡ଼ାରେ ଆଣି ଚଳାଉଥିଲେ। ସେହି ଅଟୋଟିକୁ ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା। ଏ ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣା ସମାଧାନ ପାଇଁ କ୍ଷେତି ଥାନାକୁ ଯାଇଥିଲେ। ଏପରିକି ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶଙ୍କୁ ଅନୁରୋଧ ମଧ୍ୟ କରିଥିଲେ। ଆଉ ତାଙ୍କ ଅନୁରୋଧକୁ ରକ୍ଷା କରି ଘଟଣାର ସମାଧାନ କରିବେ ବୋଲି ଏଏସ୍‌ଆଇ ପ୍ରତିଶ୍ରୁତି ଦେଇଥିଲେ।

ଘଟଣା ଘଟିବାର ୩ ମାସ ପରେ କ୍ଷେତିଙ୍କ ପାଖକୁ ଯାଇଥିଲା ଏଏସ୍‌ଆଇଙ୍କ ଫୋନ୍‌ କଲ୍‌। ଗାଡ଼ିର କାଗଜପତ୍ର ଆଣି ଦେଖା କରିବାକୁ ଏଏସ୍‌ଆଇ କହିଥିଲେ। ଡାକରା ପାଇଁ କ୍ଷେତି ଥାନାରେ ପହଞ୍ଚିଥିଲେ। ହେଲେ ତାଙ୍କ ଶ୍ୱଶୁର ଘର ଲୋକ ନ ଆସିଥିବାରୁ ଥାନାବାବୁ ତାଙ୍କୁ କ୍ୱାର୍ଟର୍ସକୁ ଡାକିଥିଲେ। ଏହା ପରେ କ୍ଷେତି ଏଏସ୍‌ଆଇଙ୍କ କ୍ୱାର୍ଟର୍ସକୁ ଯାଇଥିଲେ। ସେଠାରେ ଏଏସ୍‌ଆଇ ତାଙ୍କୁ ବିବସ୍ତ୍ର କରି ଦୁଷ୍କର୍ମ କରିଥିବା କ୍ଷେତି ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛନ୍ତି। ଏପରିକି ଘଟଣା ସମ୍ପର୍କରେ ପ୍ରଘଟ କଲେ ମିଛ ମାମଲାରେ ଫସାଇଦେବେ ବୋଲି ଧମକ ଦେଇଥିଲେ।

ଲୋକ ଲଜ୍ଜା ଭୟରେ ଘଟଣା ପ୍ରଘଟ କରୁନଥିଲେ କ୍ଷେତି। କିନ୍ତୁ ଏଏସଆଇଙ୍କ ମାୟା ଜାଲରୁ ମୁକୁଳି ପାରିନଥିଲେ। ବାରମ୍ୱାର ଫୋନ୍‌ କରି ଅଶ୍ଲୀଳ ଗାଳି ଦେବା ସହିତ କ୍ୱାର୍ଟର୍ସକୁ ଆସିବା ପାଇଁ ବାଧ୍ୟ କରୁଥିଲେ। ଯେଉଁଥିପାଇଁ କ୍ଷେତି ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ଆଜି କ୍ଷେତି ଏନେଇ ପିପିଲି ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ମାତ୍ର ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Related story