‘ତିତ୍‌ଲି’ ଯୋଗୁ ୬ଟି ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୬ଟି ଟ୍ରେନ୍‌ର ଯାତ୍ରା ବାତିଲ୍ କରାଯାଇଥିବା ବେଳେ ଗୋଟିଏର ରୁଟ୍ ବଦଳା ଯାଇଛି। ବାତିଲ୍‌ ହୋଇଥିବା ଟ୍ରେନ୍‌ ଗୁଡ଼ିକ ହେଉଛି,  ଭୁବନେଶ୍ୱର-ବିଶାଖାପଟନମ୍ ଇଣ୍ଟରସିଟି, ବିଶାଖାପଟନମ୍-ଦୀଘା ଏକ୍ସପ୍ରେସ୍, ଯଶୋବନ୍ତପୁର-ହାୱଡ଼ା ଏକ୍ସପ୍ରେସ୍, ବାଙ୍ଗାଲୋର କାଣ୍ଟ-ଗୌହ୍ୱାଟୀ ଏକ୍ସପ୍ରେସ୍, ଯଶୋବନ୍ତପୁର-ମୁଜାଫରପୁର ଏକ୍ସପ୍ରେସ୍ ଓ ହାୱଡା-ହାଇଦ୍ରାବାଦ ଇଷ୍ଟକୋଷ୍ଟ। ଅନ୍ୟପକ୍ଷରେ ହାୱଡ଼ା-ସିକନ୍ଦରାବାଦ ଫାଲକନାମାର ରୁଟ୍ ବଦଳା ଯାଇଛି। ଏହା ଖଡ଼ଗପୁର-ଟାଟା-ବିଳାସପୁର-କାଜିପେଟ୍ ରୁଟ୍‌ରେ ଯିବ। ସେହିପରି ଖଡ଼ଗପୁର-ଭିଲିପୁରମ ଏକ୍ସପ୍ରେସ୍‌ର ସମୟ ବଦଳିଛି। ୨ଟା ୫ […]

tain

tain

Manoranjan Sial
  • Published: Thursday, 11 October 2018
  • Updated: 11 October 2018, 02:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୬ଟି ଟ୍ରେନ୍‌ର ଯାତ୍ରା ବାତିଲ୍ କରାଯାଇଥିବା ବେଳେ ଗୋଟିଏର ରୁଟ୍ ବଦଳା ଯାଇଛି।

ବାତିଲ୍‌ ହୋଇଥିବା ଟ୍ରେନ୍‌ ଗୁଡ଼ିକ ହେଉଛି,  ଭୁବନେଶ୍ୱର-ବିଶାଖାପଟନମ୍ ଇଣ୍ଟରସିଟି, ବିଶାଖାପଟନମ୍-ଦୀଘା ଏକ୍ସପ୍ରେସ୍, ଯଶୋବନ୍ତପୁର-ହାୱଡ଼ା ଏକ୍ସପ୍ରେସ୍, ବାଙ୍ଗାଲୋର କାଣ୍ଟ-ଗୌହ୍ୱାଟୀ ଏକ୍ସପ୍ରେସ୍, ଯଶୋବନ୍ତପୁର-ମୁଜାଫରପୁର ଏକ୍ସପ୍ରେସ୍ ଓ ହାୱଡା-ହାଇଦ୍ରାବାଦ ଇଷ୍ଟକୋଷ୍ଟ।

ଅନ୍ୟପକ୍ଷରେ ହାୱଡ଼ା-ସିକନ୍ଦରାବାଦ ଫାଲକନାମାର ରୁଟ୍ ବଦଳା ଯାଇଛି। ଏହା ଖଡ଼ଗପୁର-ଟାଟା-ବିଳାସପୁର-କାଜିପେଟ୍ ରୁଟ୍‌ରେ ଯିବ।

ସେହିପରି ଖଡ଼ଗପୁର-ଭିଲିପୁରମ ଏକ୍ସପ୍ରେସ୍‌ର ସମୟ ବଦଳିଛି। ୨ଟା ୫ ପରିବର୍ତ୍ତେ ସନ୍ଧ୍ୟା ୬ଟା ୫ରେ ଖଡ଼ଗପୁର ଛାଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos