ଠିକଣାକୁ ନେଇ ରହିବନି ଦ୍ୱନ୍ଦ୍ୱ, ସ୍ମାର୍ଟ ସିଟିବାସୀଙ୍କୁ ମିଳିବ ସ୍ମାର୍ଟ ଠିକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ରାଜଧାନୀର ପ୍ରତି ଘର ପାଇଁ ମିଳିବ ଗୋଟିଏ ସ୍ୱତନ୍ତ୍ର ନମ୍ବର । ଘର ନମ୍ବରରୁ ମିଳିଯିବ ସମସ୍ତ ତଥ୍ୟ । ଲୋକଙ୍କ ଠିକଣାକୁ ନେଇ ଆଉ ରହିବନି କୌଣସି ଦ୍ୱନ୍ଦ୍ୱ । ଠିକଣା ଖୋଜିବାକୁ ବି ହେବନି ଅସୁବିଧା। ରାଜଧାନୀବାସୀଙ୍କୁ ଏକ ସ୍ମାର୍ଟ ଆଡ୍ରେସ୍‌ ଦେବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛି ବିଏମ୍‌ସି। ଏଥିପାଇଁ ଗତକାଲିଠାରୁ ପରୀକ୍ଷାମୂଳକ ଭାବେ ଡିଜିଟାଲ୍‌ ଡୋର୍‌ ନମ୍ବରିଂ ସର୍ଭେ କାମ ଆରମ୍ଭ ହୋଇଛି।  ସାଧାରଣତଃ ଘର ଠିକଣା […]

House

House

Niharika Rout
  • Published: Tuesday, 02 February 2021
  • Updated: 02 February 2021, 11:32 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ରାଜଧାନୀର ପ୍ରତି ଘର ପାଇଁ ମିଳିବ ଗୋଟିଏ ସ୍ୱତନ୍ତ୍ର ନମ୍ବର । ଘର ନମ୍ବରରୁ ମିଳିଯିବ ସମସ୍ତ ତଥ୍ୟ । ଲୋକଙ୍କ ଠିକଣାକୁ ନେଇ ଆଉ ରହିବନି କୌଣସି ଦ୍ୱନ୍ଦ୍ୱ । ଠିକଣା ଖୋଜିବାକୁ ବି ହେବନି ଅସୁବିଧା।

ରାଜଧାନୀବାସୀଙ୍କୁ ଏକ ସ୍ମାର୍ଟ ଆଡ୍ରେସ୍‌ ଦେବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛି ବିଏମ୍‌ସି। ଏଥିପାଇଁ ଗତକାଲିଠାରୁ ପରୀକ୍ଷାମୂଳକ ଭାବେ ଡିଜିଟାଲ୍‌ ଡୋର୍‌ ନମ୍ବରିଂ ସର୍ଭେ କାମ ଆରମ୍ଭ ହୋଇଛି।  ସାଧାରଣତଃ ଘର ଠିକଣା ଲେଖିବା ବେଳେ ଲେନ୍ ନମ୍ବର, ଲ୍ୟାଣ୍ଡ ମାର୍କ, ପ୍ଲଟ୍ ନମ୍ବର ଲେଖିବାକୁ ପଡ଼ିଥାଏ । କିନ୍ତୁ ଏହି ବ୍ୟବସ୍ଥା ହେବା ପରେ କେବଳ ଅଞ୍ଚଳର କୋଡ୍, ଘର ନମ୍ବର ଏହାସହ ଷ୍ଟ୍ରିଟ୍ ନମ୍ବର ଲେଖା ରହିବ । ବିଏମ୍‌ସି ପକ୍ଷରୁ ଏଥିପାଇଁ ଦିଆଯିବାକୁ ଥିବା କାର୍ଡରେ ବାରକୋଡ୍ ବି ରହିବ। ପରୀକ୍ଷାମୂଳକ ଭାବେ ଗତକାଲିଠୁ  ସର୍ଭେ ଆରମ୍ଭ ହୋଇଛି।

ଫେବୃଆରୀ ୧୩ରୁ ପୁରା ଭୁବନେଶ୍ୱରରେ ଡିଜିଟାଲ୍ ଡୋର୍ ନମ୍ବର ପାଇଁ ସର୍ଭେ କରାଯିବ । ପ୍ରାୟ ୩ ମାସ ପର୍ଯ୍ୟନ୍ତ ଏହି ସର୍ଭେ ହେବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ  ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଅଧା ରାଜଧାନୀକୁ ଏଥିସହ ଯୋଡ଼ାଯିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ।

କିଛି ଦିନ ପୂର୍ବେ  ହାଇଦ୍ରାବାଦର ନବଯୁଗ ସ୍ପେସିଆଲ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ସହ ବିଏମ୍‌ସି ୩ କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷର କରିଛି। କରୋନା ଯୋଗୁ କାମ ଆରମ୍ଭରେ ବିଳମ୍ବ ହେଲା। ପରୀକ୍ଷାମୂଳକ ଭାବେ ଗତକାଲି  ୬,୨୩ ଓ ୩୦ ନମ୍ବର  ୱାର୍ଡରେ ଡିଜିଟାଲ ଡୋର ନମ୍ବରିଂ ସିଷ୍ଟମ ଆରମ୍ଭ ହୋଇଛି।  ଏଥିରେ ୧୦୦ ଯୁବକ ନିୟୋଜିତ ହୋଇଥିବା ବେଳେ ଗତକାଲି ୬୦ରୁ ଅଧିକ ଘରେ ଷ୍ଟିକର ଲଗାଯାଇଛି।

ସେମାନେ ଘର ମାଲିକଙ୍କ ପାଖରୁ ନାଁ, ଫୋନ ନମ୍ବର, ଷ୍ଟ୍ରିଟ ନମ୍ବର, ପିନ୍‌ କୋର୍ଡ, ଆଧାର ନମ୍ବର ସଂଗ୍ରହ କରୁଛନ୍ତି। ଏହାପରେ ବିଏମ୍‌ସି ପକ୍ଷରୁ ୧୩ ଟିକିଆ ନମ୍ବର ସେମାନଙ୍କୁ ଦିଆଯାଉଛି। ପ୍ରତି ୱାର୍ଡ ପାଇଁ ସ୍ୱତନ୍ତ୍ର ନମ୍ବର ରହିଛି। ଗୁଗଲ ସହ ଏହି ନମ୍ବରକୁ ଲିଙ୍କ କରାଯିବ।  ଏହା ଆଧାର କାର୍ଡ ଭଳି କାମ କରିବ। ଆଉ ଠିକଣା ଖୋଜିବାକୁ ପିନ୍‌ କୋଡ, ପୋଷ୍ଟ ଅଫିସ ନାମ ଦରକାର ନାହିଁ।  ଗୁଗଲରେ ଲୋକଙ୍କ ନାମ ସର୍ଚ୍ଚ କଲେ, କେବଳ ଷ୍ଟ୍ରିଟ ବା ଲେନ୍‌ ନମ୍ବର ଦେଲେ ଘର ଠିକଣା ମିଳିଯିବ।

ଅଧିକ ରାଜସ୍ୱ ଆଦାୟ ଲକ୍ଷ୍ୟ ନେଇ ବିଏମ୍‌ସିର ପକ୍ଷରୁ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି।  ଏହି ସିଷ୍ଟମ ଲାଗୁ ହେବା ପରେ ରାଜଧାନୀବାସୀ ଆଉ ହୋଲଡିଂ ଟ୍ୟାକ୍ସ, ଟିକସ ଫାଙ୍କି ପାରିବେନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story