ଚଳିତ ଶିକ୍ଷା ବର୍ଷରୁ ସବୁ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ସିଲାବସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଲାଗି ଉଚ୍ଚଶିକ୍ଷା ବିଭାଗର ତତ୍ପରତା ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷଠାରୁ ପଦବୀ ପୂରଣ ସାଙ୍ଗକୁ ଏକକ ସିଲାବସ୍‌ ଉପରେ ଗୁରୁତ୍ୱ ଦିଆଯାଇଛି। କଲେଜ ଖୋଲିବା ମାତ୍ରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। କେଉଁ ବିଶ୍ୱବିଦ୍ୟାଳୟ ଓ କଲେଜରେ କେତେ ସଂଖ୍ୟକ କେଉଁ କେଉଁ ପଦବୀ ଖାଲି ପଡ଼ିଛି ତା’ର ତାଲିକା ପ୍ରସ୍ତୁତ କରି ୭ଦିନ ମଧ୍ୟରେ ଉଚ୍ଚ ଶିକ୍ଷା ବିଭାଗକୁ ରିପୋର୍ଟ ଦେବାକୁ ବିଶ୍ୱବିଦ୍ୟାଳୟଙ୍କୁ […]

simillar-syllabus-1

simillar-syllabus-1

Tapas Behera
  • Published: Thursday, 13 June 2019
  • Updated: 13 June 2019, 07:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଲାଗି ଉଚ୍ଚଶିକ୍ଷା ବିଭାଗର ତତ୍ପରତା ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷଠାରୁ ପଦବୀ ପୂରଣ ସାଙ୍ଗକୁ ଏକକ ସିଲାବସ୍‌ ଉପରେ ଗୁରୁତ୍ୱ ଦିଆଯାଇଛି। କଲେଜ ଖୋଲିବା ମାତ୍ରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। କେଉଁ ବିଶ୍ୱବିଦ୍ୟାଳୟ ଓ କଲେଜରେ କେତେ ସଂଖ୍ୟକ କେଉଁ କେଉଁ ପଦବୀ ଖାଲି ପଡ଼ିଛି ତା’ର ତାଲିକା ପ୍ରସ୍ତୁତ କରି ୭ଦିନ ମଧ୍ୟରେ ଉଚ୍ଚ ଶିକ୍ଷା ବିଭାଗକୁ ରିପୋର୍ଟ ଦେବାକୁ ବିଶ୍ୱବିଦ୍ୟାଳୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଚଳିତ ଶିକ୍ଷାବର୍ଷଠାରୁ ଓଡ଼ିଶାରେ ଅଣ୍ଡର ଗ୍ରାଜୁଏଟ କଲେଜ ଗୁଡିକରେ ଏକକ ସିଲାବସ୍‌ ଲାଗୁହେବା ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି।

ଭୁବନେଶ୍ୱରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଥିବା କୁଳପତି ସମ୍ମିଳନୀ ସମୀକ୍ଷା ବୈଠକରେ ଏସବୁ ପ୍ରସଙ୍ଗ ଉପକୁ ଗୁରୁତ୍ୱ ଦିଆଯାଇଛି।

ଜାତୀୟ ସ୍ତରରେ ଓଡ଼ିଆ ଛାତ୍ରଛାତ୍ରୀମାନେ କିପରି ସିଭିଲ ସର୍ଭିସରେ ଭଲ ରେଜଲ୍‌ଟ କରିବେ ସେନେଇ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱ ଦେଇଛି। ସିଭିଲ ସର୍ଭିସ ମେନ୍ ପରୀକ୍ଷାରେ କ୍ୱାଲିଫାଏ କରି ନଥିବା ଆବେଦନକରୀଙ୍କୁ ସରକାର ସହାୟତା ଯୋଗାଇ ଦେବେ। ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଆର୍ଥିକ ସହୟତା ସହ ମାଗଣା କୋଚିଂର ବ୍ୟବସ୍ଥା କରାଯିବ। ଆର୍ଥିକ ସ୍ୱଚ୍ଛଳ ଥିବା ଆବେଦନକାରୀଙ୍କୁ ସରକାର ୭୫ ପ୍ରତିଶତ ସହାୟତା କରିବେ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୮୬ ଜଣ ସିଭିଲ ସର୍ଭିସେସ୍‌ ଆବେଦନକାରୀ ସରକାରଙ୍କ ନିକଟରେ ସହାୟତା ପାଇଁ ଆବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos