କାର୍ଯ୍ୟାନୁଷ୍ଠାନ ଦାବିରେ ଏଡିଜିଙ୍କୁ ଭେଟିଲେ ଶିଖ୍‌ ସମ୍ପ୍ରଦାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଶିଖ ବ୍ୟକ୍ତି ପରବିନ୍ଦର ସିଂହଙ୍କୁ ମାଡ଼ ମାମଲାକୁ ନେଇ ଏଡିଜିଙ୍କୁ ଭେଟିଛି ଶିଖ୍ ସଂପ୍ରଦାୟ। ପରବିନ୍ଦର ସିଂହଙ୍କୁ ମାଡ଼ ମାମଲାରେ ଡିଜିପି ଅଭୟଙ୍କୁ ଭେଟିବାକୁ ଯାଇଥିଲେ ଶିଖ୍ ସଂପ୍ରଦାୟ। ହେଲେ ଡିଜିପିଙ୍କ ଅନୁପସ୍ଥିତିରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଆକ୍ରମଣ ମାମଲାରେ କମିଶନରେଟ୍‌ ପୁଲିସ ତିନି ଜଣ ଗିରଫ କରିଥିଲା। ହେଲେ ଅଭିଯୁକ୍ତଙ୍କୁ ଗିରଫର କିଛି ଘଣ୍ଟା ମଧ୍ୟରେ ଜାମିନ୍ ମିଳି ଯାଇଥିଲା। ତେବେ […]

sikh

sikh

Manoranjan Sial
  • Published: Tuesday, 21 January 2020
  • Updated: 21 January 2020, 06:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଶିଖ ବ୍ୟକ୍ତି ପରବିନ୍ଦର ସିଂହଙ୍କୁ ମାଡ଼ ମାମଲାକୁ ନେଇ ଏଡିଜିଙ୍କୁ ଭେଟିଛି ଶିଖ୍ ସଂପ୍ରଦାୟ। ପରବିନ୍ଦର ସିଂହଙ୍କୁ ମାଡ଼ ମାମଲାରେ ଡିଜିପି ଅଭୟଙ୍କୁ ଭେଟିବାକୁ ଯାଇଥିଲେ ଶିଖ୍ ସଂପ୍ରଦାୟ। ହେଲେ ଡିଜିପିଙ୍କ ଅନୁପସ୍ଥିତିରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଆକ୍ରମଣ ମାମଲାରେ କମିଶନରେଟ୍‌ ପୁଲିସ ତିନି ଜଣ ଗିରଫ କରିଥିଲା। ହେଲେ ଅଭିଯୁକ୍ତଙ୍କୁ ଗିରଫର କିଛି ଘଣ୍ଟା ମଧ୍ୟରେ ଜାମିନ୍ ମିଳି ଯାଇଥିଲା। ତେବେ ମରଣାନ୍ତ୍ରକ ଆକ୍ରମଣ କରିବା ପରେ ବି କାହିଁକି ୩୦୭ ଦଫା ଲଗାଯାଇନି, ତାକୁ ନେଇ ପ୍ରଶ୍ନ ଉଠାଇଛି ଶିଖ୍‌ ସମ୍ପ୍ରଦାୟ।

ସେହିଭଳି ଓଡ଼ିଶା ଯୁବ ସ୍ୱାଭିମାନ ମଞ୍ଚ ମଧ୍ୟ ଏଡିଜିଙ୍କୁ ଭେଟି ଏନେଇ ଦାବି ରଖିଛି। ବିଧାୟକ ଅନନ୍ତ ଜେନାଙ୍କ ସହ ରାତି ଅଧରେ ଯାଇଥିବା ଡିଏସ୍‌ପି ଅନୁପ କାନୁଗୋଙ୍କୁ ନିଲମ୍ବିତ କରିବାକୁ ଦାବି କରିଛି ମଞ୍ଚ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos