୧୯୨୩ କୋଟି ଟଙ୍କାର ୧୦ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୦ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ ମାଧ୍ୟମରେ ୧୯୨୩.୬୦କୋଟି ଟଙ୍କାର ପୁଞ୍ଜିନିବେଶ ସହ ୫୧୭୦ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ । ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସିଙ୍ଗଲୱିଣ୍ଡୋ କମିଟି ବୈଠକରେ ଆଲିମିନିୟମ ଓ ଷ୍ଟିଲ ଡାଉନଷ୍ଟ୍ରିମ, ଅକ୍ଷୟ ଶକ୍ତି, ସୂଚନା ଓ ପ୍ରଯୁକ୍ତିବଦ୍ୟା, କୃଷି ଉତ୍ପାଦ ଓ ଖାଦ୍ୟ ପ୍ରକ୍ରିୟାକରଣ, ତୈଳ ଓ ଗ୍ୟାସ, ବୈଦ୍ୟୁତିକ […]

Sachivalaya

Ordigital Desk
  • Published: Friday, 07 October 2022
  • , Updated: 07 October 2022, 09:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୦ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ ମାଧ୍ୟମରେ ୧୯୨୩.୬୦କୋଟି ଟଙ୍କାର ପୁଞ୍ଜିନିବେଶ ସହ ୫୧୭୦ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ ।

ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସିଙ୍ଗଲୱିଣ୍ଡୋ କମିଟି ବୈଠକରେ ଆଲିମିନିୟମ ଓ ଷ୍ଟିଲ ଡାଉନଷ୍ଟ୍ରିମ, ଅକ୍ଷୟ ଶକ୍ତି, ସୂଚନା ଓ ପ୍ରଯୁକ୍ତିବଦ୍ୟା, କୃଷି ଉତ୍ପାଦ ଓ ଖାଦ୍ୟ ପ୍ରକ୍ରିୟାକରଣ, ତୈଳ ଓ ଗ୍ୟାସ, ବୈଦ୍ୟୁତିକ ପଦାର୍ଥ ଉତ୍ପାଦନ, ଭିତ୍ତିଭୂମି, ପର୍ଯ୍ୟଟନ, ବୟନ ଶିଳ୍ପ, ରସାୟନ ଓ ମ୍ୟାନୁଫାକଚରିଂ କ୍ଷେତ୍ର ସାମିଲ ରହିଛି । ଏସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟର ଆର୍ଥିକ ପ୍ରଗତିରେ ଏହା ସହାୟକ ହେବ । ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ନିମନ୍ତେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ପ୍ରକାରର ପ୍ରଶାସନିକ ସହଯୋଗ ଯୋଗାଇ ଦେବା, ଆବଶ୍ୟକ ଜମି ଓ ଜଳର ସଠିକ୍ ଅନୁଶୀଳନ କରି ସେହି ଆଧାରରେ ବ୍ୟବସ୍ଥା କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସବୁ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି ସେଗୁଡ଼ିକ ହେଲା- ଅନୁଗୁଳର ଆଲୁମିନିୟମ ପାର୍କରେ ୪୮୧.୯୬କୋଟି ଟଙ୍କା ବ୍ୟୟରେ ଲୁମିନସ ପାୱାର ଟୋକ୍ନୋଲୋଜି ଦ୍ୱାରା ପରିବେଶ ଅନୁକୂଳ ବ୍ୟାଟେରୀ ଓ ସୌର ବ୍ୟାଟେରୀ ନିର୍ମାଣ । ଏଥିରେ ମୋଟ ୧୧୫୬ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ ।

