ସାପ କାମୁଡ଼ାରେ ୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାପ କାମୁଡ଼ାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସବୁ ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି। ଅନୁଗୋଳ ଜିଲ୍ଲା ବେଣ୍ଟପୁର ଗାଁରେ ସାପ କାମୁଡ଼ି ଦେବାରୁ ସୁମନ୍ତ ସାହୁଙ୍କ ଦୁଇ ଝିଅ ରୋଜାଲିନ୍‌ (୧୩) ଓ ସୁଜାତା (୧୧)ଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ପ୍ରାୟ ୨ଟା ବେଳେ ଘରେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ି ଦେଇଥିଲା। ରୋଜାଲିନ୍‌ଙ୍କ […]

snake1

snake1

Jitendra Garnayak
  • Published: Monday, 23 September 2019
  • Updated: 23 September 2019, 03:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାପ କାମୁଡ଼ାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସବୁ ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି।

ଅନୁଗୋଳ ଜିଲ୍ଲା ବେଣ୍ଟପୁର ଗାଁରେ ସାପ କାମୁଡ଼ି ଦେବାରୁ ସୁମନ୍ତ ସାହୁଙ୍କ ଦୁଇ ଝିଅ ରୋଜାଲିନ୍‌ (୧୩) ଓ ସୁଜାତା (୧୧)ଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ପ୍ରାୟ ୨ଟା ବେଳେ ଘରେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ି ଦେଇଥିଲା। ରୋଜାଲିନ୍‌ଙ୍କ ବେକରେ ଓ ସୁଜାତାଙ୍କ ଡାହାଣ ହାତରେ ସାପ କାମୁଡ଼ି ଥିଲା। ସେମାନଙ୍କୁ ଏକ ଚିତି ସାପ କାମୁଡ଼ି ଥିଲା ବୋଲି ପରିବାର ଲୋକେ କହିଛନ୍ତି। କଟକ ନିଆଯାଉଥିବା ବେଳେ ବାଟରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ସେହିପରି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଗୁରୁମ ଗାଁରେ ସାପ କାମୁଡ଼ି ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଧରିତ୍ରୀ ପାତ୍ର। ଗତକାଲି ରାତିରେ ସେ ମଶାରି ଟାଙ୍ଗି ଘରେ ଶୋଇ ଥିଲେ। ତେବେ ରାତି ପ୍ରାୟ ୪ଟା ବେଳେ ଏକ ଚିତି ସାପ ମଶାରି ବାହାରୁ ତାଙ୍କ ବେକକୁ ଚୋଟ ମାରିଥିଲା। ସେହି ସମୟରେ ଗାଁରେ କୌଣସି ଗାଡ଼ି ନଥିଲା ଓ ମୋବାଇଲ୍‌ ନେଟୱାର୍କ ମଧ୍ୟ ନ ଥିଲା। ତେଣୁ ବାଧ୍ୟ ହୋଇ ତାଙ୍କ ସ୍ୱାମୀ ବିଦ୍ୟାଧର ୨୦ କିଲୋମିଟର ଦୂର ତେଲକୋଇ ଆସି ଏକ ଗାଡ଼ି ନେଇ ଗାଁକୁ ଯାଇଥିଲେ। ତା’ପରେ ଧରିତ୍ରୀଙ୍କୁ ତେଲକୋଇ ମେଡିକାଲ୍‌ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବିଦ୍ୟାଧର କହିଛନ୍ତି।

ଗଞ୍ଜାମ ଜିଲ୍ଲାରେ ଦୁଇଟି ସ୍ଥାନରେ ସାପ କାମୁଡ଼ାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। କୋଦଳାର ବି. ନୂଆପଲ୍ଲୀ ଗାଁରେ ସାପ କାମୁଡ଼ି ଦେବାରୁ ମାନସା ପରିଡ଼ା (୩୨) ଓ ତାଙ୍କ ପୁଅ ଆଶିଷଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ପ୍ରାୟ ଦୁଇଟା ବେଳେ ଘରେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ିଥିଲା। ଏହାପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଏମ୍‌କେସିଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ରାସ୍ତାରେ ଆଶିଷଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ଗତକାଲି ରାତିରେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ. ବରିଡ଼ା ଗାଁରେ ଘରେ ଶୋଇଥିବା ବେଳେ କୃଷ୍ଣଚନ୍ଦ୍ର ସାହୁ (୩୪) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।

ସାପ କାମୁଡ଼ିଲେ ସଙ୍ଗେ ସଙ୍ଗେ କ’ଣ କରିବେ?
ବର୍ଷା ଦିନେ ସାପ କାମୁଡ଼ିବାର ଆଶଙ୍କା ଅଧିକ ଥାଏ। ତେବେ ସାପ କାମୁଡ଼ିଲେ ସଙ୍ଗେ ସଙ୍ଗେ କ’ଣ କରାଯିବା ଉଚିତ୍, ସେ ନେଇ ବହୁତ ଲୋକ ସଚେତନ ନୁହନ୍ତି। ଏ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଭେଷଜ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ ମହାନ୍ତି। କେଉଁ ସାପ କାମୁଡ଼ିଲେ କେଉଁ ଲକ୍ଷଣ ଦେଖାଯାଏ, ସାପ କାମୁଡ଼ିଲେ ପ୍ରଥମେ କ’ଣ କରିବେ ଓ ସାପ କାମୁଡ଼ିଲେ କେମିତି ଚିକିତ୍ସା କରାଯାଏ- ଏସବୁ ସଂପର୍କରେ ସେ ସୂଚନା ଦେଇଛନ୍ତି।
ତା’ହେଲେ ପ୍ରଥମେ ଆସନ୍ତୁ ଜାଣି ନେବା ନାଗ, ବୋଡ଼ା ଓ ଚିତି ସାପ କାମୁଡ଼ିବାର ଲକ୍ଷଣ କ’ଣ?
ନାଗସାପ କାମୁଡ଼ିବାର ଲକ୍ଷଣ
– ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବା
– କଥା କହିବାରେ କଷ୍ଟ ହେବା
– କୋମାକୁ ଚାଲିଯିବା
– ଛୋଟ ଦାନ୍ତ ଦାଗ ଦେଖାଯିବା
– ଚୋଟ ବାଜିଥିବା ସ୍ଥାନରେ ଯନ୍ତ୍ରଣା ହେବା
– କାମୁଡ଼ି ଥିବା ସ୍ଥାନରେ ପୋଡ଼ିଲା ପରି ଲାଗିବା
– କାମୁଡ଼ିଥିବା ସ୍ଥାନ ଫୁଲିଯିବା
– ଚର୍ମର ରଙ୍ଗ ବଦଳିଯିବା
– ବାନ୍ତି ଲାଗିବା
– ଆଖିକୁ ଝାପ୍‌ସା ଦେଖାଯିବା
– ଆଖିପତା ପଡ଼ିଯିବା
– କଥାବାର୍ତ୍ତାରେ ସାମଞ୍ଜସ୍ୟ ନ ରହିବା
ବୋଡ଼ା ସାପ କାମୁଡ଼ିବାର ଲକ୍ଷଣ
– ରକ୍ତବାନ୍ତି ହେବା
– କାମୁଡ଼ିବା ସ୍ଥାନରେ ଫୋଟକା ଓ ବଧିରା ହୋଇଯିବା
– ପରିସ୍ରାରେ ରକ୍ତ ପଡ଼ିବା
– କଳାରଙ୍ଗର ଖଣ୍ଡ ଖଣ୍ଡ ରକ୍ତ ବାହାରିବା
ଚିତି ସାପ କାମୁଡ଼ିବାର ଲକ୍ଷଣ
– ଗଣ୍ଠି ଓ ପେଟରେ ଯନ୍ତ୍ରଣା ହେବା
– ସାପ ଦାନ୍ତ ଚିହ୍ନ ଜଣା ନପଡ଼ିବା
– କୌଣସି ଘା’ କିମ୍ୱା ଫୁଲା ଜଣା ନପଡ଼ିବା
କେଉଁ ସାପ କାମୁଡ଼ିଛି ବୋଲି ଜଣା ନପଡ଼ିଲେ କ’ଣ କରିବେ?
– ସାପକୁ ନ ମାରି ଏହାର ଫଟୋ ନେଇ ଡାକ୍ତରଙ୍କୁ ଦେଖାନ୍ତୁ
– ଯାହାଙ୍କୁ ସାପ କାମୁଡ଼ିଛି ତାଙ୍କୁ ଗୁଣିଆଙ୍କ ପାଖକୁ ନିଅନ୍ତୁ ନାହିଁ
– ଯେଉଁ ସ୍ଥାନରେ ସାପ କାମୁଡ଼ିଛି, ସେଠାରେ ପ୍ରାଥମିକ ଚିକିତ୍ସା କରନ୍ତୁ
ସାପ କାମୁଡ଼ିଲେ ପ୍ରଥମେ କ’ଣ କରିବା ଉଚିତ୍‌ ?
– କାମୁଡ଼ିଥିବା ବ୍ୟକ୍ତିଙ୍କୁ ଡରାନ୍ତୁ ନାହିଁ
– ଦେହରେ ପିନ୍ଧିଥିବା ଗହଣା ଓ ଚିପା ବସ୍ତ୍ରକୁ ଖୋଲି ଦିଅନ୍ତୁ
– କାମୁଡ଼ିଥିବା ସ୍ଥାନରେ କ୍ରେପ୍‌ ବା ବ୍ୟାଣ୍ଡେଜ୍‌ କରନ୍ତୁ
– ସଙ୍ଗେ ସଙ୍ଗେ ଡାକ୍ତରଖାନା ଯାଆନ୍ତୁ
– ରୋଗୀକୁ ଚାଲିବାକୁ ଦିଅନ୍ତୁ ନାହିଁ
– ହାତକୁ କାମୁଡ଼ିଥିଲେ ସାବୁନ ପାଣିରେ ଧୁଅନ୍ତୁ
– ଅଲଗା କୌଣସି ହର୍ବାଲ୍‌ ଜିନିଷ ସେହି ସ୍ଥାନରେ ଉପଯୋଗ କରନ୍ତୁ ନାହିଁ
– କାମୁଡ଼ିଥିବା ସ୍ଥାନରେ ଦଉଡ଼ି ବାନ୍ଧନ୍ତୁ ନାହିଁ
– ଯଦି ସାପ ମରିଯାଇଛି, ତେବେ ମଲାସାପକୁ ଡାକ୍ତରଙ୍କ ପାଖକୁ ନିଅନ୍ତୁ
ସାପ କାମୁଡ଼ିଲେ କ’ଣ କରିବେ ନାହିଁ?
– ସାପ କାମୁଡ଼ିଥିବା ସ୍ଥାନରେ ବରଫ ଲଗାନ୍ତୁ ନାହିଁ
– ଅଧିକ ଚଳପ୍ରଚଳ କରନ୍ତୁ ନାହିଁ
– ଝଡ଼ାଫୁଙ୍କା କରନ୍ତୁ ନାହିଁ
– ରକ୍ତ ବାହାରୁଥିଲେ ଏହାକୁ ଶୋଷନ୍ତୁ ନାହିଁ
– କାମୁଡ଼ିଥିବା ସ୍ଥାନକୁ କଟାକଟି କରନ୍ତୁ ନାହିଁ
– ନିଶାଯୁକ୍ତ ପାନୀୟ ପିଅନ୍ତୁ ନାହିଁ
– ଇଲେକ୍ଟ୍ରିକ୍‌ ଥେରାପି କରନ୍ତୁ ନାହିଁ
ସାପ କାମୁଡ଼ାର ଚିକିତ୍ସା ପଦ୍ଧତି କ’ଣ ?
– କାମୁଡ଼ିଥିବା ସ୍ଥାନରେ ପ୍ରାଥମିକ ଚିକିତ୍ସା କରାଯାଇ ରୋଗୀକୁ ପଲିଭାଲେଣ୍ଟ ଭ୍ୟାକସିନ୍‌ ଦିଆଯାଏ।
– ରକ୍ତ ଜମାଟ ବାନ୍ଧୁଛି କି ନାହିଁ ଜାଣିବା ପରେ ପରବର୍ତ୍ତୀ ଚିକିତ୍ସା କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story