ରାଜ୍ୟ ସରକାରଙ୍କୁ ବିଜେପିର ୬ ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାରଙ୍କୁ ବିଜେପିର ୬ଟି ପ୍ରଶ୍ନ । ଶାସନ ୬ମାସ ୬ଦିନରେ ରାଜ୍ୟ ସରକାରଙ୍କୁ ୬ଟି ପ୍ରଶ୍ନ ପଚାରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି।  ମହିଳା ହିଂସାରେ ରାଜ୍ୟର ସ୍ଥାନ ଏବେ ଦ୍ୱିତୀୟ, ରଙ୍ଗଶାଳାରୁ ଭୋଗଶାଳା ତିଆରି କରି ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି।  ରକ୍ଷକ ଏଠି ଭକ୍ଷକ ସାଜିଛି । ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ ଅଛି ତ ବୋଲି ପ୍ରଶ୍ନ କରିଛି ବିଜେପି ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବଙ୍କୁ କେନ୍ଦ୍ର ସରକାର […]

tiop

Tapas Behera
  • Published: Friday, 06 December 2019
  • , Updated: 06 December 2019, 03:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାରଙ୍କୁ ବିଜେପିର ୬ଟି ପ୍ରଶ୍ନ । ଶାସନ ୬ମାସ ୬ଦିନରେ ରାଜ୍ୟ ସରକାରଙ୍କୁ ୬ଟି ପ୍ରଶ୍ନ ପଚାରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି।  ମହିଳା ହିଂସାରେ ରାଜ୍ୟର ସ୍ଥାନ ଏବେ ଦ୍ୱିତୀୟ, ରଙ୍ଗଶାଳାରୁ ଭୋଗଶାଳା ତିଆରି କରି ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି।  ରକ୍ଷକ ଏଠି ଭକ୍ଷକ ସାଜିଛି । ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ ଅଛି ତ ବୋଲି ପ୍ରଶ୍ନ କରିଛି ବିଜେପି ?

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବଙ୍କୁ କେନ୍ଦ୍ର ସରକାର ଘର ଦେଉଛନ୍ତି। କିନ୍ତୁ ଦଳୀୟ କର୍ମୀଙ୍କୁ ତଞ୍ଚକତା କରି ଅନୁଦାନ କାହିଁକି ଦିଆଗଲା ?ଫୋନି ପ୍ରଭାବିତ ଏବେ ବି ପଲିଥିନ ତଳେ ଅଛନ୍ତି, ସ୍କୁଲ ଘର ଓ ରାସ୍ତା କରାଗଲାନି କାହିଁକି ?  ମେକ୍ ଇନ୍ ଓଡ଼ିଶା କଥା କୁହାଯାଉଛି ।  କିନ୍ତୁ ଶିଳ୍ପ ସଂସ୍ଥା ରାଜ୍ୟ ଛାଡ଼ି ପଳାୟନ କରୁଛନ୍ତି । ରାଜ୍ୟରେ ବେକାରୀ ସଂଖ୍ୟା ବଢିବାରେ ଲାଗିଛି ବୋଲି ବିଜେପି ଅଭିଯୋଗ କରିଛି।  ସେହିପରି କେନ୍ଦ୍ରରୁ ବ୍ୟାପକ ଅର୍ଥ ଆସୁଛି, ରାଜ୍ୟ ସରକାର କିନ୍ତୁ ଖର୍ଚ୍ଚ କରିନପାରି ଋଣ କରୁଛନ୍ତି । ୩୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିନାହାନ୍ତି ବୋଲି ସିଏଜି ରିପୋର୍ଟ ଦର୍ଶାଉଛି ।

କେବଳ ପଞ୍ଚାୟତିରାଜ ବିଭାଗ ୪୦ ପ୍ରତିଶତ ଅର୍ଥର ବିନିଯୋଗ ପ୍ରମାଣପତ୍ର ଦେଇନାହାନ୍ତି ବୋଲି ପ୍ରେସ୍ ମିଟରେ ଅଭିଯୋଗ କରିଛି ବିଜେପି। କାଳିଆ ଯୋଜନାରେ କେତେ ଲୋକଙ୍କୁ ଅନୁଦାନ ଦେଇଛନ୍ତି ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କରିଛି ବିଜେପି।  କାଳିଆ ଓ କିଷାନ ଯୋଜନା ମିଶିପାରିବ ନାହିଁ । ରାଜ୍ୟ ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି କହିଛି। ଦଳ  ନିର୍ବାଚନ ପୂର୍ବରୁ କୋଷ୍ଟାଲ ହାଇୱେ କାର୍ଯ୍ୟକାରୀ କଲେନି।  ରାଜନୀତି କରି ରାଜ୍ୟ ସ୍ୱାର୍ଥରେ ରାଜ୍ୟ ସରକାର ବାଧା ଦେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

Related story