କେତେ ସ୍ମାର୍ଟ ହୋଇଛି ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍କୁଲ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ହେଉଛି ସରକାରୀ ସ୍କୁଲ। ସ୍ମାର୍ଟ ହେଉଛି କ୍ଲାସ୍‌ ରୁମ୍‌। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ନୂତନ ଜ୍ଞାନ କୌଶଳ ଆପଣା ଯାଉଛି। ପୁରୁଣା ସ୍କୁଲକୁ ରୂପାନ୍ତରିତ କରାଯାଉଛି। ଯେଉଁଥିପାଇଁ ପ୍ରତିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ରେ ରୂପାନ୍ତରି ସ୍କୁଲ ଗୁଡ଼ିକୁ ଲୋକାର୍ପଣ କରୁଛନ୍ତି। ତେବେ ଏଠି ମନରେ ପ୍ରଶ୍ନ ଉଠୁଛି, ପ୍ରକୃତରେ କଣ ଆମ ସରକାରୀ ସ୍କୁଲ ସ୍ମାର୍ଟ ହେଉଛି? ଶିକ୍ଷକ ଓ ଅନ୍ୟାନ୍ୟ ଅଭାବ ଭିତରେ ଛନ୍ଦି ହୋଇପଡ଼ିଥିବା ଆମ ସ୍କୁଲ […]

Smart School

Smart School

Manoranjan Sial
  • Published: Tuesday, 23 November 2021
  • Updated: 23 November 2021, 10:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ହେଉଛି ସରକାରୀ ସ୍କୁଲ। ସ୍ମାର୍ଟ ହେଉଛି କ୍ଲାସ୍‌ ରୁମ୍‌। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ନୂତନ ଜ୍ଞାନ କୌଶଳ ଆପଣା ଯାଉଛି। ପୁରୁଣା ସ୍କୁଲକୁ ରୂପାନ୍ତରିତ କରାଯାଉଛି। ଯେଉଁଥିପାଇଁ ପ୍ରତିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ରେ ରୂପାନ୍ତରି ସ୍କୁଲ ଗୁଡ଼ିକୁ ଲୋକାର୍ପଣ କରୁଛନ୍ତି। ତେବେ ଏଠି ମନରେ ପ୍ରଶ୍ନ ଉଠୁଛି, ପ୍ରକୃତରେ କଣ ଆମ ସରକାରୀ ସ୍କୁଲ ସ୍ମାର୍ଟ ହେଉଛି? ଶିକ୍ଷକ ଓ ଅନ୍ୟାନ୍ୟ ଅଭାବ ଭିତରେ ଛନ୍ଦି ହୋଇପଡ଼ିଥିବା ଆମ ସ୍କୁଲ ହଠାତ୍‌ କେମିତି ସ୍ମାର୍ଟ ହୋଇଗଲା? ଆସନ୍ତୁ ନଜର ପକାଇବା ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା କେତେକ ରୂପାନ୍ତରିତ ସ୍କୁଲର ସ୍ମାର୍ଟ କ୍ଲାସ୍‌ ରୁମ ଉପରେ।

କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ରେ ପୁରୀ ଜିଲ୍ଲାର ୪୮ଟି ରୂପାନ୍ତରିତ ସ୍କୁଲକୁ ଉଦ୍‌ଘାଟନ କରିଥିଲେ। ସେଥିରେ ରହିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଏଡବାଂଶ ସ୍ଥିତ ପଢିଆରୀ ନୋଡାଲ୍‌ ବିଦ୍ୟାପୀଠ। ଏହି ସ୍କୁଲଟି ପଦୋନ୍ନତି ପାଇଛି। ପଦୋନ୍ନତି ପାଇବା ପରେ ସ୍କୁଲ ବାହାର କାନ୍ଥ ଚକାଚକ ହୋଇଛି। ଶ୍ରେଣୀ ଗୃହରେ ଧାଡ଼ିକି ଧାଡ଼ି ହୋଇ ଚେୟାର ପଡ଼ିଛି। ହେଲେ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ନା ବୋର୍ଡ ଲାଗିଛି ନା କାମ ସରିଛି। ଅଧାରେ ରହିଛି ପିଇବା ପାଣିର ବ୍ୟବସ୍ଥା। ବାହାରେ ଗଦା ହୋଇ ରହିଛି ସିମେଣ୍ଟ, ଗୋଡି, ବାଲି। ଏପରି ସ୍ଥିତିରେ କେମିତି ପିଲାମାନେ ପାଠ ପଢ଼ୁଥିବେ, ତାହା ସାଧାରଣରେ ଅନୁମେୟ।

ସମାନ ଦୃଶ୍ୟ ମୟୂରଭଞ୍ଜ ଜିଲ୍ଲା ଉଦଳାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ସ୍କୁଲଟି ସ୍ମାର୍ଟ ହୋଇଛି। ଚାରିଟି ସ୍ମାର୍ଟ କ୍ଲାସ୍‌ ରୁମ୍‌ରୁ ମାତ୍ର ଦୁଇଟି ହୋଇଛି। ଆଉ ଦୁଇଟି ସ୍ମାର୍ଟ କ୍ଲାସ୍‌ ରୁମ୍‌ର ନିର୍ମାଣ କାର୍ଯ୍ୟ ଚାଲିଛି। ସ୍କୁଲରେ ଅନ୍ୟାନ୍ୟ କାମ ମଧ୍ୟ ଏବେବି ଚାଲିଛି। ଖାଲି ସେତିକି ନୁହେଁ, ଏଠି ଶିକ୍ଷକ ଓ କ୍ଲାସ୍‌ ରୁମ୍‌ର ଅଭାବ ରହିଛି। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଆଉ ୭ ଜଣ ଶିକ୍ଷକର ଅଭାବ ରହିଛି। ଏପରିସ୍ଥିତିରେ କେମିତି ପିଲାମାନେ ସ୍ମାର୍ଟ ରୁମ୍‌ରେ ପାଠ ପଢ଼ୁଥିବେ?

ଠିକ୍‌ ସେମିତି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଡିଏନ୍ ହାଇସ୍କୁଲ୍‌ରେ। ଏଠି ସ୍କୁଲ କାନ୍ଥରୁ ଆରମ୍ଭ କରି କଳାପଟା, ଫାଟକରୁ ରାସ୍ତା ଘାଟ, ଅଧିକାଂଶ ସ୍ମାର୍ଟ ହୋଇଗଲାଣି। ଏବେ ଆହୁରି ମଧ୍ୟ କାମ ଚାଲିଛି। ହେଲେ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଠ ପଢ଼ାଇବା ପାଇଁ ନାହାନ୍ତି ପର୍ଯ୍ୟପ୍ତ ଶିକ୍ଷକ। ଏଠାରେ ଆଉ ୧୦ ଜଣ ଶିକ୍ଷକ ଆବଶ୍ୟକ ଥିବା ଜଣାପଡ଼ିଛି। ଶିକ୍ଷକ ଅଭାବ ଥିବା ବେଳେ କେମିତି ପିଲାମାନେ ପାଠ ପଢ଼ିବେ? ସମାନ ଚିତ୍ର ଦେଖିବାକୁ ମିଳିଛି ସରକାରୀ ବାଳିକା ହାଇସ୍କୁଲ ଓ ଏନ୍‌.ଏସ୍‌ ପୁଲିସ ହାଇସ୍କୁଲ। ଶିକ୍ଷକ ଅଭାବ ରହିଛି। ହେଲେ ସରକାର ଖାଲି ସରଞ୍ଜାମ ସଜାଡି ଓ କାନ୍ଥ ବାଡ଼ ରଙ୍ଗ କରି ସ୍କୁଲକୁ ସ୍ମାର୍ଟ କରି ଦେଇଛନ୍ତି।

ରାୟଗଡା ରାମନାଗୁଡାର ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ ହୋଇଛି। କାନ୍ଥରେ ରଙ୍ଗ ଦିଆଯାଇଛି। ଚମକୁଛି ସ୍ମାର୍ଟ କ୍ଲାସ୍‌ ରୁମ୍‌। ଏଠାରେ ଷଷ୍ଠରୁ ଦଶମ ଯାଏଁ ୫୧୨ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ହେଲେ ଏଠି ସବୁ ସ୍ମାର୍ଟ କ୍ଲାସ୍‌ରେ ଆରମ୍ଭ ହୋଇନାହିଁ ପାଠ ପଢ଼ା। ସ୍କୁଲ ପରିସରରେ ଏବେବି ନିର୍ମାଣ କାର୍ଯ୍ୟ ଚାଲିଛି।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୨୬ ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଉଛି। ବେସରକାରୀ ସ୍କୁଲ ଭଳି ସରକାରୀ ସ୍କୁଲରେ ଭିତ୍ତିଭୂମି ବିକାଶ ଓ ପରିସର ତିଆରି କରିବା ଫଳରେ ପିଲାଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଥିବା ସରକାର କହିଛନ୍ତି। ତେବେ ଚର୍ଚ୍ଚା ହେଉଛି, ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଯୁବ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ସ୍କୁଲ କାମ ସରିନଥିଲେ ମଧ୍ୟ ତରବରିଆ ଭାବେ ସେଗୁଡ଼ିକୁ ଉଦ୍‌ଘାଟନ କରିଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story