ସ୍ମାର୍ଟ ସହରରେ ସ୍ମାର୍ଟ ଟଏଲେଟ୍‌, ଭର୍ତ୍ତି ହୋଇଛି ମଦ ବୋତଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱର। ଏଠି ସବୁ ସ୍ମାର୍ଟ। ସ୍ମାର୍ଟ ସିଟିର ମାନ୍ୟତା ପାଇବା ପରେ ପରିମଳ ବ୍ୟବସ୍ଥାର ସୁଧାରିବା ପାଇଁ ସରକାର ପ୍ରତିଷ୍ଠା କରିଥିଲେ ଭ୍ରାମ୍ୟମାଣ ଟଏଲେଟ୍‌ ଓ ସ୍ମାର୍ଟ ଇ-ଟଏଲେଟ୍‌। ହେଲେ ତାହା ଏବେ କାମରେ ଲାଗୁନାହିଁ। କେଉଁଠି ମଦ ବୋତଲ ଭର୍ତ୍ତି ହୋଇଛି ତ ଆଉ କେଉଁଠି ପଡ଼ିଛି ତାଲା। ଯାହାଫଳରେ ଦୂରଦୂରାନ୍ତରୁ ରାଜଧାନୀକୁ ଆସୁଥିବା ଲୋକେ ଟଏଲେଟ୍‌ ପାଇଁ ନାକେଦମ୍‌ ହେଉଛନ୍ତି। ବିଶେଷ କରି ମହିଳାମାନେ ବେଶୀ […]

capital

capital

Ordigital Desk
  • Published: Wednesday, 29 December 2021
  • Updated: 29 December 2021, 05:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱର। ଏଠି ସବୁ ସ୍ମାର୍ଟ। ସ୍ମାର୍ଟ ସିଟିର ମାନ୍ୟତା ପାଇବା ପରେ ପରିମଳ ବ୍ୟବସ୍ଥାର ସୁଧାରିବା ପାଇଁ ସରକାର ପ୍ରତିଷ୍ଠା କରିଥିଲେ ଭ୍ରାମ୍ୟମାଣ ଟଏଲେଟ୍‌ ଓ ସ୍ମାର୍ଟ ଇ-ଟଏଲେଟ୍‌। ହେଲେ ତାହା ଏବେ କାମରେ ଲାଗୁନାହିଁ। କେଉଁଠି ମଦ ବୋତଲ ଭର୍ତ୍ତି ହୋଇଛି ତ ଆଉ କେଉଁଠି ପଡ଼ିଛି ତାଲା। ଯାହାଫଳରେ ଦୂରଦୂରାନ୍ତରୁ ରାଜଧାନୀକୁ ଆସୁଥିବା ଲୋକେ ଟଏଲେଟ୍‌ ପାଇଁ ନାକେଦମ୍‌ ହେଉଛନ୍ତି। ବିଶେଷ କରି ମହିଳାମାନେ ବେଶୀ ଅସୁବିଧାରେ ପଡ଼ୁଛନ୍ତି।

ଭୁବନେଶ୍ୱରର ଭିଭିଆଇପି ଅଞ୍ଚଳ ଭାବେ ପରିଚିତ ଏୟାର ପୋର୍ଟ ଛକ। ଏଠାରେ ରହିଛି ଗୋଟିଏ ଭ୍ରାମ୍ୟମାଣ ଟଏଲେଟ୍‌। ହେଲେ ଏହି ଟଏଲେଟ୍‌ରେ ଶୌଚ କରିହେବ ନାହିଁ। କାରଣ ମଦ ବୋତଲ ପଡ଼ି ଡଷ୍ଟବିନ୍ ପାଲଟି ଯାଇଛି ଭ୍ରାମ୍ୟମାଣ ଟଏଲେଟ୍‌। ୱାଶ୍‌ ବେସିନ୍‌ରେ ଅଧା ମଦ ପିଆ ଗ୍ଲାସ୍‌ ପଡ଼ିଛି। ଆଉ ଟଏଲେଟ୍ ବାହାରେ ତାଲା ଝୁଲୁଛି। ଅଳିଆ ଆବର୍ଜନାରେ ଭର୍ତ୍ତି ଏହି ଟଏଲେଟ୍‌ ବାହାର ଦୁର୍ଗନ୍ଧରେ ଫାଟି ପଡୁଛି। ଶୁଣି ଆଶ୍ଚର୍ଯ୍ୟ ଲାଗିବ, ଏହି ଭ୍ରାମ୍ୟମାଣ ଟଏଲଟ୍‌ ଓଡ଼ିଶା ପୁଲିସ ପକ୍ଷରୁ ରଖା ଯାଇଛି। ଏହି ଭ୍ରାମ୍ୟମାଣ ଟଏଲେଟ୍‌ଟି ବିଜେଡି ରାଜ୍ୟ କାର୍ଯ୍ୟାଳୟ ପାଚେରୀରୁ ଲାଗି ଥୁଆ ହୋଇଛି।

ଠିକ୍‌ ସେମିତି ଆଉ ଏକ ହାଇ ପ୍ରୋଫାଇଲ ଅଞ୍ଚଳ ଭାବେ ପରିଚିତ ଏଜି ଛକରେ ଗୋଟିଏ ଭ୍ରାମ୍ୟମାଣ ଟଏଲେଟ୍‌ ଛିଡ଼ା ହୋଇଛି। ଏହି ଟଏଲେଟ୍‌ରେ ତାଲା ପଡ଼ୁନଥିବାରୁ ଶୌଚ ଯାଇହେବ ବୋଲି ଭାବୁଥିବେ। କିନ୍ତୁ ଅବସ୍ଥା ଏମିତି ଯେ, ସେଠାରେ ମଣିଷ କଣ କୁକୁର ମଧ୍ୟ ଟଏଲେଟ୍ ଯିବାକୁ ନାକ ଟେକିବ। ଏହାର ଅବସ୍ଥା ଦେଖି ଲୋକମାନେ ଟଏଲେଟ୍‌ର ପଛ ପାର୍ଶ୍ୱ କାନ୍ଥରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି।

ଟ୍ରାଫିକ୍‌ ପୁସିଲଙ୍କ ସମସ୍ୟା ଓ ଘଣ୍ଟାଘଣ୍ଟା ଧରି ରାସ୍ତାରେ ଡ୍ୟୁଟି କରିବା ବେଳେ ସର୍ବନିମ୍ନ ଟଏଲେଟ୍ ସୁବିଧା ଦେବା ପାଇଁ ୨୦୧୯ ମସିହାରେ ପୂର୍ବତନ ପୁଲିସ୍‌ ଡିଜି ବି.କେ. ଶର୍ମାଙ୍କ ନିର୍ଦ୍ଦେଶରେ ରାଜଧାନୀର ପ୍ରାୟ ୮ଟି ଛକରେ ଏମିତି ଭ୍ରାମ୍ୟାମାଣ ଟଏଲେଟ୍‌ ପ୍ରତିଷ୍ଠା କରାଯାଇଥିଲା।ଆଚାର୍ଯ୍ୟ ବିହାର ଛକ, ନାଲକୋ ଛକ, ନିକୋପାର୍କ ଛକ, ଜୟଦେବ ବିହାର ଏମିତି କିଛି ପ୍ରମୁଖ ଛକରେ ବସିଥିଲା ଟଏଲେଟ୍। ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ବ୍ୟବସ୍ଥା ଥିଲା।। ଟ୍ରାଫିକ ପୁଲିସ୍‌ଙ୍କ ବ୍ୟତୀତ ସାଧାରଣ ଯାତ୍ରୀମାନେ ମଧ୍ୟ ଏହି ଟଏଲେଟ୍‌କୁ ବ୍ୟବହାର କରୁଥିଲେ। ମାତ୍ର ଦୁଇ ବର୍ଷରେ ଏହାର ଅବସ୍ଥା ଦୟନୀୟ ହୋଇପଡ଼ିଛି। ଟ୍ରାଫିକ୍ ପୁଲିସ ଓ ପଥଚାରୀ ଏଠାରେ ଶୌଚ କରିବା ପାଇଁ ନାକ ଟେକୁଛନ୍ତି। 

ସେପଟେ ୨୦୧୮ ବିଶ୍ୱକପ୍‌ ହକି ସମୟରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଓ ବିଏମ୍‌ସି ମିଶି ରାଜଧାନୀରେ ବିଭିନ୍ନ ଛକରେ ସ୍ମାର୍ଟ ଇ-ଟଏଲେଟ ପ୍ରତିଷ୍ଠା କରିଥିଲେ। ଏଥିପାଇଁ ୫ କୋଟି ୭୬ ଲକ୍ଷ ଟଙ୍କାର ବଜେଟ୍ କରାଯାଇଥିଲା। ସ୍ମାର୍ଟ ଇ-ଟଏଲେଟ ଗୁଡ଼ିକ କଳିଙ୍ଗ ଷ୍ଟାଡିୟମ ଛକ, ଜୟଦେବ ବିହାର ଛକ, ରବିନ୍ଦ୍ର ମଣ୍ଡପ ଛକ, ଆଚାର୍ଯ୍ୟ ବିହାର ଛକ ପରି ୨୦ଟି ସ୍ଥାନରେ ପ୍ରତିଷ୍ଠା କରାଯାଇଥିଲା। ହେଲେ ବର୍ତ୍ତମାନ ରାଜଧାନୀରେ ସ୍ମାର୍ଟ ଇ-ଟଏଲେଟ୍‌ ହାମ୍ୱୁଡ଼ାଇଛି। କୌଣସି କାମରେ ଲାଗୁନାହିଁ।

କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ୍‌ ପାଖରେ ଥିବା ସ୍ମାର୍ଟ ଇ-ଟଏଲେଟ୍‌ଟି ସଂପୂର୍ଣ୍ଣ ଅଚଳ ହୋଇ ପଡ଼ିଛି। ଏହାର ସୁଇଚ୍‌ ବଟନ କିଏ ତାଡି ନେଇଯାଇଛି। ଠିକ୍‌ ସେମିତି ଆଚାର୍ଯ୍ୟ ବିହାର ଓ ରବିନ୍ଦ୍ର ମଣ୍ଡପ ଛକରେ ଥିବା ସ୍ମାର୍ଟ ଇ-ଟଏଲେଟ୍‌ର ଅବସ୍ଥା। ସମ୍ପୂର୍ଣ୍ଣ ଅକାମୀ ହୋଇ ପଡ଼ି ରହିଛି। ଜୟଦେବ ବିହାର ଛକରେ ଥିବା ସ୍ମାର୍ଟ ଇ-ଟଏଲେଟ୍‌ରେ କେବଳ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଟଏଲେଟ୍‌ ଠିକ୍‌ ଥିବା ବେଳେ ମହିଳାଙ୍କ ପାଇଁ ଥିବା ଟଏଲେଟ୍‌ଟି ଖରାପ ହୋଇଛି। ଏହି ଟଏଲେଟ୍‌ର ସଫେଇ ଦାୟିତ୍ୱରେ ଥିବା ମଣ୍ଟୁ ନାୟକ କହୁଛି, “ସୁପର ଭାଇଜରକୁ କେତେଥର କହିଲିଣି। କିନ୍ତୁ ସେ ସଜାଡୁନି।“

ସେପଟେ କିନ୍ତୁ ଭ୍ରାମ୍ୟମାଣ ଟଏଲେଟ୍ ନେଇ ଭୁବନେଶ୍ୱର ଟ୍ରାଫିକ ଡିସିପି କିଛି ଜାଣିନଥିବା ଉତ୍ତର ରଖିଛନ୍ତି। ହେଲେ ବିଏମ୍‌ସି, ଇ- ଟଏଲେଟ୍ ଖରାପ ହୋଇ ପଡ଼ିଥିବା ସ୍ୱୀକାର କରିଛି। ସଂପୃକ୍ତ ଠିକା ସଂସ୍ଥାକୁ ଜଣାଇ ଦିଆଯାଇଥିବା ବେଳେ ଖୁବ୍‌ ଶିଘ୍ର ସଜଡା ହେବ ବୋଲି କହିଛନ୍ତି ଡେପୁଟି ବିଏମସି କମିଶନର ଶୁଭେନ୍ଦୁ ସାହୁ। 

ଭୁବନେଶ୍ୱରର ସ୍ମାର୍ଟ ସିଟି ହେବା ପରେ ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ କରାଯାଇଛି। ଗୋଟିଏ ପରେ ଗୋଟିଏ ଆୱର୍ଡ ମଧ୍ୟ ଜିତି ଚାଲିଛି। ୨୦୧୮ରେ ବିଶ୍ୱ ଟପ୍ ୨୦ ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଥିଲା ଭୁବନେଶ୍ୱର। ଚଳିତ ବର୍ଷ ଜୁନରେ ଦେଶରେ ଶ୍ରେଷ୍ଠ ନାଗରିକ ଧାରଣା ରାଜଧାନୀ ଭିତରେ ୪ର୍ଥ ସ୍ଥାନରେ ରହିଛି। ଏପରକି ଭାରତୀୟ ସ୍ମାର୍ଟ ସିଟି ପୁରସ୍କାରରେ ମଧ୍ୟ ଦ୍ୱିତୀୟ ସ୍ଥାନ ପାଇଛି। କେବଳ କାଗଜ କଲମ, ସୁନ୍ଦର ସୁନ୍ଦର ଏରିୟଲ୍‌ ଭିଡ଼ିଓ ଫଟୋଗ୍ରାଫିରେ ପୁରସ୍କାର ଜିଣିଥିବା ସ୍ମାର୍ଟ ସିଟି ଭୁବନେଶ୍ୱରରେ କିନ୍ତୁ ମୌଳିକ ଆବଶ୍ୟକରତା ପାଇଁ ଡହଳ ବିକଳ ହେଉଛନ୍ତି ସାଧାରଣ ଜନତା।

https://youtu.be/lkneBpJbCzc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story