ମହିଳା କଲେଜରେ ସ୍ମାର୍ଟ ଫୋନ୍ ମନା, କ୍ୟାମ୍ପସରେ ଅଶାନ୍ତି

ବ୍ରହ୍ମପୁର(ଜଗନ୍ନାଥ ସାହୁ): କୌଣସି ଛାତ୍ରୀ କଲେଜକୁ ସ୍ମାର୍ଟ ଫୋନ୍ ଆଣି ପାରିବେନି। ଯଦି ଆଣିବେ କେବଳ କି’ ପ୍ୟାଡ୍ ଫୋନ ଆଣିପାରିବେ। ସରକାରୀ ଅନୁଦାନ ପ୍ରାପ୍ତ ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ଏହି ନୂଆ ନିୟମ ଲାଗୁ ହୋଇଛି। ରାଜ୍ୟର ପ୍ରଥମ କଲେଜ ଭାବେ ଏଠାରେ ସ୍ମାର୍ଟ ଫୋନ୍ ବ୍ୟବହାର ଉପରେ ବ୍ୟାନ୍ ଲଗାଯାଇଛି। କଲେଜ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ପରେ ଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି। କଲେଜରେ ସ୍ମାର୍ଟ ଫୋନ୍‌ ବ୍ୟବହାର ଉପରେ ଲାଗିଥିବା ବ୍ୟାନ୍‌ […]

ban-coll

  • Published: Monday, 01 August 2022
  • , Updated: 01 August 2022, 06:43 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): କୌଣସି ଛାତ୍ରୀ କଲେଜକୁ ସ୍ମାର୍ଟ ଫୋନ୍ ଆଣି ପାରିବେନି। ଯଦି ଆଣିବେ କେବଳ କି’ ପ୍ୟାଡ୍ ଫୋନ ଆଣିପାରିବେ। ସରକାରୀ ଅନୁଦାନ ପ୍ରାପ୍ତ ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ଏହି ନୂଆ ନିୟମ ଲାଗୁ ହୋଇଛି। ରାଜ୍ୟର ପ୍ରଥମ କଲେଜ ଭାବେ ଏଠାରେ ସ୍ମାର୍ଟ ଫୋନ୍ ବ୍ୟବହାର ଉପରେ ବ୍ୟାନ୍ ଲଗାଯାଇଛି। କଲେଜ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ପରେ ଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି।

କଲେଜରେ ସ୍ମାର୍ଟ ଫୋନ୍‌ ବ୍ୟବହାର ଉପରେ ଲାଗିଥିବା ବ୍ୟାନ୍‌ ପ୍ରତ୍ୟାହାର କରିନେବା ଦାବିରେ ଆଜି ଶତାଧିକ ଛାତ୍ରୀ ଅଧ୍ୟକ୍ଷଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ହେଲେ କଲେଜ ଅଧ୍ୟକ୍ଷ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଛାତ୍ରୀମାନଙ୍କ ଉତ୍ତମ ଭବିଷ୍ୟତ ନିମନ୍ତେ ବ୍ୟାନ୍ ଉଠିବ ନାହିଁ ବୋଲି ସେ ସଫା ସଫା ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ଆଗକୁ ଛାତ୍ରୀମାନେ ଜୋରଦାର ଆନ୍ଦୋଳନ କରିବେ ବୋଲି କହିଛନ୍ତି।

ଗତ ଜୁଲାଇ ୩୦ ତାରିଖରୁ ଏଭଳି ନୂଆ ନିୟମ କଲେଜରେ ଲାଗିଛି। ଦୁଇଦିନ ହେବ କଲେଜ ଗେଟ୍‌ରେ ଏନେଇ ନୋଟିସ୍ ଲଗାଯାଇଛି। ଅଧ୍ୟକ୍ଷ ନିଜେ କଲେଜ ଗେଟ ନିକଟରେ ଠିଆ ହୋଇ ଛାତ୍ରୀମାନଙ୍କୁ ସ୍ମାର୍ଟ ଫୋନ୍ ନ ଆଣିବାକୁ ତାଗିଦ କରୁଛନ୍ତି। ସେମାନଙ୍କ ବ୍ୟାଗ୍ ଯାଞ୍ଚ କରୁଛନ୍ତି। ତେବେ କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ କ୍ଷେତ୍ରରେ ଏଭଳି ନିୟମ ଲାଗୁ କରାଯାଇନାହିଁ।

