ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକ ଦୁର୍ଘଟଣାରେ ସମସ୍ତ ୬ ମୃତକଙ୍କ ପରିଚୟ ମିଳିଛି।
ପ୍ରାଣ ହରାଇଥିବା ଦୁଇ ବାଇକ୍ ଆରୋହୀ ହେଲେ ପ୍ରଭାକର ପ୍ରଧାନ (୩୫) ଓ ଲକ୍ଷ୍ମୀପ୍ରିୟା ପ୍ରଧାନ (୬୦)। ସେମାନଙ୍କର ଘର ପିପିଲି ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁରରେ।
ସେହିପରି ଅନ୍ୟ ଚାରି ଜଣ ହେଲେ ଅନିରୁଦ୍ଧ ବାରିକ, ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ବାରିକ, ସେମାନଙ୍କର ତିନି ବର୍ଷର ଝିଅ ଶ୍ରୀୟା ଓ ୫୦ ବର୍ଷୀୟ ନେତ୍ରମଣି ବେହେରା। ଅନିରୁଦ୍ଧଙ୍କ ଘର ପିପିଲି ଥାନା ଅନ୍ତର୍ଗତ ନିର୍ମାଳ ଗାଁରେ। ଏମାନେ ସମସ୍ତେ କାର୍ରେ ଯାଉଥିଲେ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଉତ୍ତରା ଛକର ସିଫା ନିକଟରେ କାର୍ଟି ବାଇକ୍ଟିକୁ ଧକ୍କା ଦେଇଥିଲା। ଏହା ପରେ କାର୍ଟି ପାଖ ନାଳକୁ ଓଲଟି ପଡ଼ିଥିଲା। କାରଟି ନାଳ ପାଣିରେ ପୂରା ବୁଡ଼ି ଯାଇଥିଲା। ତେଣୁ ସେଥିରେ ବସିଥିବା ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଧକ୍କା ଖାଇବା ପରେ ବାଇକ୍ରେ ଆସୁଥିବା ପ୍ରଭାକର ଓ ଲକ୍ଷ୍ମୀପ୍ରିୟାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଡିଭାଇଡରରେ ପିଟି ହୋଇ ହାଇୱାକୁ ଧକ୍କାଦେଲା ସ୍କର୍ପିଓ; ୨ ମୃତ
ସ୍ଥାନୀୟ ଲୋକେ ଏନେଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ୪ ଜଣଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ଗାଡ଼ି ଚାଳକ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିଲା।
Politics
କଳିଙ୍ଗ ଷ୍ଟାଡିୟମ ଆଥଲେଟିକ୍ ଟ୍ରାକରେ ଗାଡ଼ି ବୁଲିବା ଘଟଣା, ସଫେଇ ଦେଲେ କ୍ରୀଡ଼ା ମନ୍ତ୍ରୀ
କଳିଙ୍ଗ ଷ୍ଟାଡିୟମର ରନିଂ ଟ୍ରାକରେ ସରକାରୀ ଗାଡ଼ି ବୁଲିବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ବିଜେପି ସରକାରକୁ ଟାର୍ଗେଟ କରିଥିଲେ ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା। ଜବାବ ଦେଲେ କ୍ରୀଡ଼ାମନ୍ତ୍ରୀ।
Crime
NHରେ ଆତଙ୍କ, ଖଣ୍ଡାରେ ଆକ୍ରମଣ କରି ନେଇଗଲେ ୨ ଲକ୍ଷ
ବିଳମ୍ବିତ ରାତିରେ ଦୁଇ ଜଣଙ୍କୁ ପୁଲିସ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଛି।
Miscellaneous
ଟ୍ରାଙ୍କୁଲାଇଜ୍ ପରେ ଜନ୍ତାରେ ବାଘୁଣୀ ‘ଜିନ୍ନତ’
ଆଜି କିନ୍ତୁ ସୁଯୋଗ ମିଳିଥିଲା। ଅପରାହ୍ନ ପ୍ରାୟ ୪ଟା ବେଳେ ବନ ବିଭାଗ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍ କରିବାରେ ସକ୍ଷମ ହୋଇଥିଲା। ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତ ପଶ୍ଚିମବଙ୍ଗର ଆଲିପୁର ଚିଡିଆଖାନାକୁ ନିଆଯାଇଛି। ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।
Politics
OCA ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା
ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ୪୫ ଦିନ ଭିତରେ ନୂଆ ସଭାପତି ନିର୍ବାଚନ ହେବ। ନିର୍ବାଚନ ପର୍ଯ୍ୟନ୍ତ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଦାୟିତ୍ୱ ସମ୍ଭାଳିବେ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସଭାପତି ପଦକୁ ଆସିଥିଲେ।