କୋଭିଡ୍ ପରିଚାଳନାରେ ୬ ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ଓ କୋଭିଡ୍ ପରିଚାଳନାରେ ଡାକ୍ତରୀ ଛାତ୍ରଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲର ୬ ଜଣ ଇଣ୍ଟର୍ନଙ୍କୁ ୧୦୪ କଲ୍ ସେଣ୍ଟରରେ ନିୟୋଜିତ କରାଯାଇଛି। ସେମାନେ ଭୁବନେଶ୍ୱର ସ୍ଥିତ ଇଡକୋ ଟାଓ୍ୱାରରେ ଖୋଲା ଯାଇଥିବା ଏହି ୧୦୪ କଲ୍ ସେଣ୍ଟରରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। […]

doctor

Niharika Rout
  • Published: Monday, 03 May 2021
  • , Updated: 03 May 2021, 12:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ଓ କୋଭିଡ୍ ପରିଚାଳନାରେ ଡାକ୍ତରୀ ଛାତ୍ରଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲର ୬ ଜଣ ଇଣ୍ଟର୍ନଙ୍କୁ ୧୦୪ କଲ୍ ସେଣ୍ଟରରେ ନିୟୋଜିତ କରାଯାଇଛି। ସେମାନେ ଭୁବନେଶ୍ୱର ସ୍ଥିତ ଇଡକୋ ଟାଓ୍ୱାରରେ ଖୋଲା ଯାଇଥିବା ଏହି ୧୦୪ କଲ୍ ସେଣ୍ଟରରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ।

ଏହି ୬ ଡାକ୍ତର ହେଉଛନ୍ତି, ଅରୁନ୍ଧତୀ ଆଚାର୍ଯ୍ୟ, ଦିବ୍ୟ ପ୍ରକାଶ ଆଚାର୍ଯ୍ୟ, ସୌରଭ ଆଚାର୍ଯ୍ୟ, ସୁମନ ସ୍ମିଥ୍ ଅଧିକାରୀ, ପବନ ଅଗ୍ରୱାଲ୍‌ ଓ ଅନମୋଲ୍ ଅଗ୍ରଓ୍ୱାଲ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ୧୪ ଦିନିଆ ଲକ୍‌ ଡାଉନ୍ ଘୋଷଣା କରିଛନ୍ତି। ମେ’ ୫ ତାରିଖ ସକାଳୁ ଏହା କାର୍ଯ୍ୟକାରୀ ହେବ ଏବଂ ୧୯ ତାରିଖ ସକାଳେ ଶେଷ ହେବ।

..

Related story