କଲେଜ ଅଧ୍ୟକ୍ଷ ଏସ୍.ନାରାୟଣ ରାଓ କହିଛନ୍ତି, କରୋନା କଟକଣା ହଟିଛି। ଏବେ ଆଉ ଅନ୍‌ଲାଇନ ପାଠପଢ଼ା ହେଉନି। ତେଣୁ ସ୍ମାର୍ଟ ଫୋନର ଆବଶ୍ୟକତା ନାହିଁ। ଛାତ୍ରୀମାନେ ସ୍ମାର୍ଟ ଫୋନ୍ ଆଣିବା ଦ୍ୱାରା କଲେଜ କ୍ୟାମ୍ପସରେ ବସି ଭିଡ଼ିଓ ଦେଖୁଛନ୍ତି, ନଚେତ ଭିଡିଓ କରୁଛନ୍ତି। କ୍ଲାସକୁ ଯାଉନାହାନ୍ତି। ଉପସ୍ଥାନ କମ୍‌ ରହୁଛି। ପିଲାମାନେ ପାଠ ନ ପଢ଼ି ଅଯଥା ସମୟ ନଷ୍ଟ କରୁଛନ୍ତି। କିଛିଦିନ ତଳେ କ୍ଲାସରେ କିଛି ଛାତ୍ରୀ ଭିଡ଼ିଓ ଦେଖୁଥିବା ବେଳେ ଜଣେ ଅଧ୍ୟାପିକା ଏଭଳି ନ କରିବାକୁ କହିଥିଲେ। ଏହା ସହିତ ସେମାନଙ୍କ ମୋବାଇଲ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ହେଲେ ଛାତ୍ରୀମାନେ ତାଙ୍କୁ ଠେଲି ଦେଇଥିଲେ। ତେଣୁ ଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟ ଗଢ଼ିବା ନିମନ୍ତେ କଲେଜରେ ସ୍ମାର୍ଟ ମୋବାଇଲ ପ୍ରବେଶ ବାରଣ କରାଯାଇଛି। ସ୍ମାର୍ଟ ଫୋନ କଲେଜକୁ ନ ଆଣିବା ନିମନ୍ତେ ଏବେ ସମସ୍ତଙ୍କୁ ସଚେତନ କରାଯାଉଛି। ଆଗକୁ ସ୍ମାର୍ଟ ଫୋନ୍ ଆଣିଥିବା ପିଲାଙ୍କୁ କଲେଜରେ ପ୍ରବେଶ ବାରଣ କରାଯିବ।

 

[caption id="attachment_753906" align="aligncenter" width="650"] କଲେଜ ଗେଟ୍‌ରେ ସ୍ମାର୍ଟ ଫୋନ୍ ପ୍ରବେଶ ବ୍ୟାନ ନେଇ ଲାଗିଥିବା ନାେଟିସ୍।[/caption]

ଏଭଳି ନିୟମକୁ ବିରୋଧ କରୁଥିବା ଛାତ୍ରୀ ସୁଭଦ୍ରା ଶୁକ୍ଳା ଓ ପଦ୍ମା ସେଠୀ କହିଛନ୍ତି, ରାଜ୍ୟରେ କୌଣସି କଲେଜରେ ଏଭଳି ନିୟମ ନାହିଁ। ଆଜିର ସମାଜ ଡିଜିଟାଲ ଆଡକୁ ବଢ଼ୁଛି। କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଓ୍ୱାଇଫାଇ ସଂଯୋଗ କରାଯାଉଛି। ହେଲେ ଏଠାରେ ମନଇଚ୍ଛା ନିୟମ କରାଯାଉଛି। କରୋନା ସମୟରେ ଅନଲାଇନ୍ ପାଠପଢ଼ା ପାଇଁ କହିବାରୁ ସମସ୍ତେ ବହୁ କଷ୍ଟରେ ଟଙ୍କା ଯୋଗାଡ଼ କରି ସ୍ମାର୍ଟ ମୋବାଇଲ କିଣିଥିଲେ। ଏବେ ପୁଣି କି’ ପ୍ୟାଡ୍ ଫୋନ କିଣିବାକୁ କହୁଛନ୍ତି। ବହୁ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀମାନେ ଘର ଲୋକଙ୍କୁ ସେମାନଙ୍କ ଖବର ସ୍ମାର୍ଟ ଫୋନ୍‌ରେ ଭିଡିଓ କଲ୍‌ ମାଧ୍ୟମରେ ଦେବା ସୁବିଧା। ସେହିଭଳି କଲେଜରେ କ୍ଲାସ ନ ଥିବା ବେଳେ ମୋବାଇଲରେ ପାଠପଢ଼ା ଯାଇପାରୁଛି। ହେଲେ କି ପ୍ୟାଡ୍ ଫୋନରେ ଏହି ସୁବିଧା ମିଳିବନି। କଲେଜରେ ଲାଇବ୍ରେରୀ ନାହିଁ କି ପାନୀୟଜଳ ବ୍ୟବସ୍ଥା ନାହିଁ। ପିଲାମାନଙ୍କ ଉତ୍ତମ ପାଠପଢ଼ା ଓ ସୁରକ୍ଷା ନିମନ୍ତେ ବ୍ୟବସ୍ଥା ନ କରି କଲେଜ କର୍ତ୍ତୃପକ୍ଷ ସ୍ମାର୍ଟ ମୋବାଇଲ ବ୍ୟାନ କରିବା ଯୁକ୍ତିଯୁକ୍ତ ନୁହେଁ। କଲେଜରେ ସ୍ମାର୍ଟ ଫୋନ ରଖିବାକୁ ଲକର କରାଯାଉ ବୋଲି ସେମାନେ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଦାବି କରିଥିଲେ। ହେଲେ କଲେଜ ଅଧ୍ୟକ୍ଷ ଶୁଣିବାକୁ ଅରାଜି। ଏହାକୁ ବିରୋଧ କରାଯିବ।

 

Related story