ସେହିପରି ପାରାଦୀପ ଶିଳ୍ପାଂଚଳରେ ସାଇଲକ୍ସ ଇଣ୍ଡିଆ ୫୦୦କୋଟି ଟଙ୍କା ବ୍ୟୟରେ ରସାୟନ ପଦାର୍ଥ ଉତ୍ପାଦନ କରିବ । ଏଥିରେ ୮୧୦ଜଣଙ୍କୁ ନିଯୁକ୍ତି ମିଳିବ । ସେହିପରି ଖୋର୍ଦ୍ଧାର ଇନଫୋଭ୍ୟାଲିରେ ୨୬୫.୬୦କୋଟି ଟଙ୍କା ବ୍ୟୟରେ ହାପିଏଷ୍ଟ ମାଇଣ୍ଡସ୍ ଟେକ୍ନୋଲୋଜି ଦ୍ୱାରା ସଫ୍ଟୱେୟାର ପ୍ରସ୍ତୁତି ସୁବିଧା କେନ୍ଦ୍ର ସ୍ଥାପନ ହେବ ଏଥିରେ ୧୫୩୧ଜଣଙ୍କୁ ନିଯୁକ୍ତି ମିଳିବ ।

ସେହିପରି ବାଲେଶ୍ୱରର ସୋମନାଥପୁର ଶିଳ୍ପାଂଚଳରେ ୧୫୦କୋଟି ଟଙ୍କାରେ ଆଇଏଫବି ଇଣ୍ଡଷ୍ଟ୍ରିଜ ଦ୍ୱାରା ଆକ୍ୱାଫିଡ୍ ମାନୁଫାକଚରିଂ କରାଯିବ । ଏଥିରେ ୨୭୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଏଲ ଇଣ୍ଡିଆ ୧୦୮ କୋଟି ଟଙ୍କା ବ୍ୟୟରେ ତୈଳ ଓ ଗ୍ୟାସ ଅନୁସନ୍ଧାନ ୟୁନିଟ୍ ଖୋଲିବ ଓ ସେଥିରେ ୧୧୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । କେନ୍ଦୁଝରର ସୈନକୁଲ ଶିଳ୍ପାଂଚଳରେ ଅଫସୋର ଇନଫ୍ରାଷ୍ଟକଚର ୫୪କୋଟି ଟଙ୍କା ବ୍ୟୟରେ ପାଇପିଂ ସ୍ପୁଲ ଓ ଶିଳ୍ପ ଭିତ୍ତିଭୂମି ନିର୍ମାଣ କରିବ । ଏଥିରେ ୧୪୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।ଖୋର୍ଦ୍ଧାରେ ମେହାନ ଇଣ୍ଡଷ୍ଟ୍ରିଜ୍ ୫୦କୋଟି ଟଙ୍କା ବ୍ୟୟରେ ଇପିଏଫ ଫୋମ, ବ୍ରାଣ୍ଡେଡ୍ ଫୋମ୍ ଓ ମେମୋରି ଫୋମ୍ ଉତ୍ପାଦ କାରଖାନା ନିର୍ମାଣ କରିବ ଓ ଏଥିରେ ୫୦୬ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

ସେହିପରି ପୁରୀର ନୂଆ ମେରାଇନ୍ ଡ୍ରାଇଭ ରୋଡରେ ୧୭୦କୋଟି ଟଙ୍କା ବ୍ୟୟରେ ଏମଏମ୍ ରିସୋର୍ଟସ ପକ୍ଷରୁ ଫାଇଭଷ୍ଟାର ହୋଟେଲ ନିର୍ମାଣ ହେବ । ଏଥିରେ ୧୮୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଖୋର୍ଦ୍ଧାରେ ଏସଜିପି ଇଣ୍ଡିଆ ଦ୍ୱାରା ୯୦କୋଟି ଟଙ୍କା ବ୍ୟୟରେ ଲଜିଷ୍ଟିକ୍ ପାର୍କ ଓ ଆସେମ୍ବିଲିଂ ରିସାଇକ୍ଲିଂ ୟୁନିଟ୍ ନିର୍ମାଣ କରାଯିବ ଓ ଏଥିରେ ୨୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି ଖୋର୍ଦ୍ଧାରେ ଜୟବାଲାଜୀ ଆଗ୍ରୋ ପ୍ରଡକ୍ଟସ ପକ୍ଷରୁ ୫୪କୋଟି ଟଙ୍କା ବ୍ୟୟରେ ଓୟାରହାଉସିଂ ତଥା ଲଜିଷ୍ଟିକ ପାର୍କ ନିର୍ମାଣ କରାଯିବ ଓ ଏଥିରେ ୨୫୮ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Related story