ସ୍ମାର୍ଟସିଟିର ସ୍ମାର୍ଟ ଦୃଶ୍ୟ: ଅସରାଏ ବର୍ଷାରେ ବୁଡ଼ିଗଲା କାର୍, ନାଳରେ ଗଳି ପଡ଼ିଲେ ମହିଳା, ଦେଖନ୍ତୁ ଭିଡିଓ

<p>ଭୁବନେଶ୍ୱର: ଆମେ ନମ୍ୱର ୱାନ୍ ସ୍ମାର୍ଟସିଟି। ଏଠି ସବୁ ଚକାଚକ୍। ଗାଡ଼ିଘୋଡ଼ା, ପିଚୁ ରାସ୍ତା, କୋଠାବାଡ଼ି, ସବୁ ଫିନ୍&zwnj;ଫିନ୍&zwnj;। କିନ୍ତୁ ମେନ୍ ଏରିଆରୁ ଟିକିଏ ତଳକୁ ଖସିଗଲେ, ଅବସ୍ଥା ଅସମ୍ଭାଳ ହୋଇପଡ଼ିବ। କେବଳ ସେଇ ସେକ୍ରେଟାରିଏଟ୍ ଓ ବିଏମ୍&zwnj;ସି ଅଫିସ୍ ଏରିଆ ହିଁ ଠିକ୍। ଆଉ ସବୁ ନର୍କ।</p> <p>ଆଜି ଅସରାଏ ବର୍ଷା ବିଏମ୍&zwnj;ସିର ଅସଲ ଚେହେରାକୁ ଧରାଇ ଦେଇଛି। ଆଜି ଅପରାହ୍ଣରେ ଭୁବନେଶ୍ୱର ଓ ଏହାର ଆଖାପାଖ ଅଂଚଳରେ ପ୍ରବଳ ଝଡ଼ ତୋଫ।ନ ଓ ବର୍ଷା ଲାଗି ରହିଥିଲା। ସେଇ ବର୍ଷାରେ ସହରର ବିଭିନ୍ନ ଅଂଚଳରେ ପାଣି ଜମି ନାହିଁ ନଥିବା ସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ତଳିଆ ଅଂଚଳ ଗୁଡ଼ିକରେ ବହୁ ସମୟ ଧରି ପାଣି ଖଲାସ୍ ହୋଇନଥିଲା। ନୟାପଲ୍ଲୀ ଅଂଚଳରେ ୱାଟର ଲଗିଂ ଏକ ସ୍ଥାୟୀ ସମସ୍ୟା ହୋଇପଡ଼ିଛି। ପ୍ରତିବର୍ଷ ପରି ଏଥର ମଧ୍ୟ ଏଠାକାର ଜନବସତି ଅଂଚଳରେ ଛାତିଏ ଉଚ୍ଚର ପାଣି ଜମି ରହିଥିଲା। ଗୋଟେ ଜାଗାରେ ଏକ କାର୍ ଅଧା ବୁଡ଼ି ଯାଇଥିବାର ଦେଖିବାକୁ ମିଳିଥିଲା। ଅନ୍ୟ ଏକ ସ୍ଥାନ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଜଣେ ମହିଳା ଚାଲିଚାଲି ଯାଉଥିବା ବେଳେ ନାଳରେ ଗଡ଼ିପଡ଼ିଥିଲେ। ସେହି ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ତାଳରୁ ଉଦ୍ଧାର କରିଥିଲେ। &nbsp;(ଭିଡିଓ ଦେଖନ୍ତୁ)</p>

Ordigital Desk
  • Published: Monday, 10 July 2017
  • Updated: 10 July 2017, 08:49 PM IST
<p>ଭୁବନେଶ୍ୱର: ଆମେ ନମ୍ୱର ୱାନ୍ ସ୍ମାର୍ଟସିଟି। ଏଠି ସବୁ ଚକାଚକ୍। ଗାଡ଼ିଘୋଡ଼ା, ପିଚୁ ରାସ୍ତା, କୋଠାବାଡ଼ି, ସବୁ ଫିନ୍&zwnj;ଫିନ୍&zwnj;। କିନ୍ତୁ ମେନ୍ ଏରିଆରୁ ଟିକିଏ ତଳକୁ ଖସିଗଲେ, ଅବସ୍ଥା ଅସମ୍ଭାଳ ହୋଇପଡ଼ିବ। କେବଳ ସେଇ ସେକ୍ରେଟାରିଏଟ୍ ଓ ବିଏମ୍&zwnj;ସି ଅଫିସ୍ ଏରିଆ ହିଁ ଠିକ୍। ଆଉ ସବୁ ନର୍କ।</p><p>ଆଜି ଅସରାଏ ବର୍ଷା ବିଏମ୍&zwnj;ସିର ଅସଲ ଚେହେରାକୁ ଧରାଇ ଦେଇଛି। ଆଜି ଅପରାହ୍ଣରେ ଭୁବନେଶ୍ୱର ଓ ଏହାର ଆଖାପାଖ ଅଂଚଳରେ ପ୍ରବଳ ଝଡ଼ ତୋଫ।ନ ଓ ବର୍ଷା ଲାଗି ରହିଥିଲା। ସେଇ ବର୍ଷାରେ ସହରର ବିଭିନ୍ନ ଅଂଚଳରେ ପାଣି ଜମି ନାହିଁ ନଥିବା ସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ତଳିଆ ଅଂଚଳ ଗୁଡ଼ିକରେ ବହୁ ସମୟ ଧରି ପାଣି ଖଲାସ୍ ହୋଇନଥିଲା। ନୟାପଲ୍ଲୀ ଅଂଚଳରେ ୱାଟର ଲଗିଂ ଏକ ସ୍ଥାୟୀ ସମସ୍ୟା ହୋଇପଡ଼ିଛି। ପ୍ରତିବର୍ଷ ପରି ଏଥର ମଧ୍ୟ ଏଠାକାର ଜନବସତି ଅଂଚଳରେ ଛାତିଏ ଉଚ୍ଚର ପାଣି ଜମି ରହିଥିଲା। ଗୋଟେ ଜାଗାରେ ଏକ କାର୍ ଅଧା ବୁଡ଼ି ଯାଇଥିବାର ଦେଖିବାକୁ ମିଳିଥିଲା। ଅନ୍ୟ ଏକ ସ୍ଥାନ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଜଣେ ମହିଳା ଚାଲିଚାଲି ଯାଉଥିବା ବେଳେ ନାଳରେ ଗଡ଼ିପଡ଼ିଥିଲେ। ସେହି ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ତାଳରୁ ଉଦ୍ଧାର କରିଥିଲେ। &nbsp;(ଭିଡିଓ ଦେଖନ୍ତୁ